୪ ପଲିଥିନ ଫ୍ୟାକ୍ଟ୍ରିରେ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ସରକାର ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଇବା ସହ ଏହାର ଉପତ୍ାଦନକୁ ନିୟନ୍ତ୍ରିତ କରିବାରେ ପଦକ୍ଷେପ ନେଉଛନ୍ତି। ହେଲେ କେତେକ ପଲିଥିନ୍‌ ଫ୍ୟାକ୍ଟ୍ରି ବା କାରଖାନାରେ ଏବେ ବି ବେଆଇନ କାରବାର କରୁଥିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନଜରକୁ ଆସିଛି। ଏଥିପାଇଁ ସେଗୁଡ଼ିକୁ ନିୟମିତ ଭାବେ ଯାଞ୍ଚ କରିବା ସହ ପଲିଥିନ ୫୦ ମାଇକ୍ରୋନ୍‌ ତଳକୁ ରହିଛି କି ନାହିଁ, ଫ୍ୟାକ୍ଟ୍ରିର ଲାଇସେନ୍ସ, ପ୍ରଦୂଷଣ ବୋର୍ଡରୁ ପ୍ରମାଣପତ୍ର ମିଳିଛି କି ନାହିଁ ଆଦି ଯାଞ୍ଚ କରୁଛନ୍ତି। ଏ ନେଇ ମଙ୍ଗଳବାର ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଏମ୍‌ସି, ବିଡିଏ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ବିଭାଗର ସମନ୍ବୟରେ ଗଢାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ ୪ଟି ପଲିଥିନ୍‌ କାରଖାନା ଉପରେ ଚଢ଼ାଉ କରିଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।
ସୂଚନାନୁଯାୟୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବେଆଇନ ଭାବେ ପଲିଥିନ ଫ୍ୟାକ୍ଟ୍ରି କାର୍ଯ୍ୟକ୍ଷମ ଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଜାଣିବାକୁ ପାଇଥିଲେ। ଏହାକୁ ଯାଞ୍ଚ ପାଇଁ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମେ ଉତ୍ତର ଜୋନର ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ପୂର୍ବାହ୍ନରେ ୨ଟି ଓ ଅପରାହ୍ନରେ ୨ଟି କାରଖାନା ଉପରେ ସ୍କ୍ବାଡ ଯାଞ୍ଚ କରିଥିଲେ। ପୂର୍ବାହ୍ନରେ ଯାଞ୍ଚ ହୋଇଥିବା ୨ଫ୍ୟାକ୍ଟ୍ରି ପଲିକେମ୍‌ ଇଣ୍ଡିଆ ଏବଂ ନନ୍ଦିମେଟାଲ୍‌ ରୋଲିଂ ମିଲ୍ସରେ ଉଭୟ ୫୦ ମାଇକ୍ରୋନ୍‌ରୁ ଅଧିକ ଏବଂ କମ୍‌ ଉତ୍ପାଦନ ହେଉଥିବା ଜଣାପଡ଼ିଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡରୁ ଆସିଥିବା ଅଭିଜ୍ଞଙ୍କ ଦ୍ୱାରା ନିର୍ଦ୍ଧାରିତ ଯନ୍ତ୍ର ସାହାଯ୍ୟରେ କାରଖାନାରେ ମହଜୁଦ ଥିବା ପ୍ରସ୍ତୁତ ସାମଗ୍ରୀକୁ ପରୀକ୍ଷା କରାଯାଇ କେଉଁଗୁଡ଼ିକ ୫୦ମାଇକ୍ରୋନ୍‌ରୁ କମ୍‌ ତାହା ଚିହ୍ନଟ ହୋଇଥିଲା। ସମ୍ପୃକ୍ତ କାରଖାନାଦ୍ୱୟ ପ୍ରାୟ ଦଶ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲୁ ରହିଥିବାବେଳେ ଏହାର ଟ୍ରେଡ୍‌ ଲାଇସେନ୍ସ, ରାଜ୍ୟ ପ୍ରଦୂଷଣ ବୋର୍ଡରୁ କୌଣସି ପ୍ରକାର ପଞ୍ଜୀକରଣ ନ ଥିବା ଜଣାପଡ଼ିଥିଲା। ଫ୍ୟାକ୍ଟ୍ରି ଦୁଇଟି କେବଳ ଜିଲା ଶିଳ୍ପକେନ୍ଦ୍ରରେ ପଞ୍ଜୀକୃତ ହୋଇ ନିଜର ବ୍ୟବସାୟ ଚଳାଇଥିବା ନଜରକୁ ଆସିଛି।
ଉଲ୍ଲେଖଯୋଗ୍ୟ, ପଲିକେମ୍‌ ଇଣ୍ଡିଆର ପଞ୍ଜୀକରଣ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପୁରୀ ଜିଲା ଡିଆଇସି ଅଧୀନରେ ହୋଇଥିବାବେଳେ ନନ୍ଦିମେଟାଲ୍‌ ରୋଲିଂ ମିଲ୍ସର ପଞ୍ଜୀକରଣ ପ୍ରାୟ ଦଶ ବର୍ଷ ପୂର୍ବରୁ ଭୁବନେଶ୍ୱର ଡିଆଇସି ଅଧୀନରେ ଥିଲା। ଏପରିକି ଦୁଇଟିଯାକ ସଂସ୍ଥାର କାରବାର ଉଭୟ ବେସରକାରୀ ଏବଂ ସରକାରୀ ଅନୁଷ୍ଠାନ ସହ ଚାଲୁରହିଛି। ବେଆଇ଼ନ୍‌ ଭାବେ କମ୍‌ ମାନର ପଲିଥିନ୍‌ ପ୍ରସ୍ତୁତି ତଥା ପଲିଥିନ୍‌ ଜବତ ଓ ସ୍ଥାନାନ୍ତର ଇତ୍ୟାଦି ନିମନ୍ତେ ପଲିକେମ୍‌ ଇଣ୍ଡିଆକୁ ୩୦ ହଜାର ଏବଂ ନନ୍ଦିମେଟାଲ୍‌ ରୋଲିଂ ମିଲ୍ସକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଦୁଇଟି ଯାକ ଫ୍ୟାକ୍ଟ୍ରିରୁ ୫୦ ମାଇକ୍ରୋନ୍‌ ତଳକୁ ଥିବା ପଲିଥିନର ୨୫ ବ୍ୟାଗ୍‌ ଲେଖାଏ ଜବତ ହୋଇଛି। ସେହିପରି ଅପରାହ୍ନରେ ଅନ୍ୟ ଦୁଇଟି ପଲିଥିନ କାରାଖାନା ପ୍ରିୟାଂଶୁ ପଲିମର୍‌ ଏବଂ ନୀଳାଚଳ ପ୍ୟାକେଜ୍‌ରେ ସ୍କ୍ବାଡ ଚଢ଼ାଉ କରିଥିଲା। ହେଲେ ୫୦ ମାଇକ୍ରୋନ୍‌ ତଳକୁ କୌଣସି ପଲିଥିନ କିମ୍ବା ପ୍ଲାଷ୍ଟିକ୍‌ ନ ଥିବାର ପରିଲିକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri