ମେଟ୍ରୋ

ସାରା ରାଜ୍ୟରେ ଲଗାଣ ବର୍ଷା: ୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ…

ରାଜ୍ୟ ପ୍ରଶାସନରେ ଅଦଳବଦଳ: ଅସିତଙ୍କୁ କେବିକେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ରାଜ୍ୟ ଶୀର୍ଷସ୍ତରୀୟ ପ୍ରଶାସନରେ ବ୍ୟାପକ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅନୁମୋଦନ କ୍ରମେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା…

ଅବପାତରେ ପରିଣତ ହେଲା ଲଘୁଚାପ: ୧୧ଟି ଜିଲାରେ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୭।୮: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ୧୧ଟି…

ବରିଷ୍ଠ ଆଇପିଏସ୍‌ ବି.କେ. ଶର୍ମାଙ୍କୁ ଇନ୍‌ଚାର୍ଜ ଡିଜିପି ଦାୟିତ୍ୱ

ଭୁବନେଶ୍ୱର, ୭।୮(ବ୍ୟୁରୋ): ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍‌ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନ ନିଯୁକ୍ତି ଦିଆଯିବା ହେତୁ ବିଜୟଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି।…

ହଂସରାଳି, ୧୦ ଛୁଆ ଉଦ୍ଧାର

ଭୁବନେଶ୍ୱର,୭।୮(ବ୍ୟୁରୋ): କଟକ ଜିଲା ବାଙ୍କୀ ଗଡ଼ର କୃଷ୍ଣଚନ୍ଦ୍ର ବେହେରାଙ୍କ ଘରୁ ଗୋଟିଏ ହଂସରାଳି ମା’ ଏବଂ ୧୦ଟି ଛୁଆକୁ ବୁଧବାର ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଅରାଚଣ୍ଡୀ ପାଟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ମଙ୍ଗଳବାର କୃଷ୍ଣଚନ୍ଦ୍ରଙ୍କ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସ ହାର ୪୩.୬୨%

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ପାସ ହାର ୪୩.୬୨% ରହିଥିବା ବେଳେ ଓପନ୍‌ ସ୍କୁଲରେ ପାସ ହାର ୬୩.୪୪% ଥିବା ଜଣାପଡ଼ିଛି। ପ୍ରକାଶ ଯୋଗ୍ୟ, ମଙ୍ଗଳବାର ଯୁକ୍ତ ୨ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ…

ସୁଷମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୭।୮(ବ୍ୟୁରୋ) : ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଷମାଙ୍କ ବିୟୋଗରେ ଗଭୀର ଶୋକ…

୮ରେ ଜାତୀୟ କୃମିନାଶ ଦିବସ: ୧କୋଟିରୁ ଅଧିକ ପିଲାଙ୍କୁ ଦିଆଯିବ ବଟିକା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ୬ମାସରେ ଥରେ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କୃମିନାଶ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ୍‌ ‘ଏ’ର ଦ୍ରବଣ ଖାଇବାକୁ ଦିଆଯାଉଛି। ନିୟମିତ କୃମିନାଶ ଔଷଧ…

କାର୍ଡ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଡ଼ିଶା ରାଜ୍ୟ ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର କର୍ମଚାରୀମାନେ ପ୍ରାୟ ଆଠ ବର୍ଷ ହେବ ଦରମା ପାଇ ନାହାନ୍ତି। ଏମାନେ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ଦରମା…

୧୨ରୁ ଭୁବନେଶ୍ୱରରେ ଜନଗଣନା: ପ୍ରଶିକ୍ଷଣ ନେବେ ୪୦ ସ୍କୁଲର ଶିକ୍ଷକ

ଭୁବନେଶ୍ୱର,୭ା୮(ବ୍ୟୁରୋ): ୨୦୨୧ ଜନଗଣନା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନଗଣନା କ୍ଷେତ୍ର ପରୀକ୍ଷଣ ପ୍ରଶିକ୍ଷଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବିଏମ୍‌ସି ସଭାଗୃହରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ଜନଗଣନା ଦାୟିତ୍ୱରେ ଥିବା ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ।…

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ ଏନ୍‌କାଉଣ୍ଟର କରି ଧରିବା ପରେ ସହର ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ମାଷ୍ଟର ମାଇଣ୍ଡ୍‌ ରବି…

ସି.ଭି. ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୭-୮: ପଣ୍ଡିଚେରୀଠାରେ ଅନୁଷ୍ଠିତ ଜାତୀୟ ସାଇବର ସିକ୍ୟୁରିଟି ହାକାଥନରେ ସି.ଭି. ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଜାତୀୟ ସାଇବର ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅନୁଷ୍ଠାନ ଏବଂ ଏସ୍‌ଏମ୍‌ଭିଇ କଲେଜର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଲେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?