‘ସମ୍ବିଧାନର ୮ମ ଅନୁଚ୍ଛେଦରେ ମୁଣ୍ଡାରୀ ଭାଷା ସାମିଲ ହେଉ’

ଭୁବନେଶ୍ୱର, ୧୧।୧୦(ଅସମାପିକା ସାହୁ): ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କୁ ସୁପାରିସ ନିମନ୍ତେ ଏହି ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌ଙ୍କ ସହିତ ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏ ବାବଦରେ ଖୁବ୍‌ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ବାଲ୍‌କ୍ରିଷ୍ଣନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଭାରତ ମୁଣ୍ଡା ସମାଜର ସଭାପତି ରବୀନ୍ଦ୍ରନାଥ ସିଂ, ମୁଣ୍ଡାରୀ ସମାଜ ସାୱାଁର ଜାମଡ଼ା, ବିର୍ସାମୁଣ୍ଡା ମେମୋରିଆଲ କଲ୍‌ଚର ଫାଉଣ୍ଡେଶନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସିଂ, ନନ୍ଦଲାଲ ସିଂ, ଶିବପ୍ରସାଦ ସିଂ, ସନ୍ତୋଷ କୁମାର ସିଂ, ରାଜେନ୍ଦ୍ରନାଥ ସିଂ, ଶବରନ୍‌ ସିଂ, ଡ. ମହେନ୍ଦ୍ର ସିଂ, ବଳରାମ ସିଂ, ରୋହିଆ ସିଂ, ଅରୁଣ ସିଂ, ଜେନାପ୍ରସାଦ ସିଂ, ତପନ ସିଂ, ଭାରତୀ ସିଂ ଏବଂ ମଞ୍ଜୁଲତା ସିଂଙ୍କ ସମେତ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟର ମୁଣ୍ଡା ସମାଜର ପ୍ରତିନିଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜକିଶୋରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଗଣଶିକ୍ଷକ ସଂଘ

ଦାରିଙ୍ଗବାଡି,୧୧।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ସାଥି ଶିକ୍ଷକଙ୍କ ଦେହାନ୍ତ ପରେ ସହାୟତାର ହାତ ବଢ଼ାଇଲା ସାଙ୍ଗ ଏଭଳି ଘଟଣାକୁ ନେଇ…

ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ: ଜୋରଦାର ପ୍ରତିବାଦ

କେନ୍ଦୁଝର,୧୧।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଛଟେଇ ବିରୋଧରେ ତେଜିଲା ଆନ୍ଦୋଳନ I…

୧ କୋଟି ଟଙ୍କିଆ ବାଇକ୍‌ ଭାରତରେ ଲଞ୍ଚ୍‌: ସାଙ୍ଗେ ସାଙ୍ଗେ Sold Out

ନୂଆଦିଲ୍ଲୀ,୧୧।୫: ଇଟାଲୀର ପ୍ରସିଦ୍ଧ ମୋଟରସାଇକେଲ ନିର୍ମାତା Ducati ଭାରତରେ ଏହାର ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ସୀମିତ ସଂସ୍କରଣ ସୁପରବାଇକ – Ducati Panigale V4 Lamborghini –…

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣ ଗୁରୁତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ମୋଦିଙ୍କ ଆହ୍ବାନ: ଭାରତର ସାଂସ୍କୃତିକ ପୁନର୍ଜାଗରଣର ଏକ ଶକ୍ତିଶାଳୀ ସଙ୍କେତ

ଗଞ୍ଜାମ,୧୧।୫(ଅନାଥ ତରାଇ/ ବିଦ୍ୟାଧର ସାହୁ): ଭାରତର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ସୋମନାଥ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜି ଉତ୍ସବମୁଖର।…

କାର୍‌ରେ ଆସି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କଲେ ୪ ଦୁର୍ବୃତ୍ତ: ଜଣେ ମୃତ, ଜଣେ ଆହତ

ବେଲପାହାଡ, ୧୧।୫(ସୁବାସ ପ୍ରଧାନ): ଝାରସୁଗୁଡା ଜିଲା ବେଲପାହାଡ଼ ଫାଟକରେ ଯୁବକଙ୍କୁ ଆକ୍ରମଣ। ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଉଭୟ…

ରାତିସାରା ଦେଖିଲେ ଲିଆଖିଆ ଉତ୍ସବ: ସକାଳକୁ ଆସି ଦେଖିଲା ବେଳକୁ ନ ଥିଲା

ନନ୍ଦପୁର/ପାଡୁଆ, ୧୧।୫ (ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଲିଆଖିଆ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ବାଇକ (ନମ୍ବର- OD 10 Q 4739) କେହି ଦୁର୍ବୃତ୍ତ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri