ମେଟ୍ରୋ

ସ୍ବଚ୍ଛତାରେ ତଳକୁ ଖସିପାରେ ଭୁବନେଶ୍ୱର ରେଳଷ୍ଟେଶନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସ୍ବଚ୍ଛତା ପାରାମିଟର ପର୍ଯ୍ୟବେକ୍ଷଣ ଲାଗି ରବିବାର କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ (କ୍ୟୁସିଆଇ)ର ଦୁଇଜଣିଆ ଟିମ୍‌ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚତ୍ଛି। ଷ୍ଟେଶନରେ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା, ମଇଳା ପାଣି ପରିଚାଳନା, ଗ୍ରୀନ୍‌ ସାର୍ଟିଫିକେଟ, ଶକ୍ତି ସଂରକ୍ଷଣ,…

ସରକାରୀ ବିଭାଗର ଟୁଇଟର ହ୍ୟାଣ୍ଡେଲ : ଉପଯୁକ୍ତ ପରିଚାଳନା ହୋଇପାରୁନି

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଜନସାଧାରଣଙ୍କ ସମସ୍ୟା ତଥା ଅଭିଯୋଗକୁ ଗ୍ରହଣ କରି ତାହାର ସମାଧାନ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ହେଲେ ପ୍ରଶାସନ ନିକଟରେ ପ୍ରତ୍ୟକ୍ଷ ଭାବେ ହାଜର ନ ହୋଇ ମଧ୍ୟ ସମସ୍ୟା/ଅଭିଯୋଗ ଜଣାଇହେବ। ଏଥିପାଇଁ ବୈଷୟିକ ବିଦ୍ୟା(ଟେକ୍ନୋଲୋଜି)କୁ ଉପଯୋଗ କରାଯାଇଛି।…

ଶ୍ରୀଲିଙ୍ଗରାଜଙ୍କ ନାମଫଳକ ଫିଙ୍ଗି ନିର୍ମାଣ କଲେ ଘର

ପୁରୁଣା ଭୁବନେଶ୍ୱର,୨୬ା୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନା ଲିଖିତ ଫଳକ ଫିଙ୍ଗି ଦେଇ ସେହି ସ୍ଥାନରେ ବେଆଇନ ଭାବେ ଗୃହ ନିର୍ମାଣ କାମ ଜୋରସୋର ଚାଲିଛି। ଏଥିରେ ଭୋଗ ଦଖଲ ନ ଥିବା ଜବରଦଖଲକାରୀମାନେ ମନ୍ଦିର ପ୍ରଶାସନକୁ ଚକମା ଦେଇ କେତେଜଣ…

କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ ପୋଲିସ ମୁଖ୍ୟାଳୟସ୍ଥିତ ତାଙ୍କ ଅଫିସକୁ ଯାଇ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଧାନୀରେ ଅସଜଡା…

ପୁଣି ଲୁଟେରା ମାତିଲେ : ପିସ୍ତଲ ଦେଖାଇ ଟଙ୍କା, ମୋବାଇଲ ଲୁଟି ନେଲେ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : କମିଶନରେଟ୍‌ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପୁଣି ଲୁଟେରା ମାତିଛନ୍ତି। ପାତ୍ରପଡା ଅଞ୍ଚଳରେ ଥିବା ଦୋକାନରେ ପଶି ମୁଣ୍ଡରେ ପିସ୍ତଲ ଲଗାଇ ଟଙ୍କା ଓ ମୋବାଇଲ ଲୁଟ୍‌ କରିବା ଘଟଣା ଆତଙ୍କ ଖେଳାଇ ଦେଇଛି। ସିସିଟିଭିରେ କଏଦ ସମ୍ପୂର୍ଣ୍ଣ…

ରାଜ୍ୟ ମନ୍ତ୍ରିମଣ୍ଡଳରେ ୬୨ ପ୍ରତିଶତ ନେତା କୋଟିପତି : ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ରାଜ୍ୟ ମନ୍ତ୍ରିମଣ୍ଡଳର ୬୨ପ୍ରତିଶତ ସଦସ୍ୟ କୋଟିପତି ରାଜନେତା। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ କୋଟିପତି ରାଜନେତା ମନ୍ତ୍ରୀପରିଷଦରେ ସ୍ଥାନ ପାଇଛନ୍ତି। ୨୦୧୪ ନିର୍ବାଚନ ପରେ ଗଠିତ ହୋଇଥିବା ପ୍ରଥମ କ୍ୟାବିନେଟ୍‌ରେ ୫୯ ପ୍ରତିଶତ କୋଟିପତି ମନ୍ତ୍ରୀ ରହିଥିଲେ। ମନ୍ତ୍ରୀମାନଙ୍କ ହାରାହାରି…

ବିଳମ୍ବ ହେଉଛି ଓସା ନିର୍ବାଚନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସଚିବାଳୟ ସେବା ସଂଘ(ଓସା) ପକ୍ଷରୁ ପ୍ରତି ଦୁଇବର୍ଷରେ ଥରେ ନିର୍ବାଚନ ହୋଇଥାଏ। ୨୦୧୭ରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ଜୁନ୍‌ରୁ ସମାପ୍ତ ହୋଇଛି। ଇତିମଧ୍ୟରେ ଦୁଇ ମାସ ବିତିଗଲାଣି, ହେଲେ ପରବର୍ତ୍ତୀ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ…

ଆମ ଗାଁ ଆମ ବିକାଶ ଯୋଜନା : ସରକାରଙ୍କ ତଥ୍ୟର ତାଳମେଳ ନାହିଁ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ୨୦୧୮ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ ଲାଗି ଆମ ଗାଁ ଆମ ବିକାଶ ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ପ୍ରତି ପଞ୍ଚାୟତରେ ବିକାଶକାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି…

୬ ଇଞ୍ଚ ଦବିଲା ଆପ୍ରୋଚ ରୋଡ୍‌ : ରାଜଧାନୀରେ ପୁଣି ଫ୍ଲାଏଓଭର ଆତଙ୍କ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ ତାଜା ରହିଛି। ସେହିପରି ଲୋକମାନେ ଯାତାୟାତ କରିବାବେଳେ ରସୁଲଗଡ଼ ଫ୍ଲାଏଓଭରରୁ ବଡ଼ କଂକ୍ରିଟ୍‌ ଖସିବା…

ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ : ଲୋକଙ୍କୁ ସଚେତନ କରାଇବାକୁ ବୋର୍ଡ ଲଗାଇଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୫।୮(ବ୍ୟୁରୋ) : ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସଚେତନ କରାଯାଇଛି। କମିଶନରେଟ୍‌ ପୋଲିସ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ରହିଥିବା ଦଣ୍ଡବିଧାନ ସମ୍ପର୍କରେ ବାର୍ତ୍ତା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ନିୟମ ଲାଗୁହେବ।…

ମେଘନାଦ ପାଚେରି ସ୍ଥିତି ପରଖିଲେ ଏଏସ୍‌ଆଇ ଅଧିକାରୀ

ପୁରୀ ଅଫିସ,୨୫।୮: ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ହୋଇଛି। ଏହାପରେ ଶନିବାର ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅବରୋଧ ଥିବା ସ୍ଥାନରେ ପାଚେରି କାମ ହୋଇପାରି ନ ଥିବାରୁ ବର୍ତ୍ତମାନ…

ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି ଏକ ଟ୍ୟୁମର। ତାହାର ପ୍ରଭାବରେ ଗୋଟିଏ ଆଖି ଆଉ ଦେଖାଯାଉନାହିଁ। ମୁହଁ କଦର୍ଯ୍ୟ ହୋଇଯାଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?