ମେଟ୍ରୋ

ପ୍ରତିମାସ ୨୩ରେ ଛତୁଆ ମିଶ୍ରଣ, ୧ରେ ବଣ୍ଟନ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତିଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏବଂ ଉତ୍କୃଷ୍ଟ ମାନ ବଜାୟ ରଖିବା ପାଇଁ…

‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ଭୁଆଁ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଢାଞ୍ଚାରେ ଓଡ଼ିଶାରେ ନିର୍ମାଣ ହେବ ଏକ ବୃହତ୍‌ ଫିଲ୍ମ ସିଟି। ଫିଲ୍ମ ସିଟିରେ ଏକାଧିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ସହ ବଡ ବଡ ଲକ୍ଜୁରୀ ତଥା ତାରକା ହୋଟେଲ, ମଲ୍ଟି କୁଇଜିନ୍‌ ରେଷ୍ଟୁରାଣ୍ଟ, ବିଭିନ୍ନ…

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ: ଝାଡ଼ଖଣ୍ଡବାସୀଙ୍କ ଗ୍ୟାସ୍‌ ପାଇବା ସ୍ବପ୍ନ ପୂରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଝାଡଖଣ୍ଡରେ ପିଏନ୍‌ଜି ଏବଂ ସିଏନ୍‌ଜି ଗ୍ୟାସ ପାଇବାକୁ ଥିବା ଲୋକଙ୍କ ସ୍ବପ୍ନ ପୂରଣ ହୋଇଛି। ଝାଡଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ଅନୁଷ୍ଠିତ ପିଏମ୍‌ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ…

ଯୋଡ଼ାରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର,୨୪।୮(ବ୍ୟୁରୋ): କେନ୍ଦୁଝର ଜିଲା ଯୋଡ଼ା ସହରରେ ଜୁନ୍‌ ୨୪ ରାତିରେ ଜଣେ ନାବାଳିକାଙ୍କୁ ଗଣବଳତ୍କାର କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୋଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରିଥିଲା। ଏହା ସହ…

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା: ମାମଲା ଚାପି ଦେବାକୁ ପୋଲିସର ଉଦ୍ୟମ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ତମାଣ୍ଡୋ ଥାନା କଳିଙ୍ଗବିହାରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ନୟାପଲ୍ଲୀ ଗଡସାହିର ଅକ୍ଷୟ ମାଝି(୪୫)। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଚୁପ…

ଦଶହରା ପାଇଁ ବିଭିନ୍ନ ପୂଜା କମିଟିର ମାଟି ଅନୁକୂଳ

ଭୁବନେଶ୍ୱର, ୨୪।୮(ବ୍ୟୁରୋ)/କଟକ ରୋଡ,(ଡି.ଏନ୍‌.ଏ.): ଆଗକୁ ମା’ଙ୍କ ପୂଜା। ବିରାଜିବେ ଜଗତଜନନୀ ମା’ ଦୁର୍ଗା। ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ। ତେଣୁ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମାଟି ଅନୁକୂଳ ଆରମ୍ଭ ହୋଇଛି।…

ଜନ୍ମାଷ୍ଟମୀକୁ ଧୋଇଦେଲା ବର୍ଷା: ରାମମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁକ୍ରବାର ଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ସହର। ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବାକୁ ପ୍ରାତଃରୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା। ହେଲେ ପୂର୍ବାହ୍ନରେ ବର୍ଷା ଜନ୍ମାଷ୍ଟମୀର ଉତ୍ସବକୁ ଫିକା କରି ଦେଇଥିଲା।…

ପଦାରେ ପଡ଼ିଲା ବିଫଳତା

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ୬୭ ଓ୍ବାର୍ଡରେ ମୋଟ ୬୫୦ କି.ମି. ଆଭ୍ୟନ୍ତରୀଣ ଡ୍ରେନ୍‌ ଓ ୬୦ କି.ମି. ମୁଖ୍ୟ ଡ୍ରେନ୍‌ ରହିଛି। ପ୍ରତିବର୍ଷ ବର୍ଷା ହେଲେ ଜଳବନ୍ଦୀ ସମସ୍ୟାରେ ସ୍ମାର୍ଟସିଟିବାସୀ ଘାଣ୍ଟି ହେଉଛନ୍ତି। ଯୋଜନା ପରେ ଯୋଜନା…

ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍‌ରେ ବହୁ ସମୟ ଧରି ପାଣି ଜମି ରହିଥିଲା। ମନ୍ଦିରକୁ ଆସିଥିବା ହଜାର ହଜାର ଭକ୍ତ…

ସବୁଠୁ ବଳିଗଲା ସ୍ମାର୍ଟ ଜନପଥର ଦୃଶ୍ୟ

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍‌ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ପ୍ଲାନିଂ ଦେଉଛି। ହେଲେ ବର୍ଷା ସବୁକିଛି ପଦାରେ ପକାଇ ଦେଉଛି। ଅସରାଏ ବର୍ଷାରେ ସ୍ମାର୍ଟ ରାସ୍ତାର…

କଟକ ରୋଡ୍‌ରେ ଠପ୍‌ ହୋଇଗଲା ଯାତାୟାତ

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ବର୍ଷା ପାଣି ଜମି ରହିବା ଯୋଗୁ ସବୁଠୁ ଚଳଚଞ୍ଚଳ କଟକ ରୋଡ୍‌ରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲକ୍ଷ୍ମୀସାଗର ଛକ, ବମିଖାଲ ଫ୍ଲାଏ ଓଭର ଓ ଏସ୍‌ପ୍ଲାନେଡ଼ ମଲ୍‌ ସାମ୍ନାରେ ପାଣି ବହୁ ସମୟ ଧରି ଜମି ରହିଥିବା…

ରାଜଧାନୀ ପାଣି ପାଣି

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଶୁକ୍ରବାର ଦେଢ଼ଘଣ୍ଟାର ବର୍ଷା ସ୍ମାର୍ଟସିଟିର ଜନଜୀବନକୁ ପୂରା ଅସ୍ତବ୍ୟସ୍ତ କରିଦେଇଥିଲା। ଜନପଥ, ଜାତୀୟ ରାଜପଥଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଇସ୍କନ ମନ୍ଦିର ଅଞ୍ଚଳ, ବେହେରାସାହି, ରସୁଲଗଡ଼, କଟକ ରୋଡ୍‌, ମାଉସୀମା ଛକ, ୟୁନିଟ-୮ ଅଞ୍ଚଳ, ବମିଖାଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?