ପିପିଲି ଉପନିର୍ବାଚନ: ଜୋର ଧରୁଛି ପ୍ରଚାର ତାତି

ଭୁବନେଶ୍ୱର,୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଆଉ ୧୨ ଦିନ ବାକି। ଏଥିରେ ୧୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ହେଲେ ୩ ପ୍ରମୁଖ ଦଳ ବିଜେଡିର ରୁଦ୍ରପ୍ରତାପ ମହାରଥି, ଭାଜପାର ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଉପନିର୍ବାଚନ ଲାଗି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସବୁ ଦଳର ନେତା ଓ କର୍ମୀ ଓ୍ବାର୍ଡସ୍ତରରୁ ଦାୟିତ୍ୱ ନେଇ ସେଠାରେ ଡେରା ପକାଇ ରହିଲେଣି। ହେଲେ କୌଣସି ଦଳର ହେଭିଓ୍ବେଟ ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି; ଯାହା ସୋମବାରଠାରୁ ସମ୍ପୂର୍ଣ୍ଣ ଜୋରଦାର ହେବ ବୋଲି ଜଣାପଡ଼ିଛି। ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୯ ତାରିଖରେ ଶେଷ ହେବାକୁ ଥିବାବେଳେ ଏହାର ୬ ଦିନ ପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖରୁ ଏହାକୁ ସାଇନ-ଏ-ଡାଏ ଘୋଷଣା କରିଦିଆଯାଇଛି। ପିପିଲି ଉପନିର୍ବାଚନ ପ୍ରଚାରକୁ ଆଖି ଆଗରେ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ଉପନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ଲଢେଇ ହେବ ବୋଲି ଚର୍ଚ୍ଚା ଚାଲିଛି। ରାଜ୍ୟରେ ନିକଟ ଅତୀତରେ ଯେତେସବୁ ଉପନିର୍ବାଚନ ହୋଇଛି ସେସବୁରେ ଶାସକ ଦଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ମଧ୍ୟ ସେଇଆ ଦେଖିବାକୁ ମିଳିଥିଲା। ହେଲେ ନିକଟରେ ଶେଷ ହୋଇଥିବା ପିପିଲିର ନୂଆଶାସନ ପଞ୍ଚାୟତ ଉପନିର୍ବାଚନରେ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହେବାପରେ ବିଜେଡିକୁ ଏବେ ଅଧିକ ପରିଶ୍ରମ କରିବାକୁ ପଡୁଛି। ଉକ୍ତ ପଞ୍ଚାୟତ ଉପନିର୍ବାଚନ ଦାୟିତ୍ୱରେ ମନ୍ତ୍ରୀ ଓ ବିଧାୟକ ଥିବା ସତ୍ତ୍ୱେ ଭାଜପାର ବିଜୟ ଶାସକ ଦଳକୁ ପିପିଲିରେ କ୍ଷତି ପହଞ୍ଚାଇଥିଲା। ସେହିପରି ଦଳୀୟ ଟିକେଟକୁ ନେଇ ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ସ୍ତ୍ରୀ ଏବଂ ପୁଅଙ୍କ ଭିତରେ ମତଭେଦ ରହିଥିବା ଚର୍ଚ୍ଚା ଜୋର ରହିଥିଲା। ସେହି ଅନୁଯାୟୀ ଉଭୟଙ୍କ ଲାଗି ଦଳୀୟ ସଙ୍ଗଠନର କର୍ମୀ ଦୁଇ ଭାଗ ହୋଇ ଭିନ୍ନ ଭିନ୍ନ ଲବି ଚଳାଇଥିଲେ। ସେମାନଙ୍କୁ ପୁଣିଥରେ ଏକାଠି କରି ନିର୍ବାଚନ ରଣାଙ୍ଗନରେ ଲଢେଇ କରିବା ଏତେଟା ସହଜ ନ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ଅପରପକ୍ଷରେ ଏହି ବିଧାନସଭା ଉପନିର୍ବାଚନକୁ ଭାଜପା କେମିତି ଲଢିବ ତାହା ଉପରେ ସମସ୍ତଙ୍କ ନଜର। ଷ୍ଟାର କ୍ୟାମ୍ପେନର ତାଲିକାରେ ପ୍ରଧାନମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କିମ୍ବା ସ୍ବରାଷ୍ଟ୍ର ମନ୍ତ୍ରୀ ସାମିଲ ହେଉ ନାହାନ୍ତି। ଅନ୍ୟ କୌଣସି ହେଭିଓ୍ବେଟ କେନ୍ଦ୍ରମନ୍ତ୍ରୀ ମଧ୍ୟ ତାଲିକାରେ ନାହାନ୍ତି। ତେବେ ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀଙ୍କୁ ଛାଡିଦେଲେ ଆଉ ସବୁ ରାଜ୍ୟସ୍ତରୀୟ ନେତା। ଶାସକ ଦଳ ବିରୋଧରେ ଭାଜପା ରାଜ୍ୟ ନେତାମାନେ କେତେମାତ୍ରାରେ ଆଗ୍ରହ ସହକାରେ ନିର୍ବାଚନ ମଇଦାନରେ ପ୍ରଚାର କରି ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେଇପାରିବେ ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିଛି। ଏନେଇ ଭାଜପା ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ସୋମବାରଠାରୁ ପ୍ରଚାର ଜୋରଦାର ହେବ। ଭାଜପା ସେଠାରେ ଭଲ କରିବ ଏବଂ ବିଜୟୀ ହେବା ନେଇ ଆଶା ରଖିଛି। କେନ୍ଦ୍ରର ହେଭିଓ୍ବେଟ୍‌ମାନେ ସାମିଲ ନ ହେବା ନେଇ ଜୟନ୍ତ କହିଛନ୍ତି, ବୋଧହୁଏ କେନ୍ଦ୍ର ପିପିଲି ଉପନିର୍ବାଚନକୁ ସେତେଟା ଗୁରୁତ୍ୱ ଦେଉ ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାରକୁ ଲୋକେ ଅନେଇ ରହିଥିଲେ ମଧ୍ୟ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ସିଧାସଳଖ ଯୋଗଦେବା ନେଇ ସ୍ଥିର ହୋଇ ନାହିଁ। ସମ୍ଭବତଃ ଭର୍ଚୁଆଲରେ ସେ ପ୍ରଚାର କରିପାରନ୍ତି ବୋଲି ଦଳର ଜଣେ ଆଗଧାଡିର ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ବିଜେଡି ପ୍ରଚାର ଜୋରଦାର କରୁଛି, ସୋମବାରଠାରୁ ଆହୁରି ବଢ଼ିବ। ନୂଆଶାସନ ପଞ୍ଚାୟତ ନିର୍ବାଚନ ଫଳର ପ୍ରଭାବ ବିଧାନସଭା ଉପନିର୍ବାଚନ ଉପରେ କିଛି ହେଲେ ପଡ଼ିବ ନାହିଁ। ପଞ୍ଚାୟତରେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥାଏ। ଭାଜପାର ସର୍ବଶ୍ରେଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ ଜାଣିକି ପ୍ରଚାର ତାଲିକାରେ ନାହାନ୍ତି। ସେମାନେ ଜାଣିଛନ୍ତି, ପିପିଲିରେ ଭାଜପା ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ଯାଉଛି।
ସେପଟେ କଂଗ୍ରେସ ନେତାମାନେ ଉପରକୁ ଉପନିର୍ବାଚନରେ ବିଜୟୀ ହେବେ ବୋଲି କହୁଥିଲେ ମଧ୍ୟ ଦଳ ଭିତର କଥା ଭିନ୍ନ। ଦଳ ଏକ ପ୍ରକାର ପରାଜୟ ସ୍ବୀକାର କରି କେବଳ ଲୋକଦେଖାଣିଆ ଭାବେ ପ୍ରଚାର କରିବାକୁ ଚେଷ୍ଟା କରୁଥିବା ରାଜନୈତିକ ସମୀକ୍ଷକମାନେ ଚର୍ଚ୍ଚା କରୁଛନ୍ତି। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ନୂଆକରି ଦାୟିତ୍ୱ ନେବାପରେ ପିପିଲି ଉପନିର୍ବାଚନ ଗୁରୁତ୍ୱର ସହକାରେ ଲଢ଼ିବେ ବୋଲି ଆଲୋଚନା ହେଉଥିଲା। ହେଲେ ଏବେ ସେହି ଚର୍ଚ୍ଚାରେ ବ୍ୟତିକ୍ରମ ଦେଖାଦେଲାଣି ବୋଲି ଦଳର କେତେଜଣ ନେତା କହୁଛନ୍ତି। ଅନୁରୂପ ଭାବେ ବିଜେଡି ଓ ଭାଜପା ପ୍ରଚାର କାମ ଆରମ୍ଭ କରିସାରିଥିବା ବେଳେ ଏ ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ କଂଗ୍ରେସ ଯେଉଁମାନଙ୍କୁ ଦାୟିତ୍ୱ ଦେଇଛି ସେମାନେ ଆସି ନାହାନ୍ତି। ତେବେ ଏନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ସାଧାରଣ ଭାବେ କଂଗ୍ରେସ ପିପିଲି ଉପନିର୍ବାଚନ ଲଢ଼ିବ। ଦିନେ ଦୁଇଦିନ ମଧ୍ୟରେ ପଞ୍ଚାୟତସ୍ତରରେ ହେଭିଓ୍ବେଟମାନେ ନିର୍ବାଚନ ଦାୟିତ୍ୱ ହାତେଇବେ। ଷ୍ଟାର ପ୍ରଚାରକମାନେ ମଧ୍ୟ ଖୁବଶୀଘ୍ର ପ୍ରଚାରକୁ ଓହ୍ଲାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri