୬ ଇଞ୍ଚ ଦବିଲା ଆପ୍ରୋଚ ରୋଡ୍‌ : ରାଜଧାନୀରେ ପୁଣି ଫ୍ଲାଏଓଭର ଆତଙ୍କ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ ତାଜା ରହିଛି। ସେହିପରି ଲୋକମାନେ ଯାତାୟାତ କରିବାବେଳେ ରସୁଲଗଡ଼ ଫ୍ଲାଏଓଭରରୁ ବଡ଼ କଂକ୍ରିଟ୍‌ ଖସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା। ରବିବାର ପୁଣି ରାଜଧାନୀର ଆଉ ଏକ ଫ୍ଲାଏଓଭରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଅପରାହ୍ନରେ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିବାବେଳେ ହାଇଟେକ୍‌ ଛକ ନିକଟସ୍ଥ କଟକ-ପୁରୀ ବାଇପାସ ଫ୍ଲାଏଓଭର୍‌ର ଆପ୍ରୋଚ ରୋଡ୍‌ ହଠାତ୍‌ ୬ ଇଞ୍ଚ ଦବି ଯାଇଛି। ଫଳରେ ସେହି ସ୍ଥାନରୁ ରାସ୍ତାର ମଝି ପର୍ଯ୍ୟନ୍ତ ଏକ ଫାଟ ସୃଷ୍ଟି ହୋଇଛି। ଫ୍ଲାଏଓଭର ଦବିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇଥିଲେ। କାଳେ ବଡ଼ଧରଣର ଦୁର୍ଘଟଣା ଘଟିପାରେ ତାହାକୁ ନଜରରେ ରଖି ଓଡ୍ରାଫ୍‌ର ୧୦ ଜଣିଆ ଟିମ୍‌ ସମସ୍ତ ସରଞ୍ଜାମ ସହ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ଆସ୍କା ଲାଇଟ୍‌ ଲଗାଇ ରାତିସାରା ଜଗି ରହିବେ ବୋଲି କହିଛନ୍ତି। ଏନ୍‌ଏଚ୍‌ଏଆଇର ଏକ ଟିମ୍‌, ଆମ୍ବୁଲାନ୍ସ ଏବଂ କ୍ରେନ୍‌ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କାରେ ଡିସିପି ଅନୁପ ସାହୁ, ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ପତି, ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ, ନଖରା ଟ୍ରାଫିକ ଥାନା ଅଧିକାରୀ ଆକାଶ ରଣା ଓ ଜୋନ ଏସିପି ଅନିଲ ମିଶ୍ର ସେଠାରେ ପହଞ୍ଚତ୍ଥିଲେ। ମଞ୍ଚେଶ୍ୱର ଥାନା ପୋଲିସ ଦବିଯାଇଥିବା ସ୍ଥାନକୁ କର୍ଡନ କରିଥିଲା। ଅନ୍ୟପକ୍ଷରେ ଘଟଣାକୁ ନେଇ କାଳେ ବିରୋଧ ହେବ, ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଯିବା ପୂର୍ବରୁ ଦବିଯାଇଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକମାନେ ନିିର୍ମାଣକାରୀ ସଂସ୍ଥା ନିମ୍ନମାନର ଫ୍ଲାଏଓଭର୍‌ କାମ କରିଥିବା ଅଭିଯୋଗ କରି ପ୍ରତିବାଦ କରିବା ସହ ଘଟଣାସ୍ଥଳ ନିକଟରେ ରାସ୍ତାରୋକୋ କରିଥିଲେ। ଫଳରେ ଅଧଘଣ୍ଟା ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। କିନ୍ତୁ ପୋଲିସ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପଳାଶୁଣୀର ସନ୍ତୋଷ କୁମାର ସାସମଲ କହିଛନ୍ତି, ଇତିମଧ୍ୟରେ ଫ୍ଲାଏଓଭର ରାସ୍ତା ୩ ଥର ଦବିଲାଣି। ଏନେଇ ଅଞ୍ଚଳବାସୀ ଠିକା ସଂସ୍ଥାକୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। କେବଳ ପିଚୁ ପକାଇ ସେମାନେ ମରାମତି କରିଦେଉଛନ୍ତି। ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ। ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ ଖଟୁଆ କହିଛନ୍ତି, ଫ୍ଲାଏଓଭର ଉଦ୍‌ଘାଟନ ଦିନ ମୁଁ ଲଡ଼ୁ ଖାଇଥିଲି, ସେତେବେଳେ ଖୁସି ଲାଗିଥିଲା। ହେଲେ ଏବେ ଏଥିରେ ଯିବାକୁ ଭୟ ଲାଗୁଛି। କେତେବେଳେ ଯେ ଏହା ଭୁଶୁଡ଼ି ପଡ଼ିବ ତାହା ଅନୁମାନ କରିହେବ ନାହିଁ। ଅନ୍ୟଜଣେ ବାସିନ୍ଦା ପୁପୁନ ଜେନା କହିଛନ୍ତି, ଠିକା ସଂସ୍ଥା ରଥଯାତ୍ରା ପୂର୍ବରୁ କାମ ଜଲଦି ସାରିବା ନିଶାରେ ଏପରି ବେପରୁଆ କାମ କରିଛି। ଫ୍ଲାଏଓଭର ଉଦ୍‌ଘାଟନ ହେବାର କିଛି ଦିନ ପରେ ହିଁ ପ୍ରଥମ ଥର ଦବିବାର ଦେଖିବାକୁ ମିଳିଥିଲା। ପରେ ରଥଯାତ୍ରାର ଠିକ୍‌ କିଛି ଦିନ ପରେ ଏବଂ ଗତ ୧୫ଦିନ ତଳେ ପୁଣିଥରେ ଦବିଥିଲା। ଏନେଇ କାହାର ନିଘାନାହିଁ, ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଏହି ଫ୍ଲାଏଓଭର ତଳ ଓ ଉପର ଦେଇ ଯାତାୟାତ କରୁଛନ୍ତି। ଯଦି କିଛି ଦୁର୍ଘଟଣା ଘଟେ ଏଥିପାଇଁ ଦାୟୀ କିଏ ରହିବ। ସମସ୍ତେ ମିଳିମିଶି ଏହି ଫ୍ଲାଏଓଭର କାମରୁ ଅର୍ଥ ହଡ଼ପ କରିଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୩ରେ ଉକ୍ତ ଓଭରବ୍ରିଜ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ଓ୍ବେଜ୍‌ ପ୍ରା.ଲି.(ଏସ୍‌ଜେଇପିଏଲ୍‌) ଏହାକୁ ନିର୍ମାଣ କରିଥିଲା। ଏନ୍‌ଏଚ୍‌ଏଆଇ ପିଡି ଦେବପ୍ରସାଦ ସାହୁ କହିଛନ୍ତି ଯେ, ଆପ୍ରୋଚ୍‌ ରୋଡ୍‌ ଦବିଛି। ଏହା କିଛି ବଡ଼ କଥା ନୁହେଁ, ଫ୍ଲାଏଓଭରକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ଏନେଇ ବିଚଳିତ ହେବାର କୌଣସି କାରଣ ନାହିଁ। ସକାଳ ହେବାର ୩ଘଣ୍ଟା ମଧ୍ୟରେ ଏସ୍‌ଜେଇପିଏଲ ପକ୍ଷରୁ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?