‘କେଟିବି- ଭାରତ ହୈ ହମ୍‌’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୧୨।୧୦(ଅନୁରାଧା ମହାରଣା)କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଆନିମେଟେଡ୍‌ ସିରିଜ୍‌ କ୍ରିସ୍‌, ତ୍ରିସ୍‌ ଆଣ୍ଡ ବାଲ୍ଟିବୟ (କେଟିବି) – ଭାରତ ହୈ ହମ୍‌ର ଟ୍ରେଲର୍‌ ଲଞ୍ଚ କରିଛନ୍ତି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗ୍ରାଫିଟି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ଏହି ସିରିଜ୍‌ରେ ୨ଟି ସିଜନ୍‌ ରହିଛି। ଏହି ସିରିଜରେ ମୋଟ୍‌ ୫୨ଟି ଏପିସୋଡ୍‌ ରହିଥିବାବେଳେ ପ୍ରତି ଏପିସୋଡର ସମୟ ଅବଧି ୧୧ ମିନିଟ୍‌ ରହିଛି। ୧୫୦୦ରୁ ୧୯୪୭ ମସିହା ମଧ୍ୟରେ ଭାରତର ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଏହି ସିରିଜରେ ବର୍ଣ୍ଣନା କରାଯାଇଛି। ୩ ଆନିମେଟେଡ ଚରିତ୍ର କ୍ରିସ୍‌, ତ୍ରିସ୍‌ ଏବଂ ବାଲ୍ଟିବୟ ଦ୍ୱାରା ସିରିଜ୍‌ ହୋଷ୍ଟ କରାଯାଇଛି। ମୁଞ୍ଜାଲ ଶ୍ରଫ୍‌ ଏବଂ ତିଳକରାଜ୍‌ ସେଟ୍ଟୀଙ୍କ ଦ୍ୱାରା ସିରିଜଟି ପ୍ରସ୍ତୁତ। ଦୂରଦର୍ଶନରେ ଅକ୍ଟୋବର ୧୫ ରୁ ୨୦୨୪ ଜାନୁୟାରୀ ୭ରେ ପ୍ରଥମ ସିଜନ୍‌ ପ୍ରସାରିତ ହେବ। ସେହିପରି ଜାନୁୟାରୀ ୨୮ରୁ ଏପ୍ରିଲ ୨୧ରେ ଦ୍ୱିତୀୟ ସିଜନ୍‌ ପ୍ରସାରିତ ହେବ। ନେଟ୍‌ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍‌ ଭିଡିଓରେ ଅକ୍ଟୋବର ୧୫ରେ ପ୍ରଥମ ସିଜିନ୍‌ ଏବଂ ୨୦୨୪ ଜାନୁୟାରୀ ୨୮ରେ ଦ୍ୱିତୀୟ ସିଜନ୍‌ ପ୍ରସାରିତ ହେବ। ମୂଳ ସ୍କ୍ରିପ୍ଟ ହିନ୍ଦୀ ହୋଇଥିବାବେଳେ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍‌, ମରାଠୀ, ଗୁଜରାଟୀ, ପଞ୍ଜାବୀ, ବଙ୍ଗାଳି, ଅହମୀୟା, ଓଡ଼ିଆ ଓ ଇଂରାଜୀ ଆଦି ୧୨ଟି ଭାଷାରେ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ଭାଷା ଫ୍ରେଞ୍ଚ, ସ୍ପାନିସ୍‌୍‌, ରୁଷିଆନ୍‌, ଆରାବିକ, ଚାଇନିଜ୍‌, ଜାପାନିଜ୍‌ ଓ କୋରିଆନ୍‌ ଭାଷାରେ ମଧ୍ୟ ଏହା ଉପଲବ୍ଧ ହେବ। ଏହିପରି ମୋଟ୍‌ ୧୯ ଭାଷାରେ ସିରିଜ ମୁକ୍ତିଲାଭ କରିବ।
ସିରିଜ୍‌ର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ମନ୍ତ୍ରୀ ଠାକୁର କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ଅନେକ ବୀରଙ୍କ ଅବଦାନ ବିଷୟରେ ଯୁବପିଢ଼ି ଜାଣନ୍ତି ନାହିଁ। ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକଙ୍କ ବିଷୟରେ ସବିଶେଷ ତଥ୍ୟ ନାହିଁ। ତେଣୁ ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ଏହା ଯୁବପିଢ଼ିଙ୍କ ନିମନ୍ତେ ସହାୟକ ହେବ ବୋଲି ସେ କହିଛନ୍ତି। ସେହିପରି ଆଧୁନିକ ଭାରତରେ ଲୋକଙ୍କ କ’ଣ ଭୂମିକା ରହିଥିଲା ସେ ସମ୍ପର୍କରେ ମଧ୍ୟ ଆଗାମୀ ପିଢ଼ି ଜାଣିପାରିବେ। ସେହିପରି ବିଦେଶୀ ଶାସକଙ୍କ ବିରୋଧରେ ଆଦିବାସୀ ମହିଳାଙ୍କ ଅବଦାନ କ’ଣ ରହିଥିଲା ସେ ସମ୍ପର୍କରେ ପୂର୍ବରୁ ଏତେ ଆଲୋଚନା ହୋଇ ନ ଥିବାବେଳେ ଏହି ସିରିଜ୍‌ରେ ତାହା ଦେଖିବାକୁ ମିଳିବ। ଏକାଧିକ ଭାଷାରେ ମୁକ୍ତିଲାଭ କରୁଥିବାରୁ ସମଗ୍ର ବିଶ୍ୱବାସୀ ଏ ବିଷୟରେ ଜାଣିପାରିବେ ବୋଲି ଠାକୁର ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଗାମୀ ଅଧିବେଶନରେ ସମସ୍ତ ସାଂସଦଙ୍କୁ ଏହି ସିରିଜ ପ୍ରଦର୍ଶିତ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମଥର ଏପରି ଆନିମେଟେଡ୍‌ ସିରିଜ ଲଞ୍ଚ କରାଯାଇଥିବା ବିଭାଗୀୟ ସଚିବ ଅପୂର୍ବ ଚନ୍ଦ୍ର ସୂଚନା ଦେଇଛନ୍ତି। ଆନିମେଟେଡ୍‌ ସିରିଜ ଗୁଡ଼ିକରେ ସାଧାରଣତଃ ୨୫ରୁ ୩୦ ଚରିତ୍ର ସହ ୪୦ ବ୍ୟାକଗ୍ରାଉଣ୍ଡ ରହିଥାଏ। ମାତ୍ର କେବିଟି- ଭାରତ ହେଁ ହମରେ ୧୦୦ ପାଖାପାଖି ଚରିତ୍ର ଏବଂ ପ୍ରାୟ ୫୦ଟି ବ୍ୟାକ୍‌ଗ୍ରାଉଣ୍ଡ ରହିଛି। ହିମାଚଳପ୍ରେଦେଶ, ପଶ୍ଚିମବଙ୍ଗ, ପଞ୍ଜାବ କେରଳଠାରୁ ଆରମ୍ଭ କରି ଦେଶର ଅନ୍ୟାନ୍ୟ ସ୍ଥାନର ଚିତ୍ରଣ କରାଯାଇଛି। ରାଣୀ ଆବାକ୍କା, ତିଲକା ମଞ୍ଝୀ, ତିରୋତ୍‌ ସିଂହ, ତାନ୍ତିଆ ଟୋପେ, କୋଟଓ୍ବାଲ ଧାନ୍‌ସିଂହ, କୁନ୍‌ଓ୍ବର ସିଂହ, ରାଣୀ ଚେନ୍ନାମା, ଟିକେନ୍ଦ୍ରଜିତ୍‌ ସିଂହଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?