ତରୁଣକାନ୍ତି ମିଶ୍ର ପାଇଲେ ପ୍ରାଣନାଥ ସମ୍ମାନ

ଖୋର୍ଦ୍ଧା ଅଫିସ,୨୯।୧ :ଖୋର୍ଦ୍ଧାର ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୧ତମ ସାମ୍ବତ୍ସରିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବିଶିଷ୍ଟ ସାହିତି୍ୟକ ତଥା ପୂର୍ବତନ ପ୍ରଶାସକ ତରୁଣକାନ୍ତି ମିଶ୍ରଙ୍କୁ ଚଳିତବର୍ଷର ପ୍ରାଣନାଥ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କୁ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ ଅନୁରୂପ ଭାବେ ପ୍ରଦାନ କରାଯାଇଛି। ବିଜୟ ମିଶ୍ର ଭାରତ ସ୍ବାଧୀନତା କ୍ଷେତ୍ରରେ ପ୍ରାଣନାଥ ପଟ୍ଟନାୟକଙ୍କ ସମେତ ଅନ୍ୟ ସଂଗ୍ରାମୀଙ୍କ ଜୀବନୀ, ସାହସିକତା ସମ୍ପର୍କରେ ଆଲୋଚନା କରିଥିଲେ। ତରୁଣକାନ୍ତି ମିଶ୍ର ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଯୁବପିଢିଙ୍କ ଭୂମିକା ଉପରେ ଟିପ୍ପଣୀ ଦେଇଥିଲେ। ମୁଖ୍ୟଅତିଥି ଅରୁଣ ସାହୁ କହିଥିଲେ, ସମାଜରେ ନୈତିକ ମୂଲ୍ୟବୋଧ ହଜିଯାଉଛି। ମହାବିଦ୍ୟାଳୟରେ ନୈତିକ ଶିକ୍ଷା ସହ ଯୁଗୋପଯୋଗୀ ଶିକ୍ଷାର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇଥିଲେ। ୨୦୧୯-୨୦ ଶିକ୍ଷାବର୍ଷରେ ମହାବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ ଏବଂ ବିଜ୍ଞାନ ବିଭାଗରେ ଶ୍ରେଷ୍ଟ ଗ୍ରାଜୁଏଟ ହୋଇ ଦୀପାରାଣୀ ମହାପାତ୍ର ମୁଖ୍ୟଅତିଥିଙ୍କଠାରୁ ସ୍ବର୍ଣ୍ଣପଦକ ପ୍ରାପ୍ତ ହୋଇଥିଲେ। କଳା ବିଭାଗରେ ଶ୍ରେଷ୍ଟ ଗ୍ରାଜୁଏଟ ସୁବ୍ରତ କୁମାର ମାର୍ଥା ଓ ବାଣିଜ୍ୟ ବିଭାଗରେ ଶ୍ରେଷ୍ଟ ଗ୍ରାଜୁଏଟ ଅଂଶୁମାନ ପଟ୍ଟନାୟକ ଅନୁରୂପ ଭାବେ ସ୍ବର୍ଣ୍ଣପଦକ ପାଇଥିଲେ ା ସେହିପରି କଳା ଓ ବିଜ୍ଞାନର ବିଭିନ୍ନ ବିଭାଗରେ ସର୍ବାଧିକ ନଂ. ରଖିଥିବା ଟପର, ଏନସିସି, ସ୍କାଉଟ୍‌ ଗାଇଡ଼ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ୨୫ ବର୍ଷ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜିଓଲୋଜି ଲାବ୍‌ ଆଟେଣ୍ଡାଣ୍ଟ ଏସ. କେ. ସରିଫ୍‌, ଇଲେକଟ୍ରୋନିକ୍‌ ଲାବ୍‌ ଆଟେଣ୍ଡାଣ୍ଟ ଭାଗୀରଥି ନାୟକ, ଭୂଗୋଳ ଲାବ୍‌ ଆଟେଣ୍ଡାଣ୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀ ରଞ୍ଜିତ ନାୟକଙ୍କୁ କଲେଜ ପକ୍ଷରୁ ସମ୍ମାନିତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୌଦାମିନୀ ଦାସ ସ୍ବାଗତ ଭାଷଣ ସହ ବିବରଣୀ ପାଠ କରିଥିଲେ। କଲେଜର ମୁଖପତ୍ର ପ୍ରତୀକ ଏବଂ ବିଜ୍ଞାନ ପତ୍ରିକା ମଞ୍ଜରୀ ଉନ୍ମୋଚିତ ହୋଇଥିଲା। ଅଧ୍ୟାପକ ଶୁଭେନ୍ଦୁ ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ମନୋରଞ୍ଜନ ସେନାପତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri