ଅନ୍ଲାଇନ୍ରେ ମାଟ୍ରିକ ସାର୍ଟିଫିକେଟ୍
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଖୁବ୍ଶୀଘ୍ର ଅନ୍ଲାଇନ୍ରେ ମାଟ୍ରିକ ସାର୍ଟିଫିକେଟ୍ ମିଳିବ। ସାର୍ଟିଫିକେଟ୍ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପିଲାଙ୍କୁ ଅନ୍ଲାଇନ୍ରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟୁଇଟ୍…
ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶାରେ ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହ ଲକ୍ଡାଉନ୍ ସ୍ଥିତି ଉପୁଜିବା ପରେ ଓଡ଼ିଶାରେ ମଧ୍ୟ ଛନକା ପଶିଛି। ବର୍ତ୍ତମାନ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ଯେପରି ନ…
୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର,୨୦।୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶାର ୨୮ ଜିଲାର ମୋଟ ୩୩ କୋଟି ଟଙ୍କାର ପ୍ରକଳ୍ପକୁ…
ଗୃହରେ ଧାନ ଝଡ଼
ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ିରହିଛି। ଧାନର ଅଭାବୀ ବିକ୍ରି ହେଉଛି। କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ କାଟି ନିଆଯାଉଛି। ସରକାର ଓ ମିଲରଙ୍କ ମଧ୍ୟରେ ଧାନ କିଣାକୁ ନେଇ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଶୋଷଣର…
କଳା ସାର୍ ଚତୁର୍ଥ ବିବାହ କରିବା ପରେ…
କଟକ ଅଫିସ,୧୯।୨: ରସିକିଆ ସାରଙ୍କ କାଳ କାରନାମା ପଦାକୁ ଆସିଛି। ଗୋଟିଏ କି ୨ଟି ନୁହେଁ ୪ ଯୁବତୀଙ୍କୁ ବିବାହ କରି ବିନ୍ଦାସ ଜୀବନ ବିତାଉଥିଲେ କଳା ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ। ପ୍ରଥମ ଓ ତୃତୀୟ ପତ୍ନୀଙ୍କ ଅଭିଯୋଗ କ୍ରମେ କଟକ…
ମୟୁରଭଞ୍ଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୨(ବୂ୍ୟରୋ): ମୟୁରଭଞ୍ଜ ଜିଲାର ସାରସକଣାଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହାସହ ସେ…
ରାଜ୍ୟରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।…
କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିଲା
ଭୁବନେଶ୍ୱର, ୧୯।୨ (ବ୍ୟୁରୋ):କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁବାର ରାଜ୍ୟ ସଂଗ୍ରହାଳୟ ପରିସରରେ ପୁସ୍ତକ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଠାରେ ଏକାଡେମୀର ସମସ୍ତ ପୁସ୍ତକ ୨୪ ଭାଷାରେ ଉପଲବ୍ଧ ହେବ। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି…
ପ୍ରସଙ୍ଗକୁ ଜୋର୍ଦାର କର: ଚେଲ୍ଲାକୁମାର
ଭୁବନେଶ୍ୱର, ୧୯ା୨(ବ୍ୟୁରୋ):କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ବିଭିନ୍ନ ନେତାଙ୍କ ସହ ଗୁରୁବାର ଆଲୋଚନା କରିଛନ୍ତି। କ’ଣ ପାଇଁ ଦଳର ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଛି ଏବଂ ତୃଣମୂଳସ୍ତରରୁ କର୍ମୀଙ୍କୁ ସକ୍ରିୟ କରିବା ଲାଗି…
ବିଶ୍ୱ ହାଇଡ୍ରୋଜେନ୍ ମାନଚିତ୍ରରେ ଅଗ୍ରଣୀ ନେତୃତ୍ୱ ନେବ ଭାରତ: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଭାରତରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ହାଇଡ୍ରୋଜେନ୍ ପ୍ରତିଷ୍ଠା ପାଇଁ ‘ଇଣ୍ଡିଆନ ଅଏଲ’ ଏବଂ ‘ଗ୍ରୀନ୍ସାଟ୍ ହାଇଡ୍ରୋଜେନ୍ ଇଣ୍ଡିଆ’ କମ୍ପାନୀ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀରେ ଇଚ୍ଛାପତ୍ର ସ୍ବାକ୍ଷର (ଷ୍ଟେଟମେଣ୍ଟ ଅଫ୍ ଇଣ୍ଟେଣ୍ଟ) ସମାରୋହ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ…
ଆଜି ଚନ୍ଦ୍ରଭାଗାରେ ମାଘମେଳା
କୋଣାର୍କ, ୧୯ା୨(ଡି.ଏନ.ଏ):ଚନ୍ଦ୍ରଭାଗାରେ ଏଥର କୋଭିଡ୍ କଟକଣାରେ ମାଘମେଳା ହେବ। ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ପ୍ରଶାସନ କଟକଣା ଜାରି କରିଥିବାବେଳେ କେବଳ ୫୦୦ ଜଣଙ୍କୁ ନୀତି ଓ ମେଳା କାର୍ଯ୍ୟ ପାଇଁ ଅନୁମତି ମିଳିଛି। ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ…
ଓଡ଼ିଶା ବିଶ୍ୱର ମାଇନିଂ ହବ୍ ହେବାର କ୍ଷମତା ରଖିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୯ା୨:ଓଡ଼ିଶାର ୨ ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗୁରୁବାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଖଣିଗୁଡ଼ିକର ଖନନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି। ଏହି ଲୁହାପଥର ଖଣି ମଧ୍ୟରେ ଜିଲଙ୍ଗ-ଲାଙ୍ଗଲୋଟା…

