ନିର୍ବାଚିତ ହୋଇଛନ୍ତି ଜଣେ ମାତ୍ର ବିଧାୟିକା

ବ୍ରହ୍ମପୁର,୧୧।୧୦(ନରସିଂହ ସାହୁ): ଭାରତ ସ୍ବାଧୀନତା ପରେ ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧୬ ବିଧାନସଭା ନିର୍ବାଚନ ହୋଇଛି। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଜଣେ ମାତ୍ର ବିଧାୟିକା ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ମହୁରୀ ରାଣୀ ରତ୍ନ ମଞ୍ଜରୀ ଦେବୀ। ୧୯୭୭ ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥିନୀ ଭାବେ ଲଢ଼େଇ କରିଥିଲେ। କଂଗ୍ରେସ ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କୁ ବିପୁଳ ଭୋଟରେ ପରାସ୍ତ କରିଥିଲେ। ନିର୍ବାଚନ ବେଳେ ଆଚାର୍ଯ୍ୟ କ୍ଷମତାରେ ଥିଲେ। ସେ ସମୟରେ ବ୍ରହ୍ମପୁର ସହରର ୨୭ ୱାର୍ଡ ଏବଂ କୁକୁଡ଼ାଖଣ୍ଡି ବ୍ଲକର ୧୦ ପଞ୍ଚାୟତକୁ ନେଇ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ହୋଇଥିଲା।
ବର୍ତ୍ତମାନ ବିଜେଡି ସରକାର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେଣୁ ଆଗାମୀ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଏକାଧିକ ମହିଳା ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଆସନ ପାଇଁ ସେମାନେ ଆବେଦନ କରିବାରେ ଲାଗିଛନ୍ତି। ଦରଖାସ୍ତକାରୀଙ୍କ ମଧ୍ୟରେ ଜଣେ ମହାନଗର ନିଗମର ପୂର୍ବତନ ମହିଳା ମେୟର ଅଛନ୍ତି। ଦଳୀୟ ସଂଗଠନର ପଦପଦବୀରେ ଥିବା ଆଉ କେତେ ଜଣ ଆଶାୟୀ ଅଛନ୍ତି। ଅନ୍ୟପକ୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ୩୩% ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ହେବାର ବିଧେୟକ ପାର୍ଲାମେଣ୍ଟରେ ପାରିତ ହୋଇ ଆଇନରେ ପରିଣତ ହୋଇଛି। ତେବେ ସେହି ଆଇନ ୨୦୨୯ ନିର୍ବାଚନଠାରୁ ଲାଗୁ ହେବା ଆଶା କରାଯାଉଛି।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଗଞ୍ଜାମର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା, ସାନଖେମୁଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହିଳାଙ୍କ ମଧ୍ୟରୁ ୪ଜଣ ନିର୍ବାଚିତ ହୋଇଥିଲେ। ସାନଖେମୁଣ୍ଡି ଆସନରେ ବିଜେଡି ମହିଳା ପ୍ରାର୍ଥୀ ପରାସ୍ତ ହୋଇଥିଲେ। ଆଗାମୀ ନିର୍ବାଚନରେ ୧୩ ନିର୍ବାଚନ ମଣ୍ଡଳୀରୁ ଅର୍ଦ୍ଧାଧିକ ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ତେଣୁ ଏବେଠୁ ମହିଳା କର୍ମୀ ଓ ନେତ୍ରୀଙ୍କ ଆଗ୍ରହ ବଢ଼ି ଯାଇଥିବା ଲକ୍ଷ୍ୟ କରାଯାଇଛି। ବିଜେଡି ସୁପ୍ରିମୋଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ହୋଇଥିବା ନିର୍ବାଚନରେ ବ୍ରହ୍ମପୁର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସ୍ବର୍ଗତ ରାଷ୍ଟ୍ରପତି ଭିଭି ଗିରିଙ୍କ ସାନ ଭଉଣୀ ଡି. ଲକ୍ଷ୍ମୀବାଇ କଂଗ୍ରେସର ବିଧାୟିକା ହୋଇଥିଲେ। ପରବର୍ତ୍ତୀ ଦ୍ୱିତୀୟ ନିର୍ବାଚନରେ ମଧ୍ୟ ଲକ୍ଷ୍ମୀବାଇ ଏହି ଆସନରୁ କଂଗ୍ରେସରୁ ଜିତିବା ପରେ ବିଧାନସଭାର ପ୍ରଥମ ମହିଳା ଉପବାଚସ୍ପତି ହୋଇଥିଲେ। ଏବେ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ଅତି ସୁବିଧା ହୋଇଛି। ମହାନଗରର ୪୨ ୱାର୍ଡରୁ ୩୬ଟିକୁ ନେଇ ନିର୍ବାଚନ ମଣ୍ଡଳୀ ହୋଇଛି। ଅବଶିଷ୍ଟ ୱାର୍ଡ ଗୋପାଳପୁର କ୍ଷେତ୍ରରେ ଅଛି। ତେଣୁ ଏହି ଆସନ ଉପରେ ମହିଳାଙ୍କ ନଜର ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?