ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି ଏକ ଟ୍ୟୁମର। ତାହାର ପ୍ରଭାବରେ ଗୋଟିଏ ଆଖି ଆଉ ଦେଖାଯାଉନାହିଁ। ମୁହଁ କଦର୍ଯ୍ୟ ହୋଇଯାଇଥିବାରୁ ବାହାରକୁ ଗଲେ ଲୋକେ ଡରୁଛନ୍ତି। ଏପରି କି ସେ ଠିକ୍‌ ଭାବେ ଖାଇ ପାରୁନାହାନ୍ତି। ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଏବଂ ଦିଲ୍ଲୀ ଏମ୍‌ସ ଯାଇଥିଲେ ମଧ୍ୟ ତାଙ୍କୁ ଫେରାଇ ଦିଆଯାଇଛି। ଏବେ କଟକର ଏକ ଲଜ୍‌ରେ ସାରା ଦିନ ୪ କାନ୍ଥ ଭିତରେ କଟୁଛି। ତେଣୁ ସରକାର ତାଙ୍କୁ ସହାୟତାର ହାତ ବଢ଼ାଇ ଦିଲ୍ଲୀ ଏମ୍‌ସ କିମ୍ବା ବାହାର ଦେଶରେ ଚିକିତ୍ସା କରାଇବାକୁ ଆକୁଳ ନିବେଦନ କରିଛନ୍ତି ମନବୋଧ ବାଗ(୩୧)। ଘର ତାଙ୍କର ବଲାଙ୍ଗୀର ଜିଲା ଟିଟିଲାଗଡ଼ ବଳପଦର ଗଁାରେ। ଯଦି ସରକାର ସହାୟତା କରି ନ ପାରନ୍ତି ତାହାହେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ବୋଲି ମନବୋଧ କହିଛନ୍ତି।

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ଡାହାଣ ଗାଲରେ ବଥ ଆକାରରେ ଏକ ଟ୍ୟୁମର ବଢ଼ିବାରେ ଲାଗିଲା। ଏବେ ତାହା ତାଙ୍କ ଜୀବନକୁ ତଳିତଳାନ୍ତ କରିଦେଇଛି। ଏଭଳି ଅବସ୍ଥା ପାଇଁ ମନବୋଧ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କାରଣ ୨୦୦୯ରେ ସେ ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପ୍ରଚାର କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ଅପରେଶନ ବିଫଳ ହୋଇଥିବା ଡାକ୍ତର ଜାଣିଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ପଠାଇ ନ ଥିଲେ। ବରଂ ଠିକ୍‌ ହୋଇଯିବ ବୋଲି କହି ଆଶ୍ୱାସନା ଦେଇଥିଲେ। ଏପଟେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଲେ ଭଲ ହୋଇଯିବାର ଆଶା ତାଙ୍କର ରହିଥିଲା। ବହୁ ଚେଷ୍ଟା ପରେ ରାଜ୍ୟ ସରକାରଙ୍କ ସହାୟତାରେ ମନବୋଧ ୨ ଜଣ ସାମାଜିକ କର୍ମୀଙ୍କ ସହ ଗତମାସ ୨୩ ତାରିଖରେ ଦିଲ୍ଲୀରେ ପହଞ୍ଚତ୍ ଓଡ଼ିଶା ନିବାସରେ ରହିଥିଲେ। ୨୪ ଓ ୨୫ ତାରିଖରେ ଏମ୍‌ସ ଆଉଟ୍‌ଡୋରରେ ଦେଖାଇବା ପରେ ଡାକ୍ତର କହିଥିଲେ ଯେ, ଯଦି ବର୍ଷକ ଆଗରୁ ଆସିଥାନ୍ତ ସଫଳ ଚିକିିିତ୍ସା ହୋଇପାରିଥାନ୍ତା। ଏବେ ବହୁ ବିଳମ୍ବ ହୋଇଯାଇଛି କହି ଫେରାଇ ଦେଇଥିଲେ। ତଥାପି ମନବୋଧ ଆଶା ହରାଇ ନ ଥିଲେ। ଗତ ୩ ତାରିଖରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିବା ପରେ ତାଙ୍କୁ ଅଗଷ୍ଟ ୫ ତାରିଖ ସୋମବାର ଏମ୍‌ସରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଓଡ଼ିଶା ନିବାସରେ ଆଉ ତାଙ୍କୁ ରହିବାକୁ ସୁଯୋଗ ଦିଆଯାଇ ନ ଥିଲା। ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ୩ ତାରିଖ ଯାଏ ସେଠାରେ ରହିବାକୁ ବ୍ୟବସ୍ଥା ହୋଇଥିବା ଓଡ଼ିଶା ନିବାସ କର୍ମଚାରୀମାନେ କହିଥିଲେ। ଆଉ ୨ ଦିନ ରହିବା ପାଇଁ ସୁଯୋଗ ଦେବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ବରଂ ପୂର୍ବରୁ ହୋଇଥିବା ଟ୍ରେନ ଟିକେଟ୍‌ ଧରାଇ ଦେଇ ଓଡ଼ିଶାକୁ ଫେରିଯିବାକୁ କହିଥିଲେ। କିଛି ଉପାୟ ନ ପାଇ ମନବୋଧ ଓ ୨ ସାମାଜିକ କର୍ମୀ ପ୍ରହଲ୍ଲାଦ ମହାରଣା ଓ ଅଭିଜିତ୍‌ ଦାସ ଓଡ଼ିଶା ଫେରିବାକୁ ବାଧ୍ୟ ହୋଇଥିଲେ।

ଛୋଟବେଳେ ମନବୋଧଙ୍କ ବାପାଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ମା’ ପୁଅର ଦୁଃସ୍ଥିତି ଓ ସ୍ବୀମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଦୀର୍ଘବର୍ଷ ହେଲା ନ୍ୟୁରୋ ଫାଇବ୍ରୋ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri