ସରକାରଙ୍କ ବୋଝ କମାଉଛନ୍ତି ସ୍ବାବଲମ୍ବୀ କଏଦୀ

ଭୁବନେଶ୍ୱର, ୫।୪(ବ୍ୟୁରୋ): ଜେଲ ସଂସ୍କାରରୁ ମିଳିଲା ସଫଳତା। କାରାଗାର ଶିଳ୍ପରୁ ସ୍ବାବଲମ୍ବୀ ହେଲେ କଏଦୀ, ଆଉ କମିଲା ସରକାରଙ୍କ ବୋଝ। ଏବେ କଏଦୀମାନେ କେବଳ ଚାରିକାନ୍ଥ ଭିତରେ ନ ରହି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ରୋଜଗାର କରୁଛନ୍ତି। ଏପଟେ କଏଦୀଙ୍କ ଦ୍ୱାରା ତିଆରି ସାମଗ୍ରୀ ବିକ୍ରିରୁ ଲାଭ ବି ମିଳୁଛି। ଏହି ଲାଭାଂଶ କଏଦୀ ମଙ୍ଗଳ ପାଣ୍ଠିରେ ରହିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଖର୍ଚ୍ଚ ହେଉଛି। ଜେଲ୍‌ ପରିଚାଳନା ସହ କଏଦୀଙ୍କ ପାଇଁ ଯାହା ସରକାର ଖର୍ଚ୍ଚ କରୁଥିଲେ ତାହାର କିଛି ଅଂଶ ଏଥିରୁ ଭରଣା କରାଯାଇ ପାରୁଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ନେଇ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର କାରାଗାର ଉଦାହରଣ ପାଲଟିଛି।
କନ୍ଧମାଳ ହଳଦୀଠାରୁ ମାଣ୍ଡିଆ ଚୂନା, ମୁଢ଼ି, କଫି, କମ୍ପୋଷ୍ଟରୁ ଫିନାଇଲ୍‌ ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ୧୦ଜଣ ମହିଳା କଏଦୀ ନିୟୋଜିତ ଥିବାବେଳେ ୭୦ଜଣ ସଜା ଭୋଗୁଥିବା ପୁରୁଷ କଏଦୀ ଅନ୍ୟ କେତେକ କାର୍ଯ୍ୟ କରୁଛନ୍ତି। ଜେଲ ପରିସର କ୍ୟାଣ୍ଟିନରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ବାଦୁ ଉପମା, ଚକୁଳି ଓ ଇଡ୍‌ଲି ମିଳୁଛି। କେବଳ ସେତିକି ନୁହେଁ, ଏଠାରେ ତିଆରି ବ୍ଲାଙ୍କେଟଗୁଡିକ ରାଜ୍ୟର ୮୬ ଜେଲକୁ ଯାଉଛି। ସେହିଭଳି ପୁରୁଷ କଏଦୀମାନେ କମ୍ପୋଷ୍ଟ ତିଆରି କରୁଥିବାବେଳେ କଳା ଓ ଧଳା ଫିନାଇଲ ଅବିଭକ୍ତ ପୁରୀ ଜିଲାରେ ଥିବା ଜେଲକୁ ପଠାଯାଉଛି। କାରାଗାର ଶିଳ୍ପ ସାମଗ୍ରୀର ଚାହିଦା ବଢ଼ିବା ପରେ ନିକଟରେ ଜେଲ ପକ୍ଷରୁ ଏକ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୭୮ ଲକ୍ଷ ୫ ହଜାର ୨୪୯ ଟଙ୍କାର କାରବାର ହୋଇଛି। କ୍ୟାଣ୍ଟିନ ବେପାର ସର୍ବାଧିକ ୫୬,୬୪,୭୮୦ ରହିଥିବାବେଳେ ଖାଦ୍ୟ ପ୍ରକ୍ରିୟାକରଣ ବାବଦ ୩,୦୭,୩୧୧, ମ୍ୟାନୁଫାକ୍ଚରିଂ ୯,୮୬୮୪୦, ଟେଲିଫୋନ ୫,୮୧,୩୦୦, ଲଣ୍ଡ୍ରି ଓ ଥିଏଟର ୪୮,୯୪୫, ଅଡିଟ୍‌ ରିକଭରି ୧,୭୭,୧୦୯ ଏବଂ ଅନ୍ୟାନ୍ୟ ସୂତ୍ରରୁ ୩୮,୯୬୪ ଟଙ୍କା କାରବାର ହୋଇଛି।

ନିଜ ପ୍ରସ୍ତୁତ ଅଟାରେ କଏଦୀଙ୍କୁ ରୁଟି
ପୂର୍ବରୁ କଏଦୀଙ୍କ ଖାଦ୍ୟ ପ୍ରସ୍ତୁତି ପାଇଁ ବଜାରରୁ ଅଟା କିଣାଯାଉଥିଲା। କିନ୍ତୁ ଚଳିତ ମାସରୁ କଏଦୀଙ୍କଦ୍ୱାରା ପ୍ରସ୍ତୁତ ଅଟାରେ ରୁଟି ଦିଆଯାଉଛି। ଏହାଦ୍ୱାରା ଦୈନିକ ୨୦୦ କିଲୋ ଅଟା ହିସାବରେ ମାସକୁ ୧ଲକ୍ଷ ୮୦ ହଜାର ଟଙ୍କା ଓ ବାର୍ଷିକ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏବେ ଏହାର ଲାଭାଂଶ ସିଧାସଳଖ କଏଦୀ ମଙ୍ଗଳ ପାଣ୍ଠିକୁ ହିଁ ଯିବ।
୫ଟଙ୍କାରେ ମୋଟିଭେଶନାଲ ସିନେମା
କଏଦୀଙ୍କପାଇଁ ଜେଲ ପରିସରରେ ମିନି ଥିଏଟର ରହିଛି। ଏଠାରେ ଏକାଥରକେ ୧୦୦ଜଣ ବସିପାରୁଥିବାବେଳେ ପ୍ରତି ଟିକେଟ ମୂଲ୍ୟ ୫ଟଙ୍କା ରଖାଯାଇଛି। ଦୈନିକ ଗୋଟିଏ ଶୋ ରହିଥିବାବେଳେ କେବଳ ମୋଟିଭେଶନାଲ ସିନେମା ପ୍ରଦର୍ଶିତ କରାଯାଉଛି। ସିନେମା ଦ୍ୱାରା କଏଦୀଙ୍କୁ ମନୋରଞ୍ଜନ ସହ ମାନସିକ ସ୍ଥିତିରେ ପରିବର୍ତ୍ତନ ଅଣାଯିବାକୁ ଚେଷ୍ଟା କରାଯାଉଛି।
ଖୋଲିବ ଫୁଡ୍‌ ସେଣ୍ଟର
ସାମଗ୍ରୀ ବିକ୍ରୟ କେନ୍ଦ୍ର ଭଳି ଖୁବଶୀଘ୍ର ଝାରପଡ଼ା ସ୍ବତନ୍ତ୍ର ଜେଲ୍‌କୁ ଲାଗି ଫୁଡ୍‌ ସେଣ୍ଟର ଖୋଲିବ। ଏଠାରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ପରଷାଯିବ। ପୂର୍ବରୁ ଅର୍ଡର ଦେଲେ ଚକୁଳି, ଇଡ୍‌ଲି, ଭେଜ୍‌ ବିରିୟାନୀ, ମାଣ୍ଡିଆ ଇଡ୍‌ଲି, ମାଣ୍ଡିଆ ରସଗୋଲା, ସୁଅଁା ଚାଉଳ ଖିରି ଆଦି ଯୋଗାଇ ଦିଆଯିବ। ଏହାର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଜେଲ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଏହା ସମ୍ପୂର୍ଣ୍ଣଭାବେ କ୍ୟାଟରିଂ ଷ୍ଟାଇଲରେ ହେବ। ଏହାର ଆୟ କଏଦୀ ମଙ୍ଗଳ ପାଣ୍ଠିରେ ରହିବ।
ଖୁବ୍‌ଶୀଘ୍ର କଏଦୀଙ୍କ ପାଇଁ ଜିମ୍ନାସିୟମ
କଏଦୀମାନଙ୍କ ସୁସ୍ଥ ଭାବେ ବଞ୍ଚତ୍ବାର ଅଧିକାର ରହିଛି। ତେଣୁ ସେମାନଙ୍କ ପାଇଁ ଜେଲ ପରିସରରେ ଏକ ଜିମ୍ନାସିୟମ ଖୋଲିବାକୁ ଯାଉଛି। ଏଥିପାଇଁ ୨ଟି ମେଶିନ ଆସିଥିବାବେଳେ ଆହୁରି ୧୦ଟି ଉପକରଣ ଆସିବ। ଏହାପରେ ଜିମ୍ନାସିୟମକୁ ଆନୁଷ୍ଠାନିକ ଭବେ ଉଦ୍‌ଘାଟନ କରାଯିବ ବୋଲି ସୂଚନା ମିଳିଛି।

ସୁଯୋଗ ସୃଷ୍ଟିକଲା ବିକ୍ରୟ କେନ୍ଦ୍ର

ଗତ ଜାନୁୟାରୀ ପହିଲାରେ କାରାଗାର ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କଦ୍ୱାରା ଜେଲ ଫାଟକ ନିକଟରେ କାରାଗାର ଶିଳ୍ପ ସାମଗ୍ରୀ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ଏଠାରେ କନ୍ଧମାଳ ହଳଦୀ, ଅଟା, ବେସନ, ମୁଢ଼ି, ସୋରିଷ ତେଲ, ମାଣ୍ଡିଆ ଚୂନା, ସୋରିଷ ପିଡିଆ, କମ୍ପୋଷ୍ଟ, କୋରାପୁଟ କଫି, କୋରାପୁଟ କଳାଜିରା ଚାଉଳ, ଝୁଣା, ଧଳା ଫିନାଇଲ ଆଦି ବିକ୍ରି ହେଉଛି। ଏହି କାଉଣ୍ଟର ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲୁଛି। ଏହି ବିକ୍ରୟ କେନ୍ଦ୍ରରେ ଖୋଲିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୩ମାସରେ ୩ଲକ୍ଷ ୭ହଜାର ୩୧୧ ଟଙ୍କା ବିକ୍ରି ହୋଇଛି। ପ୍ରତି ମାସରେ ବେପାର ଓ ଆୟ ବଢ଼ୁଥିବାରୁ କଏଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।

କେମିତି ଖର୍ଚ୍ଚ ହେଉଛି କଏଦୀ ମଙ୍ଗଳ ପାଣ୍ଠି
କଏଦୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇ ଆସୁଥିବା ଆୟ କଏଦୀ ମଙ୍ଗଳ ପାଣ୍ଠିରେ ରହୁଛି। କୌଣସି କଏଦୀଙ୍କ ଜେଲରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉଛି। କଏଦୀଙ୍କ ମେଧାବୀ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଯାଉଛି। କଏଦୀଙ୍କ ପରିବାରର କେହି କ୍ୟାନ୍‌ସର ପରି ରୋଗରେ ପଡ଼ିଲେ ଏହି ପାଣ୍ଠିରୁ ସହାୟତାର ବ୍ୟବସ୍ଥା ରହିଛି। ସେହିଭଳି ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଆଦି ବିଭିନ୍ନ ସମୟରେ ପ୍ରତିଯୋଗିତା କରାଯାଇ କଏଦୀଙ୍କୁ ପୁରସ୍କୃତ କରାଯାଉଛି। ଏଥିସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ ହେଉଛି।

ସୁଶାନ୍ତ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri