ସୁରକ୍ଷା ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପରବିନ୍ଦର

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଞ୍ଜାବୀ ଯୁବକ ପରବିନ୍ଦର ପାଲ୍‌ ସିଂଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଓ ତାଙ୍କ ପଗଡ଼ିକୁ ଗୋଇଠାମାଡ଼ ଘଟଣାରେ ପୋଲିସର ପଦକ୍ଷେପକୁ ନେଇ ନାନା ଚର୍ଚ୍ଚା ଜାରି ରହିଛି। ଏନେଇ ନିଜେ ପରବିନ୍ଦର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିବା ସହ ନ୍ୟାୟ ଓ ପରିବାରର ସୁରକ୍ଷା ପାଇଁ ଶନିବାର ସ୍ତ୍ରୀଙ୍କ ସହ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ ସାକ୍ଷାତ ହୋଇ ନ ପାରିବାରୁ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଦାଖଲ କରିଛନ୍ତି।
ଗତ ୧୪ ତାରିଖରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାର ଆପାର୍ଟମେଣ୍ଟ ବାହାରେ ଗାଡ଼ି ପାର୍କିଂକୁ ନେଇ ଏହି ଘଟଣା ଘଟିଥିଲା। ପୋଲିସର ଉପସ୍ଥିତିରେ ୭ରୁ ଊର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଆକ୍ରମଣ କରିବା ସହ ପଥରରେ ପରବିନ୍ଦରଙ୍କ ମୁହଁକୁ ଛେଚି ଦେଇଥିଲେ। ଏହି ଘଟଣାରେ ପୋଲିସ ୩ଜଣ ଅଭିଯୁକ୍ତ ଦୀପକ କୁମାର ଜେନା, ଦୀପକ ମହାନ୍ତି ଓ ଶଙ୍କର ରାଉତଙ୍କୁ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଯାଇଥିବାରୁ ସେମାନେ ମାତ୍ର କେଇଘଣ୍ଟା ପରେ ଜାମିନରେ ମୁକୁଳିଥିଲେ। ପୋଲିସର ଏପରି କାର୍ଯ୍ୟଧାରାକୁ ନେଇ ଶିଖ୍‌ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବା ସହ ନ୍ୟାୟ ଦାବି କରିଥିଲା। ଇତିମଧ୍ୟରେ ୨ ସପ୍ତାହ ବିତିଯାଇଛି। ଅଭିଯୁକ୍ତମାନେ ଖୁଲମ୍‌ଖୁଲା ବୁଲୁଥିବାରୁ ଆପାର୍ଟମେଣ୍ଟ ବାହାରକୁ ଯିବାକୁ ପରବିନ୍ଦର ଓ ତାଙ୍କ ପରିବାର ଭୟ କରୁଛନ୍ତି। ପରିବାର ଓ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିବା ପରବିନ୍ଦର ଗଣମାଧ୍ୟମକୁ ଜଣାଇଛନ୍ତି।
ସେ କହିଛନ୍ତି, ପୋଲିସ ସମ୍ମୁଖରେ ସମସ୍ତ କାଣ୍ଡ ଘଟିଥିବାବେଳେ ସିସିଟିଭି ଫୁଟେଜରେ ତାହା କଏଦ ହୋଇଛି। ଏ ସବୁକୁ ପୋଲିସକୁ ହସ୍ତାନ୍ତର କରାଯିବା ପରେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ପୋଲିସ କେବଳ ପରବିନ୍ଦରଙ୍କ ଆପାର୍ଟମେଣ୍ଟ ନିକଟରେ ଡ୍ୟୁଟି କରୁଥିବାବେଳେ ପରିବାର ଲୋକେ ଅନ୍ୟ କାମରେ ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ପରବିନ୍ଦର ବ୍ୟବସାୟ କରି ପରିବାର ଚଳାନ୍ତି। ଏବେ ତାଙ୍କ ବ୍ୟବସାୟ ମଧ୍ୟ ବନ୍ଦ ହେବାକୁ ବସିଛି। ପରବିନ୍ଦରଙ୍କ ସ୍ତ୍ରୀ କହିଛନ୍ତି, ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା ଥିବାବେଳେ ୨ ସପ୍ତାହ ହେବ ପିଲାମାନେ ଭୟରେ ସ୍କୁଲ ଯାଇନାହାନ୍ତି। ଆମେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛୁ। ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ହେଉଛି, ଅଭିଯୁକ୍ତମାନେ ଜାମିନରେ ଆସି ଖୁଲମ୍‌ଖୁଲା ବୁଲୁଛନ୍ତି, ସେମାନେ ପୁଣି କେତେବେଳେ ଯେ ଆକ୍ରମଣ ନ କରିବେ କିଏ କହିବ ବୋଲି କ୍ଷୋଭର ସହ ସେ କହିଛନ୍ତି। ଅନ୍ୟପକ୍ଷରେ ନ୍ୟାୟ ନ ମିଳିଲେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ପରବିନ୍ଦର ଗଣମାଧ୍ୟମକୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri