ମାଛ, ସୁଜି, ବିଲାତି ଭିତରେ ଆସୁଛି ବ୍ରାଉନସୁଗାର

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଓଡ଼ିଶାରେ ଚାଲିଥିବା ବ୍ରାଉନସୁଗାର ର଼୍ୟାକେଟର ଚେର ବାଂଲାଦେଶକୁ ଲମ୍ବିଛି। କେତେବେଳେ ଭାୟା କଲିକତା ଦେଇ ତ ପୁଣି କେତେବେଳେ ବଙ୍ଗୋପସାଗର ଦେଇ ଓଡ଼ିଶାକୁ ପଶୁଛି ବ୍ରାଉନସୁଗାର। ମାଛ, ସୁଜି, ବିଲାତି ଭିତରେ ଚାଲାଣ ହେଉଛି ଏହି ନିଶାଦ୍ରବ୍ୟ। ତେବେ ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୋଲିସର ଘନଘନ ଚଢ଼ାଉ ପରେ ନିଶା ମାଫିଆମାନେ ବ୍ରାଉନସୁଗାର ଚାଲାଣର ଏପରି ଭିନ୍ନ ତରିକା ଆପଣାଇଛନ୍ତି। ବ୍ରାଉନସୁଗାର କାରବାରର ଗଡ଼ କୁହାଯାଉଥିବାରୁ ବାଲେଶ୍ୱରରୁ ଏସ୍‌ଟିଏଫ୍‌ ଆଉ ଦୁଇଜଣ ଡିଲରଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଏଭଳି ତଥ୍ୟ ପାଇଛି। ସେମାନଙ୍କ ନିକଟରୁ ୩୦୧ ଗ୍ରାମର ବ୍ରାଉନସୁଗାର, ୨ଲକ୍ଷ ୨୨ହଜାର ୨୩୦ ଟଙ୍କା ଏବଂ ଗୋଟିଏ ବୁଲେଟ ଜବତ କରିଛି। ଗିରଫ ଦୁଇ ଡିଲର ହେଲେ ସହଦେବଖୁଣ୍ଟା ଅରଦା ବଜାରର ସେକ୍‌ ହାଇଦର ଓ ସହଦେବଖୁଣ୍ଟା ଥାନା ପୋଲିସ ଲେନ୍‌ର ତନ୍ମୟ ଭୂୟଁା ଓରଫ ତନୁ। ସେମାନଙ୍କ ବିରୋଧରେ ଏସ୍‌ଟିଏଫ କେସ୍‌ ନଂ.୯/୨୦ ଦଫା ୨୧(ସି) ଏନ୍‌ଡିପିଏସ୍‌ ଆକ୍ଟ ଲଗାଇ ବାଲେଶ୍ୱର ଜିଲା ଦୌରାଜଜ୍‌ କୋର୍ଟକୁ ଚାଲାଣ କରିଥିବା ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ହାଇଦର ଓ ତନ୍ମୟ ବାଂଲାଦେଶରୁ ଭାୟା କୋଲକାତା ଦେଇ ବାଲେଶ୍ୱରକୁ ବ୍ରାଉନସୁଗାର ଆଣନ୍ତି। ସୀମା ଓ ଜଳପଥରେ ଯାଞ୍ଚ କଡ଼ାକଡ଼ି ହେବା ସମୟରେ ସେମାନେ ବାଂଲାଦେଶ ନ ଯାଇ କୋଲକାତାରେ ଥିବା ଜଣେ ହୋଲ୍‌ସେଲରଙ୍କଠାରୁ ଆଣି ଓଡ଼ିଶାର ବେପାରିଙ୍କୁ ଯୋଗାଇଥାନ୍ତି। ଅନେକ ସମୟରେ ସେମାନେ ଜଳପଥରେ ମାଛ ଓ ଅନ୍ୟ ସାମଗ୍ରୀ ଭିତରେ ବ୍ରାଉନ ସୁଗାର ଆଣୁଥିଲେ। କିଛିଦିନ ପୂର୍ବରୁ ହାଇଦର ଗ୍ୟାଙ୍ଗ ଜଳପଥରେ ମାଛ ଭିତରେ ବ୍ରାଉନସୁଗାର ପୂରାଇ ଆଣୁଥିବା ସମୟରେ ପୋଲିସ ହାତରେ ଧରାପଡିଥିଲା। ଏହାପରେ ହାଇଦର ଓ ତନ୍ମୟ ସେମାନଙ୍କ ବେପାର କମାଇ ଦେଇଥିଲେ। ଉଭୟ ସୋମବାର ବାଲେଶ୍ୱର ଦେଇଯାଇଥିବା ଜାତୀୟ ରାଜପଥ-୧୬ର ହରି ପ୍ଲାଜା ହୋଟେଲ ନିକଟରେ ବ୍ରାଉନସୁଗାର ଧରି ଛୋଟ ଡିଲର ଓ ବେପାରିଙ୍କୁ ଅପେକ୍ଷା କରିଥିଲେ। ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରି ସେମାନଙ୍କୁ ଧରିଥିଲା। ସେମାନଙ୍କ ପଛରେ ବାଂଲାଦେଶ ଓ କୋଲକାତାର ବଡ ବଡ ବେପାରୀଙ୍କ ଲିଙ୍କ୍‌ ରହିଛି। ଉଭୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଏସ୍‌ଟିଏଫ୍‌ ଯୋଜନା ରଖିଛି। ଏଥିପାଇଁ ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ ହେବ। ଗିରଫ ଦୁଇ ଡିଲରଙ୍କ ଲିଙ୍କ୍‌ରେ ଥିବା ଆନ୍ତଃଦେଶୀୟ ବେପାରୀଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯିବ। ଏସ୍‌ଟିଏଫ୍‌ ୨୦ ଦିନରେ ୮୧୮ ଗ୍ରାମ ବ୍ରାଉନସୁଗାର, ୩୨୬.୪୫ ଅଫିମ ଜବତ କରିବା ସହ ୮ ମାମଲା ରୁଜୁ କରି ୧୯ଙ୍କୁ ଗିରଫ କଲାଣି। ଏହାସହ ୧୩ ଲକ୍ଷ୨୦ ହଜାର ଟଙ୍କା, ଗୋଟିଏ କାର, ୮ ବାଇକ ଏବଂ ବ୍ୟାଙ୍କ୍‌ ଆକାଉଣ୍ଟ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?