ସୌର ପ୍ରକଳ୍ପ ପାଇଁ ୭୦ କୋଟି ବ୍ୟୟବରାଦ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ୨୦୨୨ ସୁଦ୍ଧା ୨୨୫୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ଅଣପାରମ୍ପରିକ ନୀତି -୨୦୧୬ ଅନୁଯାୟୀ ଏହି ସୌର ପ୍ରକଳ୍ପ ସ୍ଥାପନ କରାଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୪୭୨ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ହେଉଛି। ଏଥିସହିତ ଏହି ସମୟରେ ରାଜ୍ୟର ୧୭ଟି ସହର ଯଥା ସମ୍ବଲପୁର, ବୁର୍ଲା, ହୀରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, ଛତ୍ରପୁର, ଜୟପୁର, କୋରାପୁଟ, ନବରଙ୍ଗପୁର, ସୁନାବେଡ଼ା, ବାଲେଶ୍ୱର, ଭଦ୍ରକ, ବାରିପଦା, ଭୁବନେଶ୍ୱର ଓ ବଲାଙ୍ଗୀରରେ ସରକାରୀ କୋଠାଘର ଉପରେ ଅତିକମ୍‌ରେ ୧୭ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ରୁଫ୍‌ଟପ୍‌ ସୋଲାର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଟେଣ୍ଡର ପ୍ରକି୍ରିୟା ଚାଲୁ ରହିଛି। ଏହି ପ୍ରକଳ୍ପ ପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯିବ। ୨୦୨୧-୨୨ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ସେହିପରି ସମ୍ବଲପୁର ଚିପିଲିମା ଜଳବିଦ୍ୟୁତ୍‌ କେନ୍ଦ୍ର ପରିସରଭୁକ୍ତ ଅବ୍ୟବହୃତ ୬୦ ଏକର ଜମିରେ ୧୦ ମେଗାଓ୍ବାଟ୍‌ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହେବ । ଏ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଛାତ ଉପରେ ସୌରଶକ୍ତି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ କେବଳ ଆବାସିକ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଛି। ୩ କିଲୋଓ୍ବାଟ୍‌ କ୍ଷମତା ପାଇଁ ୪୦ ପ୍ରତିଶତ ସବ୍‌ସିଡି ଦିଆଯାଉଥିବା ବେଳେ ୩ କିଲୋଓ୍ବାଟ୍‌ରୁ ୧୦ କିଲୋଓ୍ବାଟ୍‌ ପର୍ଯ୍ୟନ୍ତ ୨୦ ପ୍ରତିଶତ ସବ୍‌ସିଡି ଦିଆଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଉତ୍ପାଦିତ ସୌରଶକ୍ତିର ୟୁନିଟ୍‌ ପିଛା ୩.୦୮ ଟଙ୍କା କ୍ରୟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ସରକାର ୫ ବର୍ଷ ପାଇଁ ୟୁନିଟ୍‌ ପିଛା ୪୦ ପଇସା ପ୍ରୋତ୍ସାହନ ରାଶି ଦେବାକୁ ଅନୁମୋଦନ କରିଛନ୍ତି। ଅଫ୍‌ଗ୍ରୀଡ୍‌ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବଜେଟରେ ସମ୍ପୂର୍ଣ୍ଣ ବ୍ୟୟବରାଦ କରିଛନ୍ତି। ବିଜେଡି ସଭ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲିଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସ ମେ ୧୬କୁ ସରକାରୀ ଛୁଟି ଘୋଷଣା...

ପୁଅକୁ ମାରି ବାପାଙ୍କ ଆତ୍ମହତ୍ୟା

ନୂଆପଡ଼ା ଅଫିସ/ ଖଡିଆଳ,୨୫।୬(ଡି.ଏନ.ଏ.): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ପୁଅକୁ ଟାଙ୍ଗିଆରେ ହାଣି...

ମୌସୁମୀ ସକ୍ରିୟ: ୫ ଦିନ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ମଧ୍ୟ ପ୍ରଦେଶରୁ ଉପକୂଳ ଓଡିଶା ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା...

ଭୀମଟାଙ୍ଗିରେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣା: ହତ୍ୟାର ୪ଦିନ ପୂର୍ବରୁ କରିଥିଲେ ଯୋଜନା

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା...

ସମ୍ବଳ ନ ଥିବାରୁ ଶିକୁଳି

ବଇଣ୍ଡା,୧।୨(ଡି.ଏନ.ଏ.) ମୂଲ ଲାଗି ପୁଅ ଆଣୁଥିଲେ ମଜୁରି। ଦୁଃଖ କଷ୍ଟରେ ହେଉପଛେ ଚଳିଯାଉଥିଲେ ମା’ ପୁଅ। ହେଲେ ୨୩ ବର୍ଷର ଭେଣ୍ଡିଆ ପୁଅ କୃତ୍ତିବାସ ମାନସିକ...

ଆଜି ଆସୁଛନ୍ତି ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୫ା୯(ବ୍ୟୁରୋ):ଓଡ଼ିଶାର ନବନିଯୁକ୍ତ ଭାଜପା ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ସୋମବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଦିନ ଗୋଟାଏରେ...

ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ  ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ...

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା...

Advertisement
Archives

Model This Week