୧୫ ଲକ୍ଷ ଡୋଜ୍‌ ଟିକା ଦେବାକୁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ତୁରନ୍ତ ୧୫ ଲକ୍ଷ କୋଭିଶିଲ୍ଡ ଡୋଜ୍‌ ଓଡ଼ିଶାକୁ ପଠାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବଙ୍କୁ ହ୍ବାଟ୍‌ସଆପ୍‌ ଜରିଆରେ ଜଣାଇଛନ୍ତି। ପ୍ରଦୀପ୍ତ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ୫ ତାରିଖ ସକାଳ ୮ଟା ସୁଦ୍ଧା ୬,୦୨,୪୩୦ କୋଭିଶିଲ୍ଡ ଏବଂ ୧,୪୮,୫୫୦ କୋଭାକ୍ସିନ ଡୋଜ୍‌ ଟିକା ଗଚ୍ଛିତ ଅଛି। ଦୈନିକ ଓଡ଼ିଶାରେ ୨ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ କୋଭିଶିଲ୍ଡର ଘୋର ଅଭାବ ଦେଖା ଦେବ। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ୧୫ ଲକ୍ଷ ଡୋଜ୍‌ ରାଜ୍ୟକୁ ପଠାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ୬ ତାରିଖ ସନ୍ଧ୍ୟା ସୁଦ୍ଧା ୩,୪୯,୧୩୦ ଡୋଜ୍‌ କୋଭିଶିଲ୍ଡ ଟିକା ଓଡ଼ିଶାରେ ପହଞ୍ଚତ୍ବ ବୋଲି କୁହାଯାଇଛି। ତେବେ ଏହା ଦୁଇଦିନ ପାଇଁ ପର୍ଯ୍ୟାପ୍ତ ନୁହେଁ। ରାଜ୍ୟରେ ମାତ୍ର ୦.୫ % ଟିକା ନଷ୍ଟ ହେଉଛି, ଯାହାକି ଦେଶର ସବୁଠାରୁ କମ୍‌ । ତୁରନ୍ତ ୧୫ ଲକ୍ଷ ଟିକା ପଠାଇବାକୁ ପ୍ରଦୀପ୍ତ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି।
କାଳବେ


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୨: ଓଡ଼ିଶାରେ ମଙ୍ଗଳବାର ୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌-୧୯କୁ ହରାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୭୦୦ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ...

ଭୁବନେଶ୍ୱରକୁ ୫୦ ଇ-ବସ୍‌ ଦେବ କେନ୍ଦ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ୍‌ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ୫୫୯୫ ବିଦ୍ୟୁତ୍‌ ଚାଳିତ ବସ୍‌ (ଇ-ବସ୍‌)...

ମନ୍ଦିର ବନ୍ଦ ମନ ଭାଙ୍ଗିଲା

ଢେଙ୍କାନାଳ ଅଫିସ, ୨।୧୧:  ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। କାର୍ତ୍ତିକ ସୋମବାରରେ ଶିବଦର୍ଶନ କଲେ ମହାଦେବଙ୍କ ଅପାର କରୁଣା ମିଳେ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ...

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲା ପାଇଁ ମନରେଗାରେ...

ବିଷ ପିଆଇ ୨ ପିଲାଙ୍କୁ ହତ୍ୟା ଘଟଣା: କନ୍ଦଲେଇ ଗାଁରେ ଚାଇଲ୍ଡ ଲାଇନ୍‌ର ତଦନ୍ତ

ଭୁବନେଶ୍ୱର,୨।୪(ବ୍ୟୁରୋ): ଜଣେ ମା’ ୩ ଶିଶୁଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇବା ଓ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ଚାଇଲ୍ଡ...

ରାଜ୍ୟର ସମସ୍ତ ଜେଲ୍‌କୁ ଆଡଭାଇଜରି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଜେଲ୍‌କୁ କରୋନା ଭୁତାଣୁ ସଂକ୍ରମଣରୁ ରୋକିବା ପାଇଁ କାରାଗାର ମହାନିର୍ଦ୍ଦେଶକ ବୁଧବାର ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି। କାରାଗାରରେ ରହୁଥିବା ବନ୍ଦୀ ଏବଂ...

୪ ବର୍ଷ ହେଲା ସ୍ଥାୟୀ ଉପନିବନ୍ଧକ ନାହାନ୍ତି

ନାଉଗାଁ , ୨୨ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ଉପନିବନ୍ଧକ କାର୍ଯ୍ୟାଳୟରେ ଉପନିବନ୍ଧକଙ୍କ ପଦବୀ ଦୀର୍ଘ ୪ ବର୍ଷ ହେବ ଖାଲି ପଡିଛି। ୨୦୧୮ ସେପ୍ଟେମ୍ବରରେ ମହେଶ୍ୱର...

ହରିଦ୍ୱାର-ଋଷିକେଶକୁ ଗଲେ ୯୭୦ଜଣ ବରିଷ୍ଠ ତୀର୍ଥଯାତ୍ରୀ, କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବାଲେଶ୍ୱର ଷ୍ଟେଶନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।...

Advertisement
Archives

Model This Week