ସେନା ମୁଖ୍ୟଙ୍କ ଗୁପ୍ତ ସୂଚନା ଲିକ୍‌, ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ…

ଇସଲାମାବାଦ,୬।୫ : ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୂଚନା ଲିକ ହେବାରେ ଲାଗିଛି। ଏହି ଘଟଣାରେ ପାକିସ୍ତାନର ସଂସଦ କମିଟି ଏବଂ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପାକିସ୍ତାନର ସଂସଦର ଏକ ପ୍ରଭାବଶାଳୀ କମିଟି ସରକାରୀ ଏଜେନ୍ସିର ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି। ଯେଉଁମାନେ ଆର୍ମି ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ସୂଚନା ପାଇଥିଲେ। ତେବେ ବର୍ତ୍ତମାନ ପାକିସ୍ତାନୀ କର୍ତ୍ତୃପକ୍ଷ ଏହି ୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି।

 

ନାଗରିକଙ୍କ ସୂଚନା ସଂଗ୍ରହ କରୁଥିବା ତଥା ଜାତୀୟ ପରିଚୟ ପତ୍ର ଏବଂ ପାସପୋର୍ଟ ପ୍ରଦାନ କରୁଥିବା ସର୍ବୋଚ୍ଚ ଜାତୀୟ ସଂସ୍ଥା ଜାତୀୟ ଡାଟାବେସ ଏବଂ ପଞ୍ଜୀକରଣ ପ୍ରାଧିକରଣ (ନାଦରା) ଏହାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କ ଆଦେଶ ଅନୁସାରେ ଏହି ଉଲ୍ଲଂଘନ କରାଯାଇଛି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚାରିଟି ପୃଥକ ଅନୁସନ୍ଧାନ ପରେ ସେନା ମୁଖ୍ୟଙ୍କ ପରିବାରର ରେକର୍ଡକୁ ବେଆଇନ ଭାବେ ହାସଲ କରିଥିବାରୁ ୬ ଜଣ କର୍ମଚାରୀଙ୍କୁ ସେବାରୁ ବରଖାସ୍ତ କରାଯାଇଛି।

ନାଦରା ଅଧ୍ୟକ୍ଷ ତାରିକ ମଲିକ ଗତ ବର୍ଷ ଡିସେମ୍ବର ୩ ଏବଂ ଚଳିତ ବର୍ଷ ମାର୍ଚ୍ଚ ୨ରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ବର୍ଷ ଡିସେମ୍ବରରେ, ନାଦରା ଏବଂ ଏକ ସମ୍ବେଦନଶୀଳ ସୁରକ୍ଷା ଏଜେନ୍ସିର ମିଳିତ ଅନୁସନ୍ଧାନରୁ ଜଣାପଡିଥିଲା ମୁନିରଙ୍କ ବ୍ୟକ୍ତିଗତ ତଥ୍ୟକୁ ପ୍ରଥମେ ପାଇଥିବା ବ୍ୟକ୍ତି ହେଉଛନ୍ତି ବେନାଜିର ଇନକମ ସପୋର୍ଟ ପ୍ରୋଗ୍ରାମର ଏକ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା କନିଷ୍ଠ କାର୍ଯ୍ୟନିର୍ବାହୀ କର୍ମଚାରୀ ଫାରୁକ ଅହମ୍ମଦ। ପରେ ଏଜେନ୍ସି ଅନୁସନ୍ଧାନକୁ ଆହୁରି କଡ଼ାକଡ଼ି କରିଥିଲା। ଏହାଦ୍ୱାରା ୧୦ ଜଣ କର୍ମଚାରୀଙ୍କ ପରିଚୟ ମିଳିଥିଲା ଯେଉଁମାନେ ସେନା ମୁଖ୍ୟଙ୍କ ପରିବାର ରେକର୍ଡକୁ ବେଆଇନ ଭାବରେ ହାସଲ କରିଥିଲେ। ଏହି ଲୋକଙ୍କୁ ପଚରାଉଚରା କରାଯାଇଥିଲା ଏବଂ ଜାନୁଆରୀ ୬ରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ଜମିରେ ତଳି ରୋଇବା ବେଳେ ବଜ୍ରପାତ, ମହିଳା ଅଚେତ ହୋଇ…

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ କୃଷ୍ଣପୁର ଗ୍ରାମରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ମହିଳା ଚାଷଜମିରେ…

‘ଛୁରି ଧରି ମୋତେ ମାରିବାକୁ ଆସିଥିଲେ’, ଖବରଦାତା ସମ୍ମିଳନୀରେ ପପୁଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୨।୮: ରବିପୂର୍ଣ୍ଣିଆର ସ୍ୱାଧୀନ ଏମପି ପପୁ ଯାଦବ ରବିବାର ନିଜ ବାସଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏହି ସମୟରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।…

ହୃଦଘାତରେ ଚାଲିଗଲା ପରମବ୍ରହ୍ମ ଯୋଶୀଙ୍କ ଜୀବନ, କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri