ସିଏଏ, ଏନ୍‌ଆର୍‌ସି, ଏନ୍‌ପିଆର ବିରୋଧରେ ସଚେତନ କରାଇବ ସିପିଏମ୍‌

ଭୁବନେଶ୍ୱର,୨।୨(ବ୍ୟୁରୋ): ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର) ଆଧାରରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ପ୍ରସ୍ତୁତ କରାଯିବ। ଏହା ଦେଶକୁ ଧର୍ମଭିତ୍ତିରେ ପୁନର୍ବାର ଭାଗ କରିବା ପାଇଁ ଏକ ଚକ୍ରାନ୍ତ ବୋଲି ସିପିଏମ୍‌ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି। ଏହିପରି ପଦ୍ଧତିକୁ ଦଳ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବା ସହ କାର୍ଯ୍ୟକାରିଣୀରେ ଏହା ବିରୋଧରେ ପ୍ରସ୍ତାବ ଗୃହୀତ କରାଇଛନ୍ତି। ଗତ ଜାନୁୟାରୀ ୩୧ ତାରିଖରେ ଦଳର କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଶାସନ କରୁଥିବା ବିଜେଡିର ବଦଳୁଥିବା ଆଭିମୁଖ୍ୟକୁ ନେଇ ମଧ୍ୟ ସମାଲୋଚନା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ବିଜେଡି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରିସାରିଛି। ଏହା ପରେ ଏନ୍‌ଆରସିକୁ ବିରୋଧ ନେଇ ମଧ୍ୟ ଘୋଷଣା କରିସାରିଛି। ହେଲେ ଏହା ପରେ ଏନ୍‌ପିଆର ପ୍ରକ୍ରିୟାକୁ ମଧ୍ୟ ସମର୍ଥନ କରିଛି। ତେଣୁ ବିଜେଡି ଜନଗଣଙ୍କ ସହ ଛଳନା କରୁଥିବା ସିପିଏମ୍‌ କହିଛି। ଓଡ଼ିଶାରେ ୨୨ ପ୍ରତିଶତ ଆଦିବାସୀ ଏବଂ ୧୬ ପ୍ରତିଶତରୁ ଅଧିକ ଦଳିତ ରହିଛନ୍ତି। ସେମାନେ ବର୍ଷ ବର୍ଷ ଧରି ପ୍ରକୃତି କୋଳରେ ରହିଆସିଛନ୍ତି, କାଗଜପତ୍ର ସେମାନେ କେଉଁଠାରୁ ଆଣିବେ। କେନ୍ଦ୍ର ସରକାରଙ୍କ ଏହି ସବୁ ନୀତି ଦ୍ୱାରା ରାଜ୍ୟର ଅବହେଳିତ ବର୍ଗ ବହୁଳଭାବେ ପ୍ରଭାବିତ ହେବେ। ବିଜେଡି କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମସ୍ତ କାର୍ଯ୍ୟ କରୁଛି। ସିପିଏମ୍‌ ନେତା ଅଳି କିଶୋର ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସମେତ ୧୩ ରାଜ୍ୟ ଏନ୍‌ଆରସିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୪ଟି ରାଜ୍ୟ ସିଏଏ-ଏନ୍‌ଆରସି-ଏନ୍‌ପିଆର ବିରୋଧରେ ପ୍ରସ୍ତାବ ଆଣିବା ସହ ଗୃହୀତ କରାଇଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କଠାରୁ କିଛି ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଅଳି କିଶୋର କହିଛନ୍ତି। ସିପିଏମ୍‌ ଦ୍ୱାରା ଏ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବ। ଆସନ୍ତା ୧୩ରେ ଦଳ ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ। ଏଥିରେ ସୀତାରାମ ୟେଚୁରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୫ରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ମାର୍ଚ୍ଚ ୨୯ ଯାଏ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri