ବସ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ: ମହିଳା ସିଟରେ ପୁରୁଷ ବସିଲେ ଜରିମାନା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଘରୋଇ ବସ୍‌ ଓ ମୋ ବସ୍‌ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍‌ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ଏ ନେଇ ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ ବସ୍‌ ମାଲିକ ସଂଘଙ୍କୁ ଡାକି ପୋଲିସ ସେବା ଭବନରେ ଏକ ବୈଠକ କରାଇଥିଲେ। ମହିଳା ଯାତ୍ରୀଙ୍କ ପ୍ରତି କିଭଳି ଉତ୍ତମ ବ୍ୟବହାର ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା। ମହିଳା ଏସ୍‌ପିଓମାନେ ଅଭିଯୋଗ କରିଥିଲେ ଯେ, ବସ୍‌ ଡ୍ରାଇଭର ଜାଣିଶୁଣି ହଠାତ୍‌ ବ୍ରେକ୍‌ ମାରିବା ଦ୍ୱାରା କଣ୍ଡକ୍ଟର ଝିଅଙ୍କ ଉପରେ ପଡିଯାଉଛନ୍ତି। ଏଭଳି ଅଭିଯୋଗରେ ତୁରନ୍ତ ତଦନ୍ତ କରାଯାଇ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ବସ୍‌ ମାଲିକ ଓ କଣ୍ଡକ୍ଟରଙ୍କୁ ତାଗିଦ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏଭଳି ଦୁର୍ବ୍ୟବହାରକୁ ରୋକିବା ପାଇଁ ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଅଭିଯୋଗ କରିବା ପାଇଁ କହିଛନ୍ତି। ନଚେତ୍‌ ଏନେଇ ଜାରି କରାଯାଇଥିବା ଟୋଲ ଫ୍ରି ନଂ-୦୬୭୪-୨୫୪୩୫୪୧କୁ ଫୋନ୍‌ କରିପାରିବେ ଅଥବା ୧୦୦କୁ କଲ କରି ଜଣାଇବେ। ଏହି ଟୋଲ ଫ୍ରି ନମ୍ବର ସବୁ ବସ୍‌ରେ ଲଗାଯିବ। ଏଣିକି ପୁରୁଷ ଯାତ୍ରୀ ମହିଳା ସିଟରେ ବସିଲେ ଫାଇନ ଦେବାକୁ ପଡ଼ିବ। ଏହାସହ ମୋ ବସ୍‌ରେ ଥିବା ୭୦ ମହିଳା କଣ୍ଡକ୍ଟରକୁ ଏସ୍‌ପିଓ ହ୍ବାଟ୍ସଆପ୍‌ ଗ୍ରୁପରେ ଯୋଡ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri