‘ଭିତ୍ତିଭୂମି ସଜାଡ଼ି ପାରିଛି ଆଇଆଇଆଇଟି’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଆଇଟି) ଜାତୀୟସ୍ତରରେ ପ୍ରମୁଖ ଅନୁଷ୍ଠାନ ଭାବେ ଉଭା ହୋଇଛି। ୨୦୦୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ନିଜର ଭିତ୍ତିଭୂମି ସଜାଡ଼ି ପାରିଛି। ଶୈଖିକ ପରିବେଶ, ଗୁଣବତ୍ତା, ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକମଣ୍ଡଳୀ, ଡିଗ୍ରୀଧାରୀଙ୍କୁ ବୃତ୍ତିଗତ ନିୟୋଜନ ଲାଗି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠାନର ବୋର୍ଡ ଅଫ ଗଭର୍ନାନ୍ସ ବୈଠକରେ ଏହି ମତ ପ୍ରକାଶ ପାଇଛି। ଶୁକ୍ରବାର ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଦେଶର ବିଭିନ୍ନ ସ୍ଥାନରୁ ସ୍ବାଧୀନ ନିର୍ଦ୍ଦେଶକ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର କାର୍ଯ୍ୟକଳାପ ଓ ବର୍ତ୍ତମାନ ସ୍ଥିତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଗି ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି। ଏ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଲାଗି ନିର୍ଦ୍ଦେଶକ ଗୋପାଳ ନାୟକ ଏବଂ ରେଜିଷ୍ଟ୍ରାର ପ୍ରଫେସର ଅଜିତ ଦାସଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି। ଟ୍ରିପଲ ଆଇଟି ଭୁବନେଶ୍ୱର ନିଜର ଭିତ୍ତିଭୂମି ସୁଦୃଢ କରିସାରିଛି। ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗବେଷଣା, ନୂତନ ଆବିଷ୍କାର ଦିଗରେ କାର୍ଯ୍ୟ କରିବା ସହ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ସହ ସମକକ୍ଷ ହେବାକୁ ମୁଖ୍ୟ ଶାସନ ସଚିବ ପ୍ରତିଷ୍ଠାନର ସବୁ ଶିକ୍ଷକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକ ନାୟକ କହିଛନ୍ତି, ଚଳିତ ଶିକ୍ଷାବର୍ଷ ପାଇଁ ଅନୁଷ୍ଠାନର ଶତ ପ୍ରତିଶତ ସିଟ୍‌ ପୂରଣ ହୋଇଛି। ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦେଲେ ଜୋସା, ସିସାବ ଭଳି ଜାତୀୟସ୍ତରୀୟ କାଉନସେଲିଂ ଏବଂ ବିଦେଶର ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଗତବର୍ଷ ଯାଏ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କ କ୍ୟାମ୍ପସ ଚୟନ ମାଧ୍ୟମରେ ବୃତ୍ତି ନିୟୋଜନ କ୍ଷେତ୍ରରେ ୯୫% ସଫଳତା ମିଳିଥିଲା। କୋଭିଡ୍‌ ମହାମାରୀ ସମୟରେ ୭୭% ଛାତ୍ରୀଛାତ୍ରଙ୍କୁ ବୃତ୍ତି ନିୟୋଜନ ମିଳିଛି। ଏମାନେ ବାର୍ଷିକ ୫ ଲକ୍ଷ ଟଙ୍କା ପ୍ୟାକେଜରୁ ନିଜର ଚାକିରି ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୩୯ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀ କ୍ୟାମ୍ପସ ଚୟନ ନିମନ୍ତେ ଆସିଛନ୍ତି। କ୍ୟାମ୍ପସ ଚୟନରେ ୯୦% ଯାଏ ଲକ୍ଷ୍ୟ ହାସଲ ହେବ ବୋଲି ଆଶା ରହିଛି। ସେହିପରି ଗୋଠପାଟଣାରେ ଅଧିକ ୪ ଏକର ଜମି ଟ୍ରିପଲ ଆଇଟିକୁ ଦେବା ସମ୍ବନ୍ଧିତ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଜମିରେ ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ, ଶିକ୍ଷକଙ୍କ ଲାଗି ଆବାସ, ଅଡିଟୋରିୟମ ଏବଂ ଖେଳପଡ଼ିଆ ନିର୍ମାଣ ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri