ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ମହିଳା ସଂରକ୍ଷଣ ନ କଲେ ଇତିହାସ କ୍ଷମା ଦେବନି : ନବୀନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଶନିବାର ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ ବୋଲି କହିଛନ୍ତି। ଏହାଛଡ଼ା ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଓ ବିକାଶରେ ବଡ଼ ବାଧକ। ଏବେ ସମୟ ଆସିଛି ଦେଶ ଏମିତି ନିର୍ବାଚନୀ ବାତାବରଣରୁ ଊର୍ଦ୍ଧ୍ୱକୁ ଆସୁ। ନିର୍ବାଚନ ବାତାବରଣରୁ ବାହାରି ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ ବୋଲି ମଧ୍ୟ କହିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ରେଲଓ୍ବେ, ଟେଲିକମ୍‌, ବ୍ୟାଙ୍କିଂ, କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗ ଉଠାଇଛନ୍ତି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ କିଛି ଭାଷାକୁ ଅଷ୍ଟମ ପରିଚ୍ଛଦରେ ସାମିଲ କରିବାକୁ ଦାବି କରିଛନ୍ତି। ନିର୍ବାଚନ ବେଳେ ଜାତୀୟ ଦଳମାନେ ମହିଳା ସଂରକ୍ଷଣ ପ୍ରତିଶ୍ରୁତି ଦେଇଥିଲେ। ଉଭୟ ଲୋକ ସଭା ଏବଂ ବିଧାନସଭାରେ ସଂରକ୍ଷଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ଯଦି ଆମେ ଏ ପ୍ରତିଶ୍ରୁତି ପୂରଣ ନ କରିବା ଇତିହାସ ଆମକୁ କ୍ଷମା ଦେବନି। ୟୁପିଏସ୍‌ସି, ନିଟ୍‌, ଜେଇଇ ପରୀକ୍ଷା ପ୍ୟାର୍ଟନ ପରିବର୍ତ୍ତନ କଥା ବି ଉଠାଇଲେ। କୋଚିଂ ନେଇ ନ ପାରି ଗ୍ରାମାଞ୍ଚଳର ବହୁ ମେଧାବୀ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଦୃଷ୍ଟିରେ ରଖି ନୀତି ଆୟୋଗ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟରେ ପିଟିଶନ

ଯାଜପୁର ଟାଉନ, ୧୫।୯ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତବର୍ଷ କରାଇବାକୁ ସେବାୟତ ପରିଷଦ ହାଇକୋର୍ଟର ଦ୍ୱାରସ୍ଥ...

ଛାତ୍ର ଆନ୍ଦୋଳନ ଜାରି: ବସିଲା ବୈଠକ, ତୁଟିଲାନି ବିବାଦ

କୁଆମରା,୫ା୧୧(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରୀଛାତ୍ରଙ୍କ ବିବାଦ ଜଟିଳ ହେବାରେ ଲାଗିଛି। ଏଥିନେଇ କଲେଜରେ ଦିନକୁ...

ଚିନ୍ତା ବଢାଉଛି କରୋନା,ରାଜ୍ୟରେ ୩୬୭୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଶନିବାର  ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଆଜି ଶ୍ରାବଣର ଦ୍ୱିତୀୟ ସୋମବାର। କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ବିଭିନ୍ନ ଶୈବପୀଠ।...

ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଆଜିଠାରୁ ସ୍ବାଭାବିକ ହେବ ଭୁବନେଶ୍ୱର କୋର୍ଟ

ଭୁୁବନେଶ୍ୱର, ୬ା୭(ବ୍ୟୁରୋ): ଓକିଲଙ୍କୁ ଆକ୍ରମଣ ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଗତ ୨୦ ତାରିଖରୁ କାର୍ଯ୍ୟ ବନ୍ଦ ଚାଲିଥିଲା।...

ଅଲାରନାଥ ମନ୍ଦିରରେ ଦର୍ଶନ ବନ୍ଦ

ବ୍ରହ୍ମଗିରି,୨୧ା୩(ଡି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା କରାଇବା ସହ ବ୍ରହ୍ମଗିରିରେ ଥିବା ମହାପ୍ରଭୁ ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ କଟକଣା...

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୭।୧୦: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ତେବେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫...

୭ ଆନ୍ତଃରାଜ୍ୟ ସାଇବର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩୦।୬(ବ୍ୟୁରୋ):କମିଶନରେଟ୍‌ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ରହସ୍ୟ ଉନ୍ମୋଚନ କରିଛି ା ସାଇବର ଠକେଇ ଲିଙ୍କ୍‌ ଖୋଜୁ ଖୋଜୁ ମିଳିଛି ବଡ଼...

Advertisement
Archives

Model This Week