ଚୋରି ସୁନା ବିକି ସ୍କୁଟି କିଣିଥିଲେ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ନିବେଦିତା ରାୟଙ୍କ ଘରୁ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଗିରଫ ହୋଇଛନ୍ତି ଜଣେ ମହିଳା ଘରୋଇ ସହାୟିକା ଓ ତାଙ୍କ ସହଯୋଗୀ। ସେମାନେ ହେଲେ ଡୁମୁଡୁମା ରଘୁନାଥ ନଗରରେ ରହୁଥିବା ଡି. ଇନ୍ଦୁ ରାଓ ଓ ଲକ୍ଷ୍ମୀଧର ତ୍ରିପାଠୀ। ପୋଲିସ ସେମାନଙ୍କଠାରୁ ୯୦ ଗ୍ରାମ ସୁନା ଓ ଏକ ସ୍କୁଟିକୁ ଜବତ କରିଛି। ଚୋରି ସୁନାକୁ ବିକ୍ରି କରି ସେମାନେ ଉକ୍ତ ସ୍କୁଟି କିଣିବା ସହ ଚୋରି ଟଙ୍କାକୁ ଭାଗବାଣ୍ଟି ନେଇଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ନିବେଦିତାଙ୍କ ଘରେ ଗତ ନଭେମ୍ବର ମାସରୁ ଅଭିଯୁକ୍ତ ଇନ୍ଦୁ ରାଓ ଘରୋଇ ସହାୟିକା ଭାବେ କାମ କରୁଥିଲେ। ନିବେଦିତା ସୁନା ଗହଣା ଓ ଟଙ୍କା କେଉଁଠି ରଖୁଥିଲେ ତାହା ଉପରେ ପୂରା ନଜର ରଖିଥିଲେ ଇନ୍ଦୁ। ବୁଧବାର ନିବେଦିତା କାୈଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ସେ ଲକର ଚାବି ଖୋଲି ସେଥିରେ ଥିବା ମଙ୍ଗଳସୂତ୍ର, ହାର, କାନଫୁଲ, ଚେନ ଆଦି ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିଲେ। ପରେ ଏହି ଲୁଟ୍‌ ସୁନାକୁ ସହଯୋଗୀ ଲକ୍ଷ୍ମୀଧରଙ୍କ ସହାୟତାରେ ବଜାରରେ ବିକ୍ରି କରିଥିଲେ। ନିବେଦିତା ଘରକୁ ଫେରିବା ପରେ ତାଙ୍କ ସୁନା ଗହଣା କିଛି ନ ଥିବା ଦେଖିଥିଲେ। ଏନେଇ ସେ ଇନ୍ଦୁଙ୍କୁ ପଚାରିବାରୁ ସେ ସୁନା ବିଷୟରେ କିଛି ଜାଣି ନ ଥିବା କହିଥିଲେ। ତେବେ ପୂର୍ବରୁ ମଧ୍ୟ ଥରେ ଇନ୍ଦୁ ତାଙ୍କ ଘରୁ ଏକ ସୁନା ମୁଦି ଚୋରି କରିଥିବାରୁ ନିବେଦିତାଙ୍କ ତାଙ୍କ ଉପରେ ସନ୍ଦେହ ଦୃଢ ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଇନ୍ଦୁଙ୍କୁ ଥାନାକୁ ଆଣି ପଚରାଉରା କରିବାରୁ ସେ ସତ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮,...

ଆଜି ରାଜ୍ୟରୁ ୧୫୪ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୧୫୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୦୨୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଭଙ୍ଗା ଗଢ଼ାରେ ଜବରଦଖଲ ଉଚ୍ଛେଦ

ସ୍ଥିତପ୍ରଜ୍ଞ ମିଶ୍ର ଭୁବନେଶ୍ୱର, ୫।୯(ବ୍ୟୁରୋ): ମୁଖ୍ୟ ଡ୍ରେନ ହେଉ ଅବା ସ୍କୁଲ ଆଗ ସବୁଠି ଜବରଦଖଲକାରୀଙ୍କ ରାଜ। ରାସ୍ତାପାଖ ଦୋକାନୀମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଦୋକାନ...

ପୁଣି ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୩ ରେ ପହଞ୍ଚିଥିବା...

ବିଧାନସଭା ପ୍ରବେଶ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ନୁହେଁ: ବାଚସ୍ପତି

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ତେବେ ଚଳିତ ଅଧିବେଶନ ପାଇଁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ। ଏହା...

ମପାଯିବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ଭୁବନେଶ୍ୱର, ୧୯ା୧୦ (ବ୍ୟୁରୋ): ମୋ ସରକାର ଏବଂ ୫-ଟି କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଏ ନେଇ କର୍ମଚାରୀମାନଙ୍କର ବାର୍ଷିକ...

ଶହୀଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା ପ୍ରସଙ୍ଗ: କେନ୍ଦ୍ର ନ ଦେଲେ ରାଜ୍ୟ ଦେବ ୫୦ଲକ୍ଷ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଶହୀଦ ହୋଇଥିବା କୋଭିଡ୍‌ ଯୋଦ୍ଧାଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ନ ଦେଲେ ନିଜେ ପ୍ରଦାନ କରିବେ ରାଜ୍ୟ ସରକାର।...

ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ...

Play 250+ Trending Games
Archives

Model This Week

Why Dharitri