Posted inଜାତୀୟ

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କମିଯିବ କେଜରିଓ୍ବାଲଙ୍କ ପାଓ୍ବାର! ଆତିଶୀଙ୍କ ଠାରୁ କେତେ କମିଯିବ ଦରମା-ଭତ୍ତା ଓ ସୁବିଧା

ନୂଆଦିଲ୍ଲୀ,୧୭।୯: ଅରବିନ୍ଦ କେଜରିୱାଲ ରବିବାର ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାର ସେ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ସେ ସିଏମ ପଦବୀରେ ଥିବାବେଳେ ପାଇଥିବା ସମସ୍ତ ସୁବିଧା ଆଉ ପାଇପାରିବେ ନାହିଁ।

କେଜରଓ୍ବାଲଙ୍କ ଇସ୍ତଫା ପରେ ବର୍ତ୍ତମାନ ତାଙ୍କ ପାଖରେ ସରକାରୀ ବଙ୍ଗଳା ଏବଂ କାରର ସୁବିଧା ରହିବ ନାହିଁ। ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଯେଉଁ ଦରମା ପାଉଥିଲେ ଆଉ ଦରମା ମିଳିବ ନାହିଁ। ସେ ସିଏମ ବଦଳରେ ବିଧାୟକ ଭାବରେ ବେତନ ପାଇବେ। କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବରେ ପ୍ରତି ମାସରେ ୧ ଲକ୍ଷ ୨୫ ହଜାର ଟଙ୍କା ବେତନ ପାଉଥିଲେ। ଏହି ଦରମାର ୩୦ହଜାର ଟଙ୍କା ନିର୍ବାଚନମଣ୍ଡଳୀ ଭତ୍ତା, ୨୫ହଜାର ଟଙ୍କା ସଚିବ ସହାୟତା ଏବଂ ୧୦ହଜାର ଟଙ୍କା ସପ୍ଲିମେଣ୍ଟାରୀ ଭତ୍ତା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସରକାରୀ ବଙ୍ଗଳା, କାର, ଡ୍ରାଇଭର, ଚାକର ଭଳି ଅନେକ ସୁବିଧା ମଧ୍ୟ ଉପଲବ୍ଧ। ଯାହା ତାଙ୍କୁ ଆଉ ମିଳିବ ନାହିଁ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦେଶ ଭ୍ରମଣ ପାଇଁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭତ୍ତା ପାଇଥାନ୍ତି, ଯାହାର ଲାଭ ତାଙ୍କ ପରିବାର ମଧ୍ୟ ପାଇପାରିବେ। ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ପାଞ୍ଚ ହଜାର ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରିପାରିବେ। ତେବେ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମଧ୍ୟ ବିଧାୟକ ପଦବୀରେ ଅବ୍ୟାହତ ରହିବେ। ସେ ଦିଲ୍ଲୀ ସରକାରରେ ବିଧାୟକଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ପାଇବେ।

ଦିଲ୍ଲୀରେ ବିଧାୟକଙ୍କୁ ଦରମା ଭାବରେ ୯୦ହଜାର ଟଙ୍କା ମିଳିଥାଏ। ଯେଉଁଥିରେ ୨୫ ହଜାର ନିର୍ବାଚନମଣ୍ଡଳୀ ଭତ୍ତା, ୧୫ହଜାର ସଚିବାଳୟ ଭତ୍ତା, ୧୦ ହଜାର ପରିବହନ ଭତ୍ତା ଏବଂ ୧୦ ହଜାର ଟେଲିଫୋନ ସୁବିଧା ମିଳିଥାଏ। ଏହା ବ୍ୟତୀତ ଅଫିସ ପାଇଁ ଲାପଟପ, କମ୍ପ୍ୟୁଟର, ମୋବାଇଲ ଫୋନ ଇତ୍ୟାଦି ଜିନିଷ କିଣିବା ପାଇଁ ୧ ଲକ୍ଷ ଟଙ୍କା ଦିଆଯାଇଥାଏ। ଦିଲ୍ଲୀରେ ବିଧାୟକମାନଙ୍କୁ ଦୈନିକ ୧୫୦୦ ଟଙ୍କା ଭତ୍ତା ଏବଂ ତିନି ହଜାର ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରିବାର ସୁବିଧା ମଧ୍ୟ ଦିଆଯାଉଛି। ଏହା ବ୍ୟତୀତ ବାର୍ଷିକ ୧ ଲକ୍ଷ ଟଙ୍କା ଭ୍ରମଣ ଭତ୍ତା ଦିଆଯାଏ।

ଦିଲ୍ଲୀ ବିଧାନସଭାର ୱେବସାଇଟ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ବିଧାୟକଙ୍କ ପରି ସମାନ ପେନସନ ପ୍ରଦାନ କରାଯାଏ। ଜଣେ ବିଧାୟକ ତାଙ୍କର ସଦସ୍ୟତାର ପ୍ରଥମ ଅବଧି ପାଇଁ ପ୍ରତି ମାସରେ ୧୫ହଜାର ଟଙ୍କା ପେନସନ ପାଆନ୍ତି । ଯଦି ସେହି ବିଧାୟକ ଏକାଧିକ ଥର ବିଧାୟକ ହୁଅନ୍ତି, ତେବେ ତାଙ୍କୁ କ୍ରମାଗତ ବର୍ଷରେ ୧୦୦୦ ଟଙ୍କା ଅତିରିକ୍ତ ପେନ୍ସନ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?