ମେଟ୍ରୋ

ବର୍ଷାରେ ଭିଜିପାରେ ନୂଆବର୍ଷ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ଶନିବାର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀରୁ ତଳେ ଥିବା ଦେଖାଯାଇଛି। ଅପରପକ୍ଷେ ନୂତନ ବର୍ଷକୁ ଆଉ ତିନି ଦିନ…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ବ୍ୟୋମକେଶ ତ୍ରିପାଠୀ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ଶନିବାର ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକସ୍ଥିତ ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ଟ୍ରାଇବାଲ ୟୁନିଭରସିଟିରେ ଇତିହାସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ…

ଲିଙ୍ଗରାଜ ମନ୍ଦିର ସଂଲଗ୍ନ ଅଞ୍ଚଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ଟଙ୍କା ଘୋଷଣା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଲିଙ୍ଗରାଜ ସଂଲଗ୍ନ ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା କରିଛନ୍ତି। ଅନୁମୋଦିତ ଅର୍ଥରେଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ…

ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଶୀତର ଲହରି। ଶନିବାର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟଲାଗଡ଼ ୭, ସମ୍ବଲପୁରରେ ୭.୪, ବାଲେଶ୍ୱରରେ ୭.୬, ଅନୁଗୋଳ ୮, ବାରିପଦା ୮.୫, କଟକରେ ୯.୬,…

ଭାଙ୍ଗିଲା ଆଉଟର ସ୍ପ୍ରିଙ୍ଗ୍‌: ଦିବ୍ରୁଗଡ଼ ଏକ୍ସପ୍ରେସରେ ବଦଳିଲା କୋଚ୍‌

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଶୁକ୍ରବାର ଦିବ୍ରୁଗଡ଼ ଏକ୍ସପ୍ରେସ (୧୫୯୨୯) ରେ ଏକ କୋଚ୍‌ର ଆଉଟର ସ୍ପ୍ରିଙ୍ଗ ଭାଙ୍ଗିଯିବାରୁ ଭୁବନେଶ୍ୱର ଷ୍ଟେଶନରେ କୋଚ୍‌ ବଦଳାଯାଇଛି। ତାମ୍ବରମରୁ ଦିବ୍ରୁଗଡ଼ ଯାଉଥିବା ଏହି ଏକ୍ସପ୍ରେସରେ ଗୋଟିଏ ତୃତୀୟ ଶ୍ରେଣୀ ଏସି କୋଚ୍‌ର ଆଉଟର ସ୍ପ୍ରିଙ୍ଗ ଭାଙ୍ଗିଯାଇଛି ବୋଲି…

ଜିରୋ ନାଇଟରେ ହୋଟେଲରେ ଅଶ୍ଳୀଳ ନୃତ୍ୟ: ବିରୋଧ କରିବେ କଳିଙ୍ଗସେନା, ବଜରଙ୍ଗ ଦଳ

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ନୂଆବର୍ଷକୁ ଆଇ ଅଳ୍ପ ଦିନ ବାକି ଥିବାବେଳେ ସେଲିବ୍ରେଶନ ପାଇଁ ରାଜଧାନୀବାସୀ ଏବେଠୁ ପ୍ରସ୍ତୁତ ହେଲେଣି। ୨୦୧୯କୁ ବିଦାୟ ଦେଇ ଜିରୋ ନାଇଟ୍‌ରେ ନୂତନ ବର୍ଷକୁ ସ୍ବାଗତ କରିବା ସହ ବିଭିନ୍ନ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସମସ୍ତ…

ଭାରତୀୟ ଜଳବାୟୁ କଂଗ୍ରେସ ଉଦ୍‌ଘାଟିତ: ଜଳବାୟୁ ପରିବର୍ତ୍ତନରେ ସର୍ବାଧିକ ପ୍ରଭାବିତ ହେବ କୃଷି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଦ୍ୱାରା କୃଷି ଉତ୍ପାଦନ ବହୁଳଭାବେ ପ୍ରଭାବିତ ହେବ। ଏହାଫଳରେ ଆଗାମୀ ଦିନରେ ବିଶ୍ୱରେ ଖାଦ୍ୟାଭାବ ସମସ୍ୟା ଗୁରୁତର ରୂପ ନେବ। ସେହିଭଳି ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଲକ୍ଷ ଲକ୍ଷ ଲୋକ ବାସହରା ହେବେ। ଏ ସବୁକୁ…

ଏଥର ୨୨ କୋଟିର ବ୍ୟବସାୟ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନଠାରେ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଅତିଥିଭାବେ ଯୋଗଦେଇ ସନ୍ଧ୍ୟାର…

ଜାନୁୟାରୀ ୪ରୁ ଶିଶିର ସରସ ମେଳା: ଯୋଗଦେବେ ୨୫ ରାଜ୍ୟର କାରିଗର

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀକୁ ବିପଣନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଜାନୁୟାରୀ ୪ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଶିଶିର ସରସ ମେଳା। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ ପକ୍ଷରୁ ଆୟୋଜିତ…

ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ସମଗ୍ର ଦେଶ ପାଇଁ ରହିବ ଗୋଟିଏ ଆପତ୍‌କାଳୀନ ନମ୍ବର ୧୧୨। ୨୦୨୦ ମାର୍ଚ୍ଚ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଇମର୍ଜେନ୍ସି ରେସ୍‌ପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ରାଜ୍ୟରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଦେଶର…

ବାଲେଶ୍ୱର-ନୀଳଗିରି ଷ୍ଟେଶନ ମଧ୍ୟରେ ମରାମତି: ୩ ଟ୍ରେନ ବାତିଲ୍‌, ୭ଟିର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେଶନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ରବିବାର ୩ ଟ୍ରେନ୍‌ ବାତିଲ୍‌ ସହ ୭ଟିର ସମୟ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ଦୁଇ…

ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ଲାଗି ପ୍ରଚଣ୍ଡ ଶୀତର ଅନୁଭୂତ ଆରମ୍ଭ ହୋଇଛି। ଆସନ୍ତା ଦୁଇ ତିନି ଦିନ ଯାଏ ଶୀତ ଲହରି ସମଗ୍ର ରାଜ୍ୟକୁ ଥଇାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହି ସମୟରେ ସର୍ବନିମ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri