ମେଟ୍ରୋ

ରସିଦ୍‌ ସ୍କୁଲ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରସିଦ୍‌ ଖାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରସିଦ୍‌ ବର୍ତ୍ତମାନ ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି…

୫୦ ଚେକ୍‌ ଡ୍ୟାମ୍‌ ନିର୍ମାଣ ହେବ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଚାଷଜମିକୁ ପର୍ଯ୍ୟାପ୍ତ ଜଳସେଚନ ପାଇଁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦ଟି ଚେକ୍‌ ଡ୍ୟାମ୍‌ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ନିକଟରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ଖଣି ଚିନ୍ତା: ନିଲାମ ପୂର୍ବରୁ ଅନୁମତି କାର୍ଯ୍ୟ ସାରିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଖଣି ନିଲାମ ପୂର୍ବରୁ ସମସ୍ତ ପ୍ରକାର ଅନୁମତି(କ୍ଲିୟରାନ୍ସ) ଆଗୁଆ ଶେଷ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଖଣି ନିଲାମ ପାଇଁ ହେଉଥିବା ବିଳମ୍ବକୁ ଏଡାଇଦିଆଯିବା ସହ ବଡ ବଡ କମ୍ପାନୀଗୁଡିକୁ ଆକର୍ଷିତ କରାଯାଇପାରିବ। ଏପରି…

ଏନ୍‌ପିଆର୍‌, ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ,୩୧-୧:ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗଦେଇ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)ରେ ଥିବା କେତେକ ବ୍ୟବସ୍ଥା ବାଦ୍‌ ଦେବାକୁ ଦାବି କରିଛି। ସଂଦୀୟ ବ୍ୟାପାର ମନ୍ତ୍ରୀ…

୯୩୩ କୋଟି ଟଙ୍କା ଜମା କରି ଖଣି ଚଳାଅ

ଭୁବନେଶ୍ୱର, ୩୧-୧(ବ୍ୟୁରୋ):ବନ୍ଦ ରହିଥିବା ଖଣି କାର୍ଯ୍ୟ ଆରମ୍ଭ କରିବାକୁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ (ଏସଏମ୍‌ପିଏଲ)କୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ଫେବୃୟାରୀ ୨୯ ସୁଦ୍ଧା ପରିବେଶ କ୍ଷତିପୂରଣ ରାଶି ବାବଦରେ ୯୩୩ କୋଟି ଟଙ୍କା ଓଡ଼ିଶା ସରକାରଙ୍କ…

ଏବର୍ଷ ଲାଗୁ ହେବନାହିଁ +୨ କଟକଣା: ମନ୍ତ୍ରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଏବର୍ଷ ଲାଗୁ ହେବନି +୨ କଟକଣା। ଆସନ୍ତା ବର୍ଷରୁ ଏହା ଲାଗୁ ହେବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି, ଚଳିତବର୍ଷ +୨ ପାସଫେଲ କଟକଣା ଲାଗୁ ହେବ ନାହିଁ। ପ୍ରଥମ ବର୍ଷରେ ୩୩% ମାର୍କ…

ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ ପାଇଁ ପ୍ରଶାସନ ମଞ୍ଜୁରୀ ଦେଇଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଯ୍ୟାମୀଙ୍କ ପରିବାରର ୩ଜଣଙ୍କୁ ଭତ୍ତା…

ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସନ୍ଦିଗ୍ଧ ନାହାନ୍ତି: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ହେଲେ ରକ୍ତ ପରୀକ୍ଷା ପାଇଁ ପୁଣେ ପଠାଯିବ ବୋଲି ଗୁରୁବାର କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ…

ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ବଢ଼ିବ, ନିର୍ବାଚନ କମିଶନରଙ୍କୁୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ଏବେ ଏହାକୁ ଆଉ ମାସେ ବଢ଼ାଇବାକୁ ଗୃହ ମନ୍ତ୍ରଣାଳୟ ଭାରତୀୟ…

‘ଖଣ୍ଡୁଆ’ର ଇତିହାସ ୮୦୦ବର୍ଷ ପୁରୁଣା

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସମ୍ବଲପୁରୀ ଇକତ୍‌, ସୋନପୁର ଓ ବୌଦ୍ଧର ବମକାଇ, ନୂଆପାଟଣାର ଖଣ୍ଡୁଆ, କୋରାପୁଟର କୋଟପାଡ଼, ଗୋପାଳପୁର, ଫକିରପୁର ଓ ମାଙ୍କିଡ଼ିଆର ଟସର ବସ୍ତ୍ର। ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର ଏହି ହସ୍ତତନ୍ତ ବସ୍ତ୍ର ବେଶ୍‌ ଆଦୃତ ହୋଇପାରିଛି। ନିଖୁଣ…

ମୋ ସରକାରରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ମୋ ସରକାରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ସାମିଲ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ମୁରୁଜରେ ବିଦ୍ୟାଦାତ୍ରୀ

ପୁରୁଣା ଭୁବନେଶ୍ୱର,୩୦ା୧(ଡି.ଏନ.ଏ.): ବିଦ୍ୟା, କଳା, ସାହିତ୍ୟ ଓ ସ୍ବର ବ୍ରହ୍ମର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କ ଆବାହନ ପାଇଁ ପ୍ରସ୍ତୁତି ସରିଛି। ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପୂଜା ପାଇବେ ମା’ ବାଗଦେବୀ ସରସ୍ବତୀ। ପରିବେଶ ସୁରକ୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?