ମୟୂରଭଞ୍ଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର,୨।୨(ବ୍ୟୁରୋ)-  ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପଠାରେ ଚାଲିଥିବା ‘ମୟୂରଭଞ୍ଜ ଉତ୍ସବ-୨୦୨୦’ର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ଛାଉଣି ଛଉନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଚିତ୍ତାକର୍ଷକ ଛଉନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ନାରୀ ସଶକ୍ତୀକରଣ ଉପରେ ଆଧାରିତ ନୃତ୍ୟ ନାଟିକା ‘ଶକ୍ତିମୟୀ’କୁ ପରିବେଷଣ କରିଥିଲେ ବାରିପଦାର ଟ୍ରିପଲ୍‌-ଏ ୱିମେନ୍‌ ୱିଙ୍ଗ୍‌। ସେହିପରି କରଞ୍ଜିଆର ନୃତ୍ୟଶ୍ରୀ ଦଳ କ୍ରିଏଟିଭ୍‌ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ପରେ ପରେ ସର୍ବଧର୍ମ ସମନ୍ବୟ ଉପରେ ଆଧାରିତ ‘ଆମେ ସବୁ ଭାଇଭାଇ’ ପରିବେଷଣ ହୋଇଥିଲା। ବାରିପଦାର ଗୁରୁକୁଳ ଡ୍ୟାନ୍ସ ଗ୍ରୁପ୍‌ ଓଡ଼ିଆ କ୍ଲାସିକ୍‌ ଗୀତରେ ମଡନର୍ର୍ କଣ୍ଟେମ୍ପୋରାରି ପରିବେଷଣ କରିଥିଲା। ସେହିଭଳି ଆଦିମ ଆଦିବାସୀ ମହାସଂଘ ଏବଂ କରଞ୍ଜିଆର ଫ୍ଲୋ-ଲେସ୍‌ ଗ୍ରୁପ୍‌ର ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲା। ଏହି ଅବସରରେ କଣ୍ଠଶିଳ୍ପୀ କୁମାର ସାଗର ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଦ୍ୱିତୀୟ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ରହିଥିଲେ। ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ଦର୍ଶକ ଏଠାରେ ବାରିପଦାର ଖାସି ମାଂସ, ଦେଶୀ କୁକୁଡା ମାଂସ, ମୁଢ଼ି, କାକରା, ମଣ୍ଡା ପିଠା, ଦଳା ଖେଚୁଡ଼ିର ଭରପୂର ମଜା ନେଇଥିଲେ। ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଚିନ୍ମୟ ଦାସ ପଟ୍ଟନାୟକ ଏବଂ ଅଶୋକ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରୋଗୀ ଆଡ୍‌ମିଟ୍‌ ହେବାର ୩ ଦିନ ପୂର୍ବରୁ ହେବ ସବୁ..

.ଭୁବନେଶ୍ୱର,୩୦ା୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ। ରୋଗୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ କଲେ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର,୩୦।୫:  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁନର୍ବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଟ୍ରେନ୍‌ରେ ଅସ୍ଥାୟୀ ଭାବେ କୋଚ୍‌ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ…

ଆଜିଠୁ ଓଡ଼ିଶାରେ ଏସ୍‌ଆଇଆର୍‌: ସାମାନ୍ୟ ତ୍ରୁଟି ଥିଲେ…

ଭୁବନେଶ୍ୱର,୩୦।୫ (ସୁନିତ୍‌ ମିଶ୍ର): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ବିଏଲ୍‌ଓମାନେ ଘରକୁ ଘର…

ଯୁବକଙ୍କୁ ଥାର୍ଡ ଡିଗ୍ରୀ ପ୍ରତିବାଦରେ ତାତିଲେ ଲୋକେ

ବାରଙ୍ଗ,୨୯।୫(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri