ସିଏଏ, ଏନ୍ଆର୍ସି, ଏନ୍ପିଆର ବିରୋଧରେ ସଚେତନ କରାଇବ ସିପିଏମ୍
ଭୁବନେଶ୍ୱର,୨।୨(ବ୍ୟୁରୋ): ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର) ଆଧାରରେ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆରସି) ପ୍ରସ୍ତୁତ କରାଯିବ। ଏହା ଦେଶକୁ ଧର୍ମଭିତ୍ତିରେ ପୁନର୍ବାର ଭାଗ କରିବା ପାଇଁ ଏକ ଚକ୍ରାନ୍ତ ବୋଲି ସିପିଏମ୍ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି। ଏହିପରି ପଦ୍ଧତିକୁ…
ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍
ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ ନୂତନ ରୁଲ୍ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏ ନେଇ ଅନ୍ୟ ରାଜ୍ୟରେ ଥିବା ବ୍ୟବସ୍ଥାକୁ…
ମୟୂରଭଞ୍ଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା
ଭୁବନେଶ୍ୱର,୨।୨(ବ୍ୟୁରୋ)- ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘ମୟୂରଭଞ୍ଜ ଉତ୍ସବ-୨୦୨୦’ର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଛାଉଣି ଛଉନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଚିତ୍ତାକର୍ଷକ ଛଉନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ନାରୀ ସଶକ୍ତୀକରଣ ଉପରେ ଆଧାରିତ…
୭ରୁ ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ: ପ୍ରଦର୍ଶିତ ହେବ ଦେଶ ବିଦେଶର ୪୮ ଫିଲ୍ମ
ଭୁବନେଶ୍ୱର,୨।୨(ବ୍ୟୁରୋ)- ଜେ.ଡି. ସେଣ୍ଟର ଅଫ୍ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍ ଆନୁକୂଲ୍ୟରେ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଇଡ୍କଲ୍ ଅଡିଟୋରିୟମ୍ରେ ୩ଦିନ ବ୍ୟାପୀ…
ଜୋର୍ ଧରିଲା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି: ସଂସ୍କୃତିମ୍ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆରମ୍ଭ
ଭୁବନେଶ୍ୱର,୨।୨(ବ୍ୟୁରୋ)- ଓଡ଼ିଶୀ ନୃତ୍ୟ ସମ୍ପର୍କିତ ଐତିହାସିକ ସାହିତ୍ୟ ଓ ପରମ୍ପରା ବେଶ୍ ବ୍ୟାପକ। ଓଡ଼ିଶୀ ସଙ୍ଗୀତରେ ରାଗ, ତାଳ, ବାଦ୍ୟ ଏବଂ ସାଙ୍କେତିକ ଚିହ୍ନ ଆଦି କର୍ନାଟକୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଭଳି ରହିଛି। ସେହି ଅନୁସାରେ ଓଡ଼ିଶୀ ସଙ୍ଗୀତକୁ…
ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା: ଯୋଗଦେଇଛନ୍ତି ସାରା ଦେଶର ସାଧୁସନ୍ଥ
ଭୁବନେଶ୍ୱର, ୨।୨(ବ୍ୟୁରୋ): ଶନିବାର ପବିତ୍ର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା। ଭୋର୍ରୁ ସାଧୁସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ମେଳାସ୍ଥଳରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ସୂର୍ଯ୍ୟ ଉପାସନା ଆରମ୍ଭ କରିଛନ୍ତି। ଅଖଣ୍ଡ ଧୁନି ଜଳାଇ…
କ୍ୟାନ୍ସର: ପ୍ରଥମେ ସଚେତନତା ଆବଶ୍ୟକ
ଭୁବନେଶ୍ୱର, ୨।୨(ବ୍ୟୁରୋ): କର୍କଟ ରୋଗ ବା କ୍ୟାନ୍ସର ଅର୍ଥ ମୃତ୍ୟୁ। କ୍ୟାନ୍ସର ପୀଡ଼ିତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ସାଧାରଣରେ ଲୋକେ ଭାବିଥାନ୍ତି। ପୁଣି ଅନେକ ସ୍ଥାନରେ କ୍ୟାନ୍ସରକୁ ଏକ ଡିଆଁ ରୋଗ ଭାବି ରୋଗୀଙ୍କୁ ବାସନ୍ଦ କରିଦିଆଯାଉଛି। ଏଥି ପାଇଁ ଚିକିତ୍ସା…
ଶୁଚିସ୍ମିତା ମନ୍ତ୍ରୀ ହେଲେ ସାହିତ୍ୟ ଏକାଡେମୀ ସଚିବ
ଭୁବନେଶ୍ୱର,୨।୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଶୁଚିସ୍ମିତା ମନ୍ତ୍ରୀ। ପୂର୍ବତନ ସଚିବ ଡ. ଜୟନ୍ତୀ ରଥଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ଶନିବାର ନୂତନ ସଚିବଭାବେ ମନ୍ତ୍ରୀ…
ଓଡ଼ିଶା ଭଳି ରାଜ୍ୟକୁ ଅଧିକ ଲାଭ ଦେବ: ଧର୍ମେନ୍ଦ୍ର
ଭୁବନେଶ୍ୱର,୨।୨(ବ୍ୟୁରୋ): ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ ହେବେ। ଓଡ଼ିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ଏହି…
କମିଲା ବସ୍ ଭଡ଼ା: କିଲୋମିଟର ପିଛା ୧ ଓ ୨ ପଇସା
ଭୁବନେଶ୍ୱର,୨।୨(ବ୍ୟୁରୋ): ତୈଳ ଦର ହ୍ରାସ ପାଇବା ଯୋଗୁ ରାଜ୍ୟରେ ବସ୍ ଭଡା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳ ଦର ହ୍ରାସ ପାଇଥିବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା (ଅଟୋମେଶନ ସିଷ୍ଟମ୍) ଅନୁଯାୟୀ…
କେନ୍ଦ୍ର ବଜେଟ: ଓଡ଼ିଶାକୁ ଅଣଦେଖା
ଭୁବନେଶ୍ୱର,୨।୨(ବ୍ୟୁରୋ): ସବୁ ସମୟରେ ଓଡିଶା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସୁଛି। ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୨୦୨୦-୨୧ ଆର୍ଥିକବର୍ଷର ବଜେଟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। କେବଳ କେନ୍ଦ୍ରୀୟ ଅନୁଦାନ ନୁହେଁ, ସଂସ୍କୃତି ଓ…
ଆଜିର ବଜେଟ ଚାଷୀଙ୍କ ଲାଗି ଆଶାଶୂନ୍ୟ: ସୋଲାଙ୍କି
ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କିଷାନ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଭାଜପା…

