ଆଜିର ବଜେଟ ଚାଷୀଙ୍କ ଲାଗି ଆଶାଶୂନ୍ୟ: ସୋଲାଙ୍କି

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କିଷାନ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାରର ଚାଷୀମାରଣ ନୀତି ବିରୋଧରେ ବର୍ଷିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସୋଲାଙ୍କି କହିଛନ୍ତି ଯେ, ଆଜିର କେନ୍ଦ୍ର ବଜେଟ ଚାଷୀଙ୍କ ପାଇଁ ଆଶାଶୂନ୍ୟ। ଏଭଳି ସଙ୍ଗିନ ପରିସ୍ଥିତିରେ ଚାଷୀ ବେସାହାରା। ଚାଷୀର ଆୟ ବୃଦ୍ଧି କଥାରେ ନୁହେଁ, କାମରେ ହେବା ଦରକାର। କେବଳ ପ୍ରଚାରପ୍ରସାର ଏହି ଉଭୟ ସରକାରର ସର୍ବସ୍ବ ହୋଇଛି। ଚଳିତ ଫେବୃୟାରୀ ୧୫ରୁ ପର୍ଯ୍ୟାୟ କ୍ରମେ ପ୍ରତି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବ୍ୟାପକ ଜନ ସଚେତନତା ଓ କିଷାନ କର୍ମଶାଳା ଆୟୋଜନ କରାଯିବ। ରାଜ୍ୟଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କିଷାନ କଂଗ୍ରେସ ସଙ୍ଗଠନକୁ କ୍ରିୟାଶୀଳ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ ବର୍ଷ ଶାସନକାଳରେ ଦେଶରେ ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ନ ଘଟିବା, ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କ ବିକାଶ ପରିବର୍ତ୍ତେ କମ୍ପାନୀ ପ୍ରୀତିରେ ଚାଲିଥିବାବେଳେ ଚାଷ ପାଇଁ ଜଳସେଚନ କ୍ଷେତ୍ରରେ ଏକ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀ ଅଭାବୀ ବିକ୍ରିର ଶିକାର ଓ ଋଣ ଭାରରେ ବୁଡି ରହିଥିବାବେଳେ ଶିଳ୍ପପତିମାନଙ୍କୁ ମୋଦି ସରକାର ଋଣ ଛାଡ଼ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

ଆନ୍ଦୋଳନ ଭିତରେ ବଡ଼ ଖବର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମାନିନେଲେ ୨ ଦାବି…

ନୂଆଦିଲ୍ଲୀ,୨୧।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ୍ ଡିଲ୍ (ବ୍ୟବସାୟିକ ଚୁକ୍ତି)…

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri