ଜମି ଲାଗି ହଜାରେ ବର୍ଷର ସମ୍ପର୍କ ଖରାପ କରନି

ଭୁବନେଶ୍ୱର,୨୧।୨(ବ୍ୟୁରୋ): କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନଁା ଧରୁ ନ ଥିବାବେଳେ ଏହାକୁ ନେଇ ବର୍ତ୍ତମାନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶନିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି। ପ୍ରଦୀପ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ରାୟଗଡ଼ା ଜିଲାର କେତେକ ଗ୍ରାମରେ ବିଜୟନଗରମ ଜିଲା ପ୍ରଶାସନ ନିର୍ବାଚନ ପରିଚାଳନା କରୁଥିବାବେଳେ ଗଞ୍ଜାମ ଓ ଗଜପତି ଜିଲାର କେତେକ ଗ୍ରାମରେ ଶ୍ରୀକାକୁଲମ ଜିଲା ପ୍ରଶାସନ, ମାଲକାନଗିରିର କେତେକ ଗ୍ରାମରେ ବିଶାଖାପାଟଣା ଜିଲା ପ୍ରଶାସନ ଏବଂ କୋରାପୁଟ ଜିଲାର କୋଟିଆ ଅଞ୍ଚଳରେ ବିଜୟନଗରମ ଜିଲା ପ୍ରଶାସନ ବେଆଇନ ଭାବେ ପଞ୍ଚାୟତ ନିର୍ବାଚନ କରୁଛି। ଏହା କେବଳ ସମ୍ବିଧାନ ବିରୋଧୀ ନୁହେଁ, ବରଂ ଭାରତୀୟ ସଂଘୀୟ ବ୍ୟବସ୍ଥାର ମଧ୍ୟ ଅବମାନନା। ୧୯୬୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ମଧ୍ୟ ଉଲ୍ଲଂଘନ। ତେଣୁ ତୁରନ୍ତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ପ୍ରଶାସନକୁ ଏପରି କରିବାରୁ ରୋକନ୍ତୁ। ଜମି ଲାଗି ଦୁଇ ରାଜ୍ୟ ମଧ୍ୟରେ ଥିବା ହଜାରେ ବର୍ଷର ସମ୍ପର୍କ ଖରାପ ନ କରିବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି।

ପ୍ରଦୀପ୍ତ ଚିଠିରେ ଆହୁରି ଲେଖିଛନ୍ତି, ସର୍ବାଧିକ ଚର୍ଚ୍ଚା ହେଉଛି କୋଟିଆ ବିବାଦ। ଆନ୍ଧ୍ରପ୍ରଦେଶ କୋଟିଆକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି, ଯାହା ମୂଲ୍ୟହୀନ। ୧୯୩୬ରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଓଡ଼ିଶା ଇତିହାସରେ ରହିଆସିଛି। ୧୯୪୨ରେ ଓଡ଼ିଶା, ବିହାର ଓ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ସର୍ଭେରେ ମଧ୍ୟ ପ୍ରମାଣିତ ରହିଛି। ସେହି ସମୟରେ ସର୍ଭେ କରାଯାଇ କୋଟିଆ ଗ୍ରାମପଞ୍ଚାୟତର ୭ଟି ଗାଁ ଓଡ଼ିଶାର ବୋଲି ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଏବେ ଆନ୍ଧ୍ର ପ୍ରଶାସନ ଏଠାରେ ବେଆଇନ ଭାବେ ନିର୍ବାଚନ କରୁଛି। ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଭଲ ସାଂସ୍କୃତିକ ସମ୍ପର୍କ ରହିଛି। ଏହି ସମ୍ପର୍କକୁ ଆମେ ଏକାଠି ଆଗକୁ ନେବାର ଆବଶ୍ୟକତା ରହିଛି। ଜମିକୁ ନେଇ ଦୁଇ ରାଜ୍ୟର ସମ୍ପର୍କ ଖରାପ କରିବା ଠିକ୍‌ ହେବନାହିଁ। ତେଣୁ ଉକ୍ତ ୩ ଜିଲାର ପ୍ରଶାସନିକ ଅଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ନିୟମକୁ ସମ୍ମାନ ଦେଇ କାମ କରିବାକୁ ରେଡ୍ଡୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରଦୀପ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri