ଅନ୍ତର୍ଜାତୀୟ

ଓ୍ବେଷ୍ଟମିନଷ୍ଟରରେ ପହଞ୍ଚିଲେ କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ପାଳନ ହେଉଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଚାଲର୍‌ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର…

ଆର୍ଥିକ ସହାୟତାର ଲୋଭ ଦେଖାଇଲେ ପାକିସ୍ତାନ ଗସ୍ତରେ ଥିବା ଚାଇନା ବିଦେଶ ମନ୍ତ୍ରୀ…

ବେଜିଂ/ଇସଲାମାବାଦ,୬।୫ : ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଙ୍ଗଙ୍କ ଇସଲାମାବାଦ ଗସ୍ତ ପାକିସ୍ତାନରେ ବହୁତ ଆଶା ସୃଷ୍ଟି କରିଛି। ଏଠାରେ ପହଞ୍ଚିବା ପରେ ଚିନ କହିଛନ୍ତି ସେ ପାକିସ୍ତାନର ଆର୍ଥିକ ଅସୁବିଧା ବିଷୟରେ ଜାଣିଛନ୍ତି ଏବଂ ପାକିସ୍ତାନକୁ ସାହାଯ୍ୟ କରିବା ତାଙ୍କର…

ସେନା ମୁଖ୍ୟଙ୍କ ଗୁପ୍ତ ସୂଚନା ଲିକ୍‌, ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ…

ଇସଲାମାବାଦ,୬।୫ : ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୂଚନା ଲିକ ହେବାରେ ଲାଗିଛି। ଏହି ଘଟଣାରେ ପାକିସ୍ତାନର ସଂସଦ କମିଟି ଏବଂ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପାକିସ୍ତାନର ସଂସଦର ଏକ ପ୍ରଭାବଶାଳୀ କମିଟି ସରକାରୀ…

ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନି ଆତଙ୍କବାଦୀ ପରମଜିତ ସିଂ ପଂଜଓ୍ବରଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମାବାଦ,୬।୫: ଖଲିସ୍ତାନ ସମର୍ଥକଙ୍କ ସହ ଜଡିତ ପାକିସ୍ତାନରୁ ଏବ ବଡ ଖବର ସାମ୍ନାକୁ ଆସିଛି। ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଂଜଓ୍ବରଙ୍କୁ ପାକିସ୍ତାନର ଲାହୋରରେ ହତ୍ୟା କରାଯାଇଛି। ପରମଜିତ ସିଂ ପଂଜଓ୍ବର ନାମ ବଦଳାଇ ପାକିସ୍ତାନରେ ରହୁଥିଲେ ଓ…

ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ ମୃତ

ଜେରୁଜେଲମ୍‌,୬ା୫: ଶନିବାର ଇସ୍ରାଏଲର ଆକ୍ରମଣରେ ଦୁଇ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ହୋଇଛି। ତେବେ ଇସ୍ରାଏଲର ସୈନ୍ୟମାନେ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହି ସପ୍ତାହ ପୂର୍ବରୁ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମାବର୍ତ୍ତୀ ଆକ୍ରମଣର…

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ନାହିଁ ମେଘନ ମାର୍କେଲ

ଲଣ୍ଡନ,୬।୫: ବ୍ରିଟେନରେ କିଙ୍ଗ ଚାର୍ଲସଙ୍କର ଶନିବାର ରାଜ୍ୟାଭିଷେକ ହେବାକୁ ଯାଉଛି। ଏହି ଖବର ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ହେଲେ ଏବେବି ବ୍ରିଟେନ ରାଜ ପରିବାରରେ ସବୁକିଛି ଠିକ ନାହିଁ। ଗୋଟିଏ ପଟେ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ପାଇଁ ସାରା…

ନିଜ ରାଜାଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ବ୍ରିଟେନ, ସାରା ବିଶ୍ୱରୁ ୨୦୦୦ ଅତିଥି ହେବେ ସାମିଲ

ଲଣ୍ଡନ,୬।୫: ଶନିବାର ହେବାକୁ ଯାଉଛି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ରାଜ୍ୟାଭିଷେକ। ଏହି ରାଜ୍ୟାଭିଷେକ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ହେବ। କିଙ୍ଗ ଚାର୍ଲସଙ୍କ ପତ୍ନୀ କାମିଲାଙ୍କର ବି ଭାବି ମହାରାଣୀ ଭାବେ ରାଜ୍ୟାଭିଷେକ ହେବ। ସମ୍ପୂର୍ଣ୍ଣ ବିଶ୍ୱର ନଜର ଏହି କାର୍ଯ୍ୟକ୍ରମ…

ଆମେରିକାରେ ୪୦ ବିଲିୟନ ଡଲାର ନିବେଶ କରିଛନ୍ତି ଭାରତୀୟ କମ୍ପାନୀ

ଓ୍ବାଶିଂଟନ, ୬ା୫: ଆମେରିକାରେ ୧୬୩ ଭାରତୀୟ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୪୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିଛନ୍ତି। ଏହାଦ୍ୱାରା ସେଠାରେ ୪,୨୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ଏକ ସର୍ଭେରେ କୁହାଯାଇଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ…

ଆଜି କିଙ୍ଗ୍‌ ଚାଲର୍‌ସଙ୍କ ରାଜ୍ୟାଭିଷେକ

ଲଣ୍ଡନ, ୬ା୫:  ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ଖୁବ୍‌ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି। ସ୍ଥାନୀୟ ସମୟ ୧୦ଟା ୨୦ ମିନିଟ୍‌ରେ ଚାଲର୍‌ସଙ୍କ ପ୍ରଶେସନ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ବକିଂହାମ ପ୍ୟାଲେସ୍‌ରୁ…

ଗର୍ଭାଶୟରେ ଶିଶୁର ବ୍ରେନ୍‌ ସର୍ଜରି

ଓ୍ବାଶିଂଟନ୍‌, ୬।୫: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଶ୍ୱରେ ଜଣେ ଗର୍ଭସ୍ଥ ଶିଶୁର ମସ୍ତିଷ୍କରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି। ଆମେରିକାର ଏକ ଡାକ୍ତରୀ ଟିମ୍‌ ଗର୍ଭାଶୟ ଭିତରେ ଶିଶୁର ବ୍ରେନ୍‌ ସର୍ଜରି କରି ଏବେ…

ବିଶ୍ୱ ମହାମାରୀ ତାଲିକାରୁ ହଟିଲା କରୋନା

ଜେନେଭା, ୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଶୁକ୍ରବାର କୋଭିଡ୍‌-୧୯କୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇଦେଇଛି। କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଲଗାତର କମିବା ଯୋଗୁ ଡବ୍ଲ୍ୟୁଏଚ୍‌ଓ ଏହି ନିଷ୍ପତ୍ତି ନେଇଛି। ତିନିବର୍ଷ ଭିତରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୋଟ ୭…

ବିନା ପ୍ରସ୍ତୁତିରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଘୋଷଣା କଲେ ବାଇଡେନ?

ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଦେଲେ ସତ, ହେଲେ ଏଥିପାଇଁ ଏବେ ପର୍ଯ୍ୟନ୍ତ ତାଙ୍କ ପ୍ରସ୍ତୁତି ଦୁର୍ବଳ ଥିବା ଲକ୍ଷ୍ୟ କରାଯାଉଛି। ମିଡିଆ ରିପୋର୍ଟରେ ବାଇଡେନଙ୍କ ଦ୍ୱିତୀୟ ଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri