ମେଟ୍ରୋ

ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର

ଭୁବନେଶ୍ୱର,୧୨ା୧୦(ଅସମାପିକା ସାହୁ): ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି। ଅତ୍ୟନ୍ତ କଳାତ୍ମକ ଡିଜାଇନ୍‌, ନିଖୁଣ…

ମାଲକାନଗିରିରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ: ୧୦ ଟଙ୍କା ଦେଇ ବସ୍‌ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୧୦(ଅସମାପିକା ସାହୁ/ନୃସିଂହ ଚରଣ ମହାନ୍ତି): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଗୁରୁବାର ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍‌ କିଣି ମାଲକାନଗିରିରୁ ଏମ.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ…

ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ

ଭୁବନେଶ୍ୱର, ୧୨।୧୦(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାର ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ଏଥିସହିତ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ…

‘କେଟିବି- ଭାରତ ହୈ ହମ୍‌’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୧୨।୧୦(ଅନୁରାଧା ମହାରଣା)କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଆନିମେଟେଡ୍‌ ସିରିଜ୍‌ କ୍ରିସ୍‌, ତ୍ରିସ୍‌ ଆଣ୍ଡ ବାଲ୍ଟିବୟ (କେଟିବି) – ଭାରତ ହୈ ହମ୍‌ର ଟ୍ରେଲର୍‌ ଲଞ୍ଚ କରିଛନ୍ତି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗ୍ରାଫିଟି…

ଗେ’ ଚାଟ୍‌ ଆପ୍‌ରେ ଫସାଇ ଲୁଟୁଥିଲେ

ଭୁବନେଶ୍ୱର,୧୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗ୍ରୀଣ୍ଡର ଗେ’ ଚାଟ୍‌ ଆପ୍‌ରେ ଯୁବକଙ୍କ ସହ ଚାଟିଂ କରୁଥିଲେ। ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ମଉଜମସ୍ତି ପାଇଁ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକୁଥିଲେ। ଏହାପରେ ଯୁବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଘରକୁ ଡାକି ନେଇ…

ଆର୍‌ବିଆଇ ଆଗରେ ନୋଟ୍‌ ଫିଙ୍ଗି ପ୍ରତିବାଦ

ଭୁବନେଶ୍ୱର,୧୨।୧୦(ସତ୍ୟଜିତ୍‌ ରାଉତ)ଚିରାଫଟା ନୋଟ୍‌ ବଦଳାଇବାକୁ ଲୋକେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆ)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା କାଉଣ୍ଟର ବନ୍ଦ ହୋଇଯାଇଥିବାବେଳେ ବିଭିନ୍ନ ବ୍ୟାଙ୍କ୍‌ ମନା କରୁଛି। ଫଳରେ ଟଙ୍କା ବଦଳାଇବାକୁ ଆସିଥିବା କେତେଜଣ…

ଆପେକ୍ସ କମିଟି ବୈଠକ

ଭୁବନେଶ୍ୱର,୧୨ା୧୦(ଅନିଲ ଦାସ)ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଅନ୍ତର୍ଜାତୀୟ କନ୍‌ଭେନଶନ ଆୟୋଜନ କରିବାକୁ ଯାଉଛି। ଆସନ୍ତା ଶତାବ୍ଦୀ ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ର ସକାଶେ ଓଡ଼ିଶା ରୋଡ୍‌ମ୍ୟାପ ବିକାଶ କରିବ ।…

ବିଲେଇ ପାଇଁ ଜୀବନ ଗଲା

ଭୁବନେଶ୍ୱର,୧୨।୧୦(ସତ୍ୟଜିତ୍‌ ରାଉତ)ରାଜଧାନୀରେ ଏକ ପରିତ୍ୟକ୍ତ କୂଅରୁ ବିଲେଇ ଉଦ୍ଧାର କରିବାକୁ ଯାଇ ଜଣେ ଆଇସ୍‌କ୍ରିମ୍‌ ବେପାରୀଙ୍କ ଜୀବନ ଯାଇଛି। ପଟିଆ ରେଳ ଷ୍ଟେଶନ ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୬୦ ଫୁଟ ଗଭୀର ଏକ ପରିତ୍ୟକ୍ତ କୂଅରେ…

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ: ସ୍କୁଟର ପାଇଲେ ୧୫ ହଜାର ସଦସ୍ୟା

ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ କହିଛନ୍ତି ଯେ, ମହିଳା ସଶକ୍ତୀକରଣ କ୍ଷେତ୍ରରେ…

‘ସମ୍ବିଧାନର ୮ମ ଅନୁଚ୍ଛେଦରେ ମୁଣ୍ଡାରୀ ଭାଷା ସାମିଲ ହେଉ’

ଭୁବନେଶ୍ୱର, ୧୧।୧୦(ଅସମାପିକା ସାହୁ): ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ…

ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧୦ (ଅନିଲ ଦାସ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ ଓ ଗାଁ। ଭୁବନେଶ୍ବରରୁ ଭିଡିଓ କନ୍‌ଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଓ ଭଦ୍ରକ ଜିଲାରେ…

ନିର୍ବାଚିତ ହୋଇଛନ୍ତି ଜଣେ ମାତ୍ର ବିଧାୟିକା

ବ୍ରହ୍ମପୁର,୧୧।୧୦(ନରସିଂହ ସାହୁ): ଭାରତ ସ୍ବାଧୀନତା ପରେ ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଜଣେ ମାତ୍ର ବିଧାୟିକା ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ମହୁରୀ ରାଣୀ ରତ୍ନ ମଞ୍ଜରୀ ଦେବୀ। ୧୯୭୭ ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?