ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା

ଭୁବନେଶ୍ୱର, ୬ା୪(ବ୍ୟୁରୋ): କୋଟିଆରେ ପୁଣିଥରେ ନିର୍ବାଚନ କରିବା ଲାଗି ଆନ୍ଧ୍ରପ୍ରଦେଶ ସରକାର ଅଣ୍ଟା ଭିଡିଛନ୍ତି। ଆସନ୍ତା ୮ ତାରିଖରେ କୋଟିଆର ୨ଟି ପଞ୍ଚାୟତରେ ସମିତି ସଭ୍ୟ ଏବଂ ଗୋଟିଏ ଜିଲା ପରିଷଦ ସଭ୍ୟ ନିର୍ବାଚନ କରିବା ଲାଗି ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଥିବା ନେଇ ଖବର ଆସିବାପରେ ରାଜ୍ୟ ସରକାରଙ୍କ ଏନେଇ ଚିନ୍ତା ପଶିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ନିଜ ଆଡୁ ସୂଚନା ଦେଇଛନ୍ତି। ଅନ୍ୟପଟେ କିଛିଦିନ ତଳେ ଆନ୍ଧ୍ର ସରକାର କୋଟିଆ ଏବଂ ଅନ୍ୟ କେତେଗୁଡିଏ ସୀମାବର୍ତ୍ତି ଅଞ୍ଚଳରେ ନିର୍ବାଚନ କରାଇବା ଘଟଣାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାୟର କରିଥିବା ଏକ ମାମଲା ରହିଛି।
ରାଜ୍ୟ ଆଇନ ବିଭାଗ ଉପସଚିବ ଭଗବାନ ନାୟକ ସୋମବାର ନୂଆଦିଲ୍ଲୀରେ ରହିଥିବା ଆଡ୍‌ଭୋକେଟ ଅନ ରେକର୍ଡ(ଏଓଆର୍‌) ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖି ପୁଣିଥରେ ସୁପ୍ରିମକୋର୍ଟରେ ଏକ ସୁଟ୍‌ ଫାଇଲ କରିବା ନେଇ କହିଛନ୍ତି। ଏହାସହ ଏକ ଓକିଲାତିନାମା ମଧ୍ୟ ପଠାଇଥିବା ଜଣାପଡିଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟରେ ଆବେଦନ କରି ଏହି ନିର୍ବାଚନ ଉପରେ ରିହାତିଦେଶ ଜାରି ଆଦେଶ ଆଣିବାକୁ ପଦକ୍ଷେପ ନେବା ନେଇ ଆଇନ ବିଭାଗ କହିଛି। ଖୁବଶୀଘ୍ର ଦସ୍ତାବିଜ ଏକାଠି କରି ରିଟ୍‌ ପିଟିସିନ ହେବ ବୋଲି ଜଣାପଡିଛି। କୋରାପୁଟ ଜିଲା ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ। ବାରମ୍ବାର ଅବୈଧ ପ୍ରବେଶ କରି ଆନ୍ଧ୍ର ସରକାର ସେଠାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଆନ୍ଧ୍ରପଟୁ ଅନୁପ୍ରବେଶ କରୁଥିବା ଲୋକଙ୍କୁ ଗିରଫ କରାଯିବା ଦରକାର ବୋଲି ବାହିନୀପତି କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଭାଜପା ଏମ୍‌ପି ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ଅବସରରେ ସୁରେଶ କହିଛନ୍ତି, ଏ ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇବା ପାଇଁ ଆସିଥିଲି। ଏନେଇ ରାଜ୍ୟ ସରକାର କିଛି ପରାମର୍ଶ ଦିଅନ୍ତୁ। କିପରି ସୀମାବର୍ତ୍ତୀ ଗାଁଗୁଡିକୁ ରାଜ୍ୟ ସରକାର ନିମ୍ନମିତ ସ୍ବାସ୍ଥ୍ୟସେବା, ଶିକ୍ଷା, ରାସ୍ତାଘାଟ, ପିଇବା ପାଣି ଏବଂ ଗମନାଗମନ ବ୍ୟବସ୍ଥା କରାଇବେ ସେବାବଦରେ ରାଜ୍ୟପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ଲାଗି ଆସିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri