ସ୍ବଚ୍ଛତାରେ ତଳକୁ ଖସିପାରେ ଭୁବନେଶ୍ୱର ରେଳଷ୍ଟେଶନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସ୍ବଚ୍ଛତା ପାରାମିଟର ପର୍ଯ୍ୟବେକ୍ଷଣ ଲାଗି ରବିବାର କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ (କ୍ୟୁସିଆଇ)ର ଦୁଇଜଣିଆ ଟିମ୍‌ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚତ୍ଛି। ଷ୍ଟେଶନରେ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା, ମଇଳା ପାଣି ପରିଚାଳନା, ଗ୍ରୀନ୍‌ ସାର୍ଟିଫିକେଟ, ଶକ୍ତି ସଂରକ୍ଷଣ, ଆଇଏସ୍‌ଓ ସାର୍ଟିଫିକେଟ ଓ ସ୍ବଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ବିଷୟକୁ ନେଇ ପର୍ଯ୍ୟବେକ୍ଷଣ ଆରମ୍ଭ କରିଛି। କ୍ୟୁସିଆଇ ଟିମ୍‌ ଦେଶର ସମସ୍ତ ରେଳ ଷ୍ଟେଶନକୁ ଯାଇ ଏସବୁ ସ୍ଥିତି ଅନୁଧ୍ୟାନ କରୁଛି। ଯାତ୍ରୀଙ୍କ ସହ ଆଲୋଚନା କରି ପ୍ରତିକ୍ରିୟା ଓ ପରାମର୍ଶ ଗ୍ରହଣ କରୁଛି। ଆସନ୍ତା ମାସକ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଗତବର୍ଷ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱର ରେଳ ଷ୍ଟେଶନକୁ ସର୍ବଭାରତୀୟ ସ୍ତରରେ ୯ମ ସ୍ଥାନ ମିଳିଥିଲା। କିନ୍ତୁ ଚଳିତବର୍ଷର ସ୍ବଚ୍ଛତା କାର୍ଯ୍ୟକ୍ରମ ରିପୋର୍ଟ କାର୍ଡ ଦେଖିଲେ ଭୁବନେଶ୍ୱର ରେଳ ଷ୍ଟେଶନ କ୍ୟୁସିଆଇ ନିର୍ଦ୍ଧାରଣ କରିଥିବା ମାନଦଣ୍ଡ ମଧ୍ୟରୁ ଅର୍ଦ୍ଧାଧିକ ପୂରଣ କରିବା କଷ୍ଟକର ହେବ। ସ୍ବଚ୍ଛତା ସର୍ବେକ୍ଷଣ ତାଲିକାରେ ଏଥର ତଳକୁ ଖସିଯିବ ବୋଲି ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ରେଳ ଷ୍ଟେଶନ ‘ଏ’ କ୍ଲାସରେ ଅନ୍ତର୍ଭୁକ୍ତ। କିନ୍ତୁ ଗତବର୍ଷ ଅପେକ୍ଷା ଚଳିତଥର ଷ୍ଟେଶନର ନିଜସ୍ବ ସ୍ବଚ୍ଛତା କାର୍ଯ୍ୟକ୍ରମ ମନ୍ଥର ଗତିରେ ଚାଲିଛି। ଏପରିକି ସ୍ବଚ୍ଛତା ନେଇ କଟକଣା ମଧ୍ୟ ସେପରି ନ ଥିବା ଦେଖିବାକୁ ମିଳୁଛି। ଅପରିଷ୍କାର କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ ଲାଗି ରେଳପଥ ପକ୍ଷରୁ ତିନୋଟି ବିଭାଗକୁ ଦାୟିତ୍ୱ ଦିଆଯାଇଛି। ରେଳପଥ ସ୍ବାସ୍ଥ୍ୟ ବିଭାଗ, ବାଣିଜି୍ୟକ ବିଭାଗ ଓ ଆର୍‌ପିଏଫ୍‌। ସ୍ବଚ୍ଛତା ନିଶ୍ଚିତ କରିବା ହେଉଛି ସ୍ବାସ୍ଥ୍ୟ ବିଭାଗର ନିଜସ୍ବ ଦାୟିତ୍ୱ। କିନ୍ତୁ ଏ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟ ସଂକ୍ରାନ୍ତ ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ। ୨୦୧୭ରୁ ଏଯାବତ୍‌ ବିଭାଗ ମାତ୍ର ତିନୋଟି ମାମଲାରେ ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ପୁଣି ଏହି ଜରିମାନା କାର୍ଯ୍ୟକ୍ରମ ଆରମ୍ଭ ବର୍ଷର। ସେହିପରି ବାଣିଜି୍ୟକ ବିଭାଗ ୨୦୧୭ ଅକ୍ଟୋବରରୁ ଜୁଲାଇ ଶେଷ ସୁଦ୍ଧା ୪୫୯ ମାମଲାରେ ୪୯ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଆର୍‌ପିଏଫ୍‌ ୨୦୧୮ରେ ୨୩୪୭ ମାମଲାରେ ୨ଲକ୍ଷ ୪୦ ହଜାର ୪ଶହ ଟଙ୍କା ଓ ୨୦୧୯ ଜୁଲାଇ ଶେଷସୁଦ୍ଧା ୪୮୦ ମାମଲାରେ ୫୧ ହଜାର ୨ଶହ ଟଙ୍କା ଜରିମାନା ଆଦା କରିଛି। ଅପରପକ୍ଷରେ ଷ୍ଟେଶନରେ ଆବଶ୍ୟକ ପରିମାଣରେ ଶୌଚାଳୟ ବି ନାହଁି। ଯାହା ରହିଛି ସେସମ୍ପର୍କରେ ଯାତ୍ରୀମାନେ ଜାଣିପାରୁ ନ ଥିବାରୁ ଏଠିସେଠୀ ପରିସ୍ରା ଓ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷରେ ଷ୍ଟେଶନ ପରିସର ସଫା ରଖିବା ଲାଗି କର୍ତ୍ତୃପକ୍ଷ ସେମିତି କିଛି ବଡ଼ ପଦକ୍ଷେପ ନେଇ ନାହାନ୍ତି। କେବଳ ପ୍ରତି ସପ୍ତାହ ଓ ମାସରେ ବିଭାଗ ଓ୍ବାରୀ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତା’ସହ ଷ୍ଟେଶନର ଭିତ୍ତିଭୂମି ମଧ୍ୟ ଦୁର୍ବଳ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri