ମେଟ୍ରୋ

୧୫ ଲକ୍ଷ ଡୋଜ୍‌ ଟିକା ଦେବାକୁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ତୁରନ୍ତ ୧୫ ଲକ୍ଷ କୋଭିଶିଲ୍ଡ ଡୋଜ୍‌ ଓଡ଼ିଶାକୁ ପଠାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବଙ୍କୁ…

ଚଣ୍ଡିଖୋଲରେ ହେବ ଦେଶର ବଡ଼ ତୈଳଭଣ୍ଡାର

ଭୁବନେଶ୍ୱର,୬।୪(ବ୍ୟୁରୋ): ଯାଜପୁର ଜିଲା ଚଣ୍ଡିଖୋଲଠାରେ ତିଆରି ହେବ ଦେଶର ସବୁଠୁ ବଡ଼ ତୈଳ ଭଣ୍ଡାର। ଇଣ୍ଡିଆନ ଅଏଲର ଏହି ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭୟରରେ ଅଶୋଧିତ ତୈଳ ସଂରକ୍ଷଣ କରାଯାଇ ପାରିବ। ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି।…

ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ ଏବଂ ଗୋଟିଏ ଜିଲା ପରିଷଦ ସଭ୍ୟ ନିର୍ବାଚନ କରିବା ଲାଗି ଆନ୍ଧ୍ର ସରକାର ନିଷ୍ପତ୍ତି…

ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ: ଦିନକରେ ୭୫ କରୋନା ପଜିଟିଭ, ବଢ଼ୁଛି ଲୋକାଲ କେସ୍‌

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ରାଜଧାନୀ ଭୁବନେଶ୍ୱରରେ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଲୋକାଲ କେସ୍‌ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରରୁ ସୋମବାର ଆଉ ୭୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩ ଜଣ…

ସରକାରଙ୍କ ବୋଝ କମାଉଛନ୍ତି ସ୍ବାବଲମ୍ବୀ କଏଦୀ

ଭୁବନେଶ୍ୱର, ୫।୪(ବ୍ୟୁରୋ): ଜେଲ ସଂସ୍କାରରୁ ମିଳିଲା ସଫଳତା। କାରାଗାର ଶିଳ୍ପରୁ ସ୍ବାବଲମ୍ବୀ ହେଲେ କଏଦୀ, ଆଉ କମିଲା ସରକାରଙ୍କ ବୋଝ। ଏବେ କଏଦୀମାନେ କେବଳ ଚାରିକାନ୍ଥ ଭିତରେ ନ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରୁଛନ୍ତି। ଏପଟେ କଏଦୀଙ୍କ…

ଫ୍ୟାନ୍ସି ନମ୍ବରରୁ ରେକର୍ଡ ଆଦାୟ: ୬ମାସରେ ମିଳିଛି ୧୧.୨୪ କୋଟି

ଭୁବନେଶ୍ୱର,୫।୪: ଫ୍ୟାନ୍ସି ଏବଂ ପସନ୍ଦ ଯୋଗ୍ୟ ରେଜିଷ୍ଟ୍ରେଶନ ନମ୍ବର ବାବଦରେ ଗତ ୬ମାସ ଅର୍ଥାତ୍‌ ୨୦୨୦ ଅକ୍ଟୋବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ରାଜ୍ୟ ସରକାର ୧୧.୨୪କୋଟି ଟଙ୍କା ପାଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଟୁଇଟ କରି ଜଣାଇଛନ୍ତି। ପୂର୍ବବର୍ଷ ଏହି…

ହେଲ୍‌ମେଟ ପାଇଁ ଗର୍ଭବତୀଙ୍କୁ ରାସ୍ତାରେ ଚଲାଇବା ଘଟଣା: ଥାନା ଓଆଇସିଙ୍କୁ ବହିଷ୍କାର ଲାଗି ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୫।୪(ବ୍ୟୁରୋ): ହେଲମେଟ୍‌ ପିନ୍ଧି ନ ଥିବାରୁ ମୟୂରଭଞ୍ଜ ଜିଲା ଶରତ ଥାନାର ଓଆଇସି ରୀନା ବକ୍ସଲା ଜଣେ ୮ମାସର ଗର୍ଭବତୀଙ୍କୁ ୩ କି.ମି. ଚଲାଇବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଓଆଇସିଙ୍କୁ ଚାକିରିରୁ…

ବିଜେବି ଛାତ୍ର କରୋନା ପଜିଟିଭ

ଭୁବନେଶ୍ୱର, ୫।୪(ବ୍ୟୁରୋ): କରୋନା ପୁଣିଥରେ ନିଜର କାୟା ବିସ୍ତାର କରି ଚାଲିଛି। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମ୍ନାକୁ ଆସୁଛି । ତେବେ ଏହାରି…

ପିପିଲି ପ୍ରଚାରରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସବୁ ଦଳର ନେତା ଓ କର୍ମୀ ଓ୍ବାର୍ଡସ୍ତରରୁ ଦାୟିତ୍ୱ ନେଇ ସେଠାରେ ଡେରା ପକାଇ ରହିଲେଣି। ଏହି ଉଷ୍ଣତାକୁ ଆହୁରି ସରଗରମ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର…

ଆଜି ରାଜ୍ୟରେ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୫୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୨୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ରାଜଧାନୀରେ ସିଲ୍‌ ହେଲା ଘରୋଇ କୋଚିଂ ସେଣ୍ଟର

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେତେକ ଘରୋଇ ଶିକ୍ଷାନୁଷ୍ଠାନ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ତେବେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରାଯାଇଛି। ଜୋନାଲ ଡେପୁଟି କମିଶନର…

ପିପିଲି ଉପନିର୍ବାଚନ: ଜୋର ଧରୁଛି ପ୍ରଚାର ତାତି

ଭୁବନେଶ୍ୱର,୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଆଉ ୧୨ ଦିନ ବାକି। ଏଥିରେ ୧୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ହେଲେ ୩ ପ୍ରମୁଖ ଦଳ ବିଜେଡିର ରୁଦ୍ରପ୍ରତାପ ମହାରଥି, ଭାଜପାର ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସର ଅଜିତ ମଙ୍ଗରାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?