ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି ଏକ ଟ୍ୟୁମର। ତାହାର ପ୍ରଭାବରେ ଗୋଟିଏ ଆଖି ଆଉ ଦେଖାଯାଉନାହିଁ। ମୁହଁ କଦର୍ଯ୍ୟ ହୋଇଯାଇଥିବାରୁ ବାହାରକୁ ଗଲେ ଲୋକେ ଡରୁଛନ୍ତି। ଏପରି କି ସେ ଠିକ୍‌ ଭାବେ ଖାଇ ପାରୁନାହାନ୍ତି। ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଏବଂ ଦିଲ୍ଲୀ ଏମ୍‌ସ ଯାଇଥିଲେ ମଧ୍ୟ ତାଙ୍କୁ ଫେରାଇ ଦିଆଯାଇଛି। ଏବେ କଟକର ଏକ ଲଜ୍‌ରେ ସାରା ଦିନ ୪ କାନ୍ଥ ଭିତରେ କଟୁଛି। ତେଣୁ ସରକାର ତାଙ୍କୁ ସହାୟତାର ହାତ ବଢ଼ାଇ ଦିଲ୍ଲୀ ଏମ୍‌ସ କିମ୍ବା ବାହାର ଦେଶରେ ଚିକିତ୍ସା କରାଇବାକୁ ଆକୁଳ ନିବେଦନ କରିଛନ୍ତି ମନବୋଧ ବାଗ(୩୧)। ଘର ତାଙ୍କର ବଲାଙ୍ଗୀର ଜିଲା ଟିଟିଲାଗଡ଼ ବଳପଦର ଗଁାରେ। ଯଦି ସରକାର ସହାୟତା କରି ନ ପାରନ୍ତି ତାହାହେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ବୋଲି ମନବୋଧ କହିଛନ୍ତି।

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ଡାହାଣ ଗାଲରେ ବଥ ଆକାରରେ ଏକ ଟ୍ୟୁମର ବଢ଼ିବାରେ ଲାଗିଲା। ଏବେ ତାହା ତାଙ୍କ ଜୀବନକୁ ତଳିତଳାନ୍ତ କରିଦେଇଛି। ଏଭଳି ଅବସ୍ଥା ପାଇଁ ମନବୋଧ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କାରଣ ୨୦୦୯ରେ ସେ ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପ୍ରଚାର କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ଅପରେଶନ ବିଫଳ ହୋଇଥିବା ଡାକ୍ତର ଜାଣିଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ପଠାଇ ନ ଥିଲେ। ବରଂ ଠିକ୍‌ ହୋଇଯିବ ବୋଲି କହି ଆଶ୍ୱାସନା ଦେଇଥିଲେ। ଏପଟେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଲେ ଭଲ ହୋଇଯିବାର ଆଶା ତାଙ୍କର ରହିଥିଲା। ବହୁ ଚେଷ୍ଟା ପରେ ରାଜ୍ୟ ସରକାରଙ୍କ ସହାୟତାରେ ମନବୋଧ ୨ ଜଣ ସାମାଜିକ କର୍ମୀଙ୍କ ସହ ଗତମାସ ୨୩ ତାରିଖରେ ଦିଲ୍ଲୀରେ ପହଞ୍ଚତ୍ ଓଡ଼ିଶା ନିବାସରେ ରହିଥିଲେ। ୨୪ ଓ ୨୫ ତାରିଖରେ ଏମ୍‌ସ ଆଉଟ୍‌ଡୋରରେ ଦେଖାଇବା ପରେ ଡାକ୍ତର କହିଥିଲେ ଯେ, ଯଦି ବର୍ଷକ ଆଗରୁ ଆସିଥାନ୍ତ ସଫଳ ଚିକିିିତ୍ସା ହୋଇପାରିଥାନ୍ତା। ଏବେ ବହୁ ବିଳମ୍ବ ହୋଇଯାଇଛି କହି ଫେରାଇ ଦେଇଥିଲେ। ତଥାପି ମନବୋଧ ଆଶା ହରାଇ ନ ଥିଲେ। ଗତ ୩ ତାରିଖରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିବା ପରେ ତାଙ୍କୁ ଅଗଷ୍ଟ ୫ ତାରିଖ ସୋମବାର ଏମ୍‌ସରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଓଡ଼ିଶା ନିବାସରେ ଆଉ ତାଙ୍କୁ ରହିବାକୁ ସୁଯୋଗ ଦିଆଯାଇ ନ ଥିଲା। ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ୩ ତାରିଖ ଯାଏ ସେଠାରେ ରହିବାକୁ ବ୍ୟବସ୍ଥା ହୋଇଥିବା ଓଡ଼ିଶା ନିବାସ କର୍ମଚାରୀମାନେ କହିଥିଲେ। ଆଉ ୨ ଦିନ ରହିବା ପାଇଁ ସୁଯୋଗ ଦେବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ବରଂ ପୂର୍ବରୁ ହୋଇଥିବା ଟ୍ରେନ ଟିକେଟ୍‌ ଧରାଇ ଦେଇ ଓଡ଼ିଶାକୁ ଫେରିଯିବାକୁ କହିଥିଲେ। କିଛି ଉପାୟ ନ ପାଇ ମନବୋଧ ଓ ୨ ସାମାଜିକ କର୍ମୀ ପ୍ରହଲ୍ଲାଦ ମହାରଣା ଓ ଅଭିଜିତ୍‌ ଦାସ ଓଡ଼ିଶା ଫେରିବାକୁ ବାଧ୍ୟ ହୋଇଥିଲେ।

ଛୋଟବେଳେ ମନବୋଧଙ୍କ ବାପାଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ମା’ ପୁଅର ଦୁଃସ୍ଥିତି ଓ ସ୍ବୀମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଦୀର୍ଘବର୍ଷ ହେଲା ନ୍ୟୁରୋ ଫାଇବ୍ରୋ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri