ଆପେକ୍ସ କମିଟି ବୈଠକ

ଭୁବନେଶ୍ୱର,୧୨ା୧୦(ଅନିଲ ଦାସ)ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଅନ୍ତର୍ଜାତୀୟ କନ୍‌ଭେନଶନ ଆୟୋଜନ କରିବାକୁ ଯାଉଛି। ଆସନ୍ତା ଶତାବ୍ଦୀ ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ର ସକାଶେ ଓଡ଼ିଶା ରୋଡ୍‌ମ୍ୟାପ ବିକାଶ କରିବ । ବୁଧବାର ଲୋକସେବା ଭବନଠାରେ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ ପାଇଁ ଗଠିତ ଆପେକ୍ସ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉକ୍ତ ସମ୍ମିଳନୀରେ ଆଦିବାସୀ ସମୁଦାୟର ମିଲେଟ୍‌ ଖାଦ୍ୟ ସଂସ୍କୃତିକୁ ଜୋରସୋରରେ ପ୍ରଚାର ପ୍ରସାର କରାଯିବ। ଏହା ରାଜ୍ୟର କୃଷକ ଓ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକ ପାଇଁ ଏକ ଶୋ’କେସ୍‌ରେ ପରିଣତ ହେବ। ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଓଡ଼ିଶା ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ହେବାକୁ ଲକ୍ଷ୍ୟ ରଖିଛି। ସମସ୍ତେ ଉକ୍ତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରାଯାଉଛି। କେଉଁ କାଳରୁ ମିଲେଟ୍‌ ହେଉଛି ଆଦିବାସୀମାନଙ୍କର ଏକ ପାରମ୍ପରିକ ଖାଦ୍ୟଶସ୍ୟ। ଏହା ଜଳବାୟୁ ପରିବର୍ତ୍ତନ ସହନଶୀଳ ଏବଂ ପ୍ରଚୁର ପୁଷ୍ଟିରେ ଭରପୂର। ଓଡ଼ିଶା ମିଲେଟ୍‌ ମିଶନର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରିଛନ୍ତି। ଓଡ଼ିଶାର ମିଲେଟ୍‌ ମିଶନ ଉଦ୍ୟମ ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମିଲେଟ୍‌କୁ ସ୍ବୀକୃତି ମିଳିପାରିଛି। ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ ଏହି କନ୍‌ଭେନଶନ ଆଦିବାସୀମାନଙ୍କର ଜୀବିକାକୁ ବିକଶିତ କରିପାରିଛି। ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପି.କେ. ଜେନା କହିଛନ୍ତି, ଅନ୍ତର୍ଜାତୀୟ ସମ୍ମିଳନୀକୁ ସଫଳ କରିବା ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କୃଷି ସଚିବ ଅରବିନ୍ଦ ପାଢ଼ୀ କନ୍‌ଭେନଶନ ପ୍ରସ୍ତୁତିକୁ ନେଇ ଏକ ଉପସ୍ଥାପନା ରଖିଥିଲେ। ଏହି ଆପେକ୍ସ କମିଟି ବୈଠକରେ ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ହେବାକୁ ଥିବା ଉକ୍ତ କନ୍‌ଭେନଶନରେ ଆଦିବାସୀ ସଂସ୍କୃତି, ପରମ୍ପରା, ମିଲେଟ୍‌ର ବିବିଧତା, ବିଜ୍‌ନେସ ଟୁ ବିଜ୍‌ନେସ ସେସନ, ରାଉଣ୍ଡ ଟେବଲ, ଟେକ୍ନିକାଲ ସେସନ, ପ୍ୟାକେଜିଂ ଟେକ୍ନୋଲୋଜି ଏବଂ କୃଷକମାନଙ୍କର ଏକ ସ୍ବତନ୍ତ୍ର ସେସନ କରାଯିବ। ଏଥିସହିତ ଅନ୍ତର୍ଜାତୀୟ ମିଲେଟ୍‌ ଖାଦ୍ୟ ମେଳା, କଳା ଓ ସଂସ୍କୃତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri