ହେଲ୍‌ମେଟ ପାଇଁ ଗର୍ଭବତୀଙ୍କୁ ରାସ୍ତାରେ ଚଲାଇବା ଘଟଣା: ଥାନା ଓଆଇସିଙ୍କୁ ବହିଷ୍କାର ଲାଗି ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୫।୪(ବ୍ୟୁରୋ): ହେଲମେଟ୍‌ ପିନ୍ଧି ନ ଥିବାରୁ ମୟୂରଭଞ୍ଜ ଜିଲା ଶରତ ଥାନାର ଓଆଇସି ରୀନା ବକ୍ସଲା ଜଣେ ୮ମାସର ଗର୍ଭବତୀଙ୍କୁ ୩ କି.ମି. ଚଲାଇବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଓଆଇସିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ନିର୍ଯାତନାର ଶିକାର ଦମ୍ପତିଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ଏହି କ୍ଷତିପୂରଣ ରାଶି ସମ୍ପୃକ୍ତ ପୋଲିସ ଅଫିସରଙ୍କ ନିକଟରୁ ଆଦାୟ କରିବାକୁ ମାନବାଧିକାର କର୍ମୀ ଜୟନ୍ତ ଦାସ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଘଟଣାକୁ ଗୁରୁତ୍ୱର ସହ ନେଇ ପିଟିଶନ ଗ୍ରହଣ କରିଛନ୍ତି।
ସୂଚନା ଯୋଗ୍ୟ, ଗତ ୨୮ ତାରିଖରେ ଶରତ ଥାନା ବେଗୁନିଆ ଛକରେ ହେଲମେଟ୍‌ ଯାଞ୍ଚ ଚାଲିଥିଲା। ଏହି ସମୟରେ ବିକ୍ରମ ବିରୁଲି ତାଙ୍କ ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ଚେକ୍‌ଅପ୍‌ ପାଇଁ ବାଇକ୍‌ରେ ଉଦଳା ଡାକ୍ତରଖାନା ନେଉଥିଲେ। ବିକ୍ରମ ମାସ୍କ ଓ ହେଲମେଟ୍‌ ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ହେଲମେଟ୍‌ ପିନ୍ଧି ନ ଥିଲେ। ଓଆଇସି ରୀନା ସେମାନଙ୍କୁ ଅଟକାଇ ଚାଲାଣ କାଟିଥିଲେ। ଜରିମାନା ଦେବାକୁ ବିକ୍ରମଙ୍କ ନିକଟରେ ଟଙ୍କା ନ ଥିବାରୁ ଓଆଇସି ବିକ୍ରମଙ୍କୁ ଜିପ୍‌ରେ ବସାଇ ଥାନାକୁ ନେଇଯାଇଥିଲା। ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ମଧ୍ୟ ସାଙ୍ଗରେ ନେଇଯିବା ପାଇଁ ବିକ୍ରମ ଓଆଇସିଙ୍କୁ ଅନୁରୋଧ କରିଥିଲେ। ହେଲେ ସେ ଏହା ନ ଶୁଣି ବିକ୍ରମଙ୍କୁ ଥାନାକୁ ନେଇ ୩ଘଣ୍ଟା ଅଟକ ରଖିଥିଲେ। ଅନ୍ୟପଟେ ସ୍ବାମୀଙ୍କୁ ଖୋଜି ଖୋଜି ଗୁରୁବାରୀ ପ୍ରଚଣ୍ଡ ଖରାରେ ୩ କି.ମି. ଚାଲି ଚାଲି ଥାନାରେ ପହଞ୍ଚତ୍ବା ପରେ ଅସୁସ୍ଥ ହୋଇପଡିଥିଲେ। ଥାନାରୁ ଫେରିବା ପରେ ଏ ସମ୍ପର୍କରେ ସ୍ବାମୀସ୍ତ୍ରୀ ଏସ୍‌ଡିପିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ମୟୂରଭଞ୍ଜ ଏସ୍‌ପି ସମ୍ପୃକ୍ତ ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରିବା ସହ ଦୁଇ କନ୍‌ଷ୍ଟେବଳଙ୍କୁ ଅନ୍ୟତ୍ର ବଦଳି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri