ଚାଇନା ପରେ ବର୍ତ୍ତମାନ ଇଟାଲୀ ମୁସଲମାନମାନଙ୍କ ଉପରେ କଡା ଆଭିମୁଖ୍ୟ: ଧର୍ମ ପରିବର୍ତ୍ତନ, ମସଜିଦ ବାହାରେ ନମାଜ ପଢିବା ଉପରେ ଲଗାଯିବ ବ୍ୟାନ
ରୋମ,୨୮।୬: ଇଟାଲୀରେ ସରକାର ମସଜିଦ ବାହାରେ ମୁସଲମାନ ପ୍ରାର୍ଥନା ସ୍ଥଳ ଉପରେ ବ୍ୟାନ ଲଗାଇବା ପାଇଁ ଆଇନର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ଯାହା ଏକ ବିବାଦ ଆରମ୍ଭ କରିଛି। ଏହା ସହିତ ଦେଶରେ ଧାର୍ମିକ ପରିବର୍ତ୍ତନକୁ ରୋକିବା ପାଇଁ ସରକାର…
ପ୍ରତି ୫ ସେକେଣ୍ଡରେ ଫୁଟ୍ବଲ ପିଚ୍ ଆକାର ଜଙ୍ଗଲ କ୍ଷୟ
ପ୍ୟାରିସ,୨୮।୬: ବିଶ୍ୱ ପାଇଁ ଜଙ୍ଗଲ କ୍ଷୟ ଏକ ବଡ଼ ବିପଦ। ୨୦୨୨ରେ ନ୍ୟୁଜିଲାଣ୍ଡ ଆକାରର ଚିରହରିତ୍ ଅରଣ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାରଣ ଭୂମି ଓ କୃଷି କାର୍ଯ୍ୟ ଯୋଗୁ ଜଙ୍ଗଲର ଆୟତନ କ୍ରମଶଃ କମିବାରେ ଲାଗିଛି। ସାଟେଲାଇଟ୍ ଡେଟା…
ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…
ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ ମଣିଷ ଖାଇଥିଲା। ଏହା ମାନବ ନିଜ ଦଳର ଅନ୍ୟ ସଦସ୍ୟଙ୍କ ମାଂସ ଖାଇବା’ର ସର୍ବ…
ୱାଗନର୍ ମୁଖ୍ୟ, ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କଲେ ରୁଷିଆ କର୍ତ୍ତୃପକ୍ଷ…
ମସ୍କୋ,୨୭।୬ : ୱାଗନର୍ ମୁଖ୍ୟ ଏବଂ ସଶସ୍ତ୍ର ବିଦ୍ରୋହରେ ଜଡିତ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିଛନ୍ତି। ରୁଷିଆ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି କାହା ବିରୋଧରେ କୌଣସି ଅଭିଯୋଗ ନାହିଁ। ୱାଗନର୍ ମୁଖ୍ୟମୁଖ୍ୟ…
ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢୁଛି: ଜାତିସଂଘ…
କାବୁଲ,୨୭।୬ : ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘ ମଙ୍ଗଳବାର ଏନେଇ ଉଦବେଗ ପ୍ରକାଶ କରିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘ ମିଶନ କିମ୍ବା ୟୁଏନଏମଏର ଏକ…
ଆମେରିକାରେ ମୋଦିଙ୍କୁ ପ୍ରଶ୍ନ ପଚାରିଥିବା ସାମ୍ବାଦିକାଙ୍କୁ ଚାରିଆଡୁ ଟ୍ରୋଲ:ସାମ୍ବାଦିକାଙ୍କ ସମର୍ଥନରେ ବାହାରିଲା ହ୍ବାଇଟ୍ ହାଉସ୍
ଓ୍ବାଶିଂଟନ୍,୨୭।୬:‘ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ସାମ୍ବାଦିକ ସାବ୍ରିନା ସିଦ୍ଦିକିଙ୍କୁ ବର୍ତ୍ତମାନ ଅନଲାଇନରେ ବହୁତ ଟ୍ରୋଲ କରାଯାଉଛି। ଗତ ସପ୍ତାହରେ ଜୋ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ସମ୍ପର୍କରେ ସାବ୍ରିନା ପ୍ରଶ୍ନ କରିଥିଲେ। ଏଥିଲାଗି…
ଆମେରିକା ସହିତ ଭାରତର ଜେଟ୍ ଇଞ୍ଜିନ ଡିଲ୍କୁ ନେଇ ଚିନ୍ତାରେ ଚାଇନା
ଓ୍ବାଶିଂଟନ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏକ ବଡ଼ ଘୋଷଣା କରାଯାଇଥିଲା। ଯେଉଁଥିରେ ଆମେରିକୀୟ କମ୍ପାନୀ ଜିଓ ଏରୋସ୍ପେସ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ହଲ) ସହଯୋଗରେ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନ ତିଆରି କରିବ। ଏହି ଚୁକ୍ତି ଅନୁଯାୟୀ…
ମୋଦିଙ୍କ ସହ ହ୍ବାଇଟ ହାଉସରେ ଡିନର କରିଥିବା ଅରବପତି ଜେମ୍ସ କ୍ରାଉନଙ୍କ ପରଲୋକ
ଓ୍ବାଶିଂଟନ,୨୭।୬: ଆମେରିକାର ବ୍ୟବସାୟୀ, ଅରବପତି ନିବେଶକ ଜେମ୍ସ କ୍ରାଉନଙ୍କର ରବିବାର ମୃତ୍ୟୁ ହୋଇଛି। କଲରାଡୋରେ ଏକ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା ଦିନ ଅର୍ଥାତ୍ ରବିବାର ଜେମ୍ସ କ୍ରାଉନ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିବା…
ଭାରତ ସହ ଅସ୍ତ୍ରଶସ୍ତ୍ର ବିକ୍ରୟ ତ୍ୱରାନ୍ବିତ କରିବାକୁ ଆମେରିକା ସଂସଦରେ ଦ୍ୱିପାକ୍ଷିକ ପ୍ରସ୍ତାବ ଆଗତ
ଓ୍ବାଶିଂଟନ,୨୭।୬: ଆମେରିକାରେ ଭାରତ ସହ ସମ୍ପର୍କକୁ କେତେ ଗୁରୁତ୍ୱ ଦିଆଯାଉଛି, ତାହା ସ୍ପଷ୍ଟ ଜଣାପଡୁଛି। ଆମେରିକାର ସଂସଦରେ ଦ୍ୱିପାକ୍ଷିକ ପ୍ରସ୍ତାବ ପ୍ରଣୟନ କରାଯାଇଛି, ଯେଉଁଥିରେ ଭାରତକୁ ଅସ୍ତ୍ର ବିକ୍ରୟ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବାକୁ ଦାବି କରାଯାଇଯାଇଛି। ଏହି ପ୍ରସ୍ତାବଟି ଭାରତ-ଆମେରିକା ସମ୍ପର୍କକୁ…
ଏଣିକି ଡାକ୍ତରଙ୍କ ବିନା ପ୍ରେସକ୍ରିପଶନରେ ବିକ୍ରି ହୋଇପାରିବ ଗର୍ଭ ନିରୋଧକ ବଟିକା
ଟୋକିଓ,୨୭।୬: ଡାକ୍ତରଙ୍କ ବିନା ପ୍ରେସକ୍ରିପଶନରେ ଗର୍ଭ ନିରୋଧକ ବଟିକା ବିକ୍ରି ହୋଇପାରିବ। ଏନେଇ ଜାପାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଜାପାନରେ ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ବିଷୟରେ ଅନେକ ବର୍ଷ ଧରି ଚର୍ଚ୍ଚା ଚାଲିଥିଲା। ମନ୍ତ୍ରଣାଳୟ ‘ମର୍ନିଂ…
ବ୍ଲାକ ସି ଉପରେ ଉଡିଲା ବ୍ରିଟିଶ ଫାଇଟର ଜେଟ, ହଟାଇ ଦେଲା ରୁଷିଆ ବାୟୁସେନା
ମସ୍କୋ,୨୭।୬: ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏକ ବୟାନ ଜାରି କରି କହିଛି ଯେ ବ୍ରିଟିଶ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ରୁଷିଆ ସୀମା ନିକଟରେ ଥିବା କଳା ସାଗର ବା ବ୍ଲାକ ସି ଉପରେ ଉଡୁଥିବାର ଦେଖାଯାଇଛି। ରୁଷିଆ ପ୍ରତିରକ୍ଷା…
ଆମେରିକାରେ ପୁଣି ଫୁଟିଲା ଗୁଳି : ୩ ମୃତ, ୫ ଆହତ
ମିସୌରି,୨୭।୬: ଆମେରିକାରେ ଦିନେ ଦୁଇଦିନ ଅନ୍ତରରେ ଗୁଳି ଫୁଟିବାରେ ଲାଗିଛି। ଏଥିରେ ଯେମିତି ବିରାମ ଲାଗୁନି। ସିଏନଏନର ରିପୋର୍ଟ ଅନୁଯାୟୀ, ମିସୌରିର କ୍ୟାନସସ ସିଟିରେ ରବିବାର ହୋଇଥିବା ଗୁଳିକାଣ୍ଡରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫…
Archives


