ମେଟ୍ରୋ

ଜମି ଲାଗି ହଜାରେ ବର୍ଷର ସମ୍ପର୍କ ଖରାପ କରନି

ଭୁବନେଶ୍ୱର,୨୧।୨(ବ୍ୟୁରୋ): କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନଁା ଧରୁ ନ ଥିବାବେଳେ ଏହାକୁ ନେଇ ବର୍ତ୍ତମାନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶନିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି। ପ୍ରଦୀପ୍ତ ଚିଠିରେ ଦର୍ଶାଇଛନ୍ତି…

କମିଲା ମୁଣ୍ଡ ପିଛା ଆୟ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟର ମୁଣ୍ଡ ପିଛା ଆୟ ହ୍ରାସ ପାଇଛି। ୨୦୧୯ -୨୦ରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୪ ହଜାର ୫୬୬ ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧ ଲକ୍ଷ ୨ ହଜାର ୧୫୬ ଟଙ୍କାକୁ…

ଆହୁରି ୨୪ ଘଣ୍ଟା ରହିବ କୋହଲା ପାଗ

ଭୁବନେଶ୍ବର, ୨୦।୨: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ, କନ୍ଧମାଳ…

ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ମହିଳା ସଂରକ୍ଷଣ ନ କଲେ ଇତିହାସ କ୍ଷମା ଦେବନି : ନବୀନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଶନିବାର ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ ବୋଲି କହିଛନ୍ତି। ଏହାଛଡ଼ା ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ…

ପୁଣି ଘାରିଲା କୋଭିଡ୍‌ ଭୟ: ଓଡ଼ିଶାରେ ଲକ୍‌ଡାଉନ୍‌ ସମ୍ଭାବନାକୁ ଏଡାଇ ହେବନି ବୋଲି କହିଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। କୋଭିଡ୍‌ର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଲୋକେ ନିଜେ ସଚେତନ ରହିଲେ, ଲକ୍‌ଡାଉନ୍‌କୁ ଏଡାଇ…

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ ଆହୁରି ଅନେକ କ୍ଷେତ୍ରରେ ଏହି ଚଳଚ୍ଚିତ୍ରଟି ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ପ୍ରବେଶ କରିଛି।…

‘ଭିତ୍ତିଭୂମି ସଜାଡ଼ି ପାରିଛି ଆଇଆଇଆଇଟି’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଆଇଟି) ଜାତୀୟସ୍ତରରେ ପ୍ରମୁଖ ଅନୁଷ୍ଠାନ ଭାବେ ଉଭା ହୋଇଛି। ୨୦୦୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ନିଜର ଭିତ୍ତିଭୂମି ସଜାଡ଼ି ପାରିଛି। ଶୈଖିକ ପରିବେଶ, ଗୁଣବତ୍ତା, ଉଚ୍ଚ…

ସୌର ପ୍ରକଳ୍ପ ପାଇଁ ୭୦ କୋଟି ବ୍ୟୟବରାଦ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ୨୦୨୨ ସୁଦ୍ଧା ୨୨୫୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଅଣପାରମ୍ପରିକ ନୀତି -୨୦୧୬ ଅନୁଯାୟୀ ଏହି ସୌର ପ୍ରକଳ୍ପ ସ୍ଥାପନ କରାଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୭୨ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ…

ଭିଡିଓ ଭାଇରାଲ ନେଇ ବିଜେଡି, ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବିଧାନସଭାରେ ଆଲୋଚନା ପାଇଁ ଚାଷୀ ସମସ୍ୟା, ସୀମା ବିବାଦ, ଓଡିଶା ସୀମାରେ ଆନ୍ଧ୍ର ନିର୍ବାଚନ କରାଇବା, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗ ରହିଛି। ଏହି ସମୟରେ ରାଜ୍ୟ ସରକାର ଜାଣିଶୁଣି ଏସ୍‌ଆଇଟିକୁ ଲଗାଇ ପରୀ ହତ୍ୟାକାଣ୍ଡ ସମ୍ପର୍କିତ…

ଚୋରି ସୁନା ବିକି ସ୍କୁଟି କିଣିଥିଲେ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ନିବେଦିତା ରାୟଙ୍କ ଘରୁ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଗିରଫ ହୋଇଛନ୍ତି ଜଣେ ମହିଳା ଘରୋଇ ସହାୟିକା ଓ ତାଙ୍କ ସହଯୋଗୀ। ସେମାନେ ହେଲେ ଡୁମୁଡୁମା ରଘୁନାଥ…

ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର

ଭୁବନେଶ୍ୱର,୨୦।୨ (ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦି ବଜାର’ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଶକ୍ତି, ଗୃହ, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ…

ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର,୨୦।୨(ବ୍ୟୁରୋ) : ରାଜ୍ୟ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ଦେଖାଦେଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଶନିବାର ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ ରହିଛି। ଆଜି ରାଜଧାନୀର କିଛି ସ୍ଥାନରେ ଝିପିଝିପି ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?