ଆଜି କିଙ୍ଗ୍‌ ଚାଲର୍‌ସଙ୍କ ରାଜ୍ୟାଭିଷେକ

ଲଣ୍ଡନ, ୬ା୫:  ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ଖୁବ୍‌ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି। ସ୍ଥାନୀୟ ସମୟ ୧୦ଟା ୨୦ ମିନିଟ୍‌ରେ ଚାଲର୍‌ସଙ୍କ ପ୍ରଶେସନ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ବକିଂହାମ ପ୍ୟାଲେସ୍‌ରୁ ଓ୍ବେଷ୍ଟମିନଷ୍ଟର ଆବେ ଅଭିମୁଖେ ପାଖାପାଖି ୨ କିଲୋମିଟର ଦୂର ଯିବ। କିଙ୍ଗ୍‌ ଚାଲର୍‌ସ ଓ କାମିଲା ଡାଇମଣ୍ଡ ଜୁବିଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଯାତ୍ରା କରିବେ। ୧୧ଟା ସମୟରେ କିଙ୍ଗ୍‌ ଚାଲର୍‌ସ ଓ ରାଣୀ ଭାବେ କାମିଲାଙ୍କ ରାଜ୍ୟାଭିଷେକ ପ୍ରକ୍ରିୟା ଆରମ୍ଭ କରାଯିବ। ଠିକ୍‌ ମଧ୍ୟାହ୍ନ ସମୟରେ ଇଂଲଣ୍ଡ ଚର୍ଚ୍ଚର ଉଚ୍ଚପଦରେ ଥିବା କ୍ଲେରିକ୍‌ ଏବଂ କାଣ୍ଟେରବରି ଜଷ୍ଟିନ୍‌ ଓ୍ବେଲବିର ଆର୍ଚବିଶପ ଚାଲର୍‌ସଙ୍କୁ ରାଜମୁକୁଟ ପିନ୍ଧାଇବେ, ଯାହା ୧ ଘଣ୍ଟା ଧରି ଚାଲିବ ।
୧,୦୦୦ ବର୍ଷର ଚିରାଚରିତ ପ୍ରଥାରେ ଚାଲର୍‌ସଙ୍କ ରାଜ୍ୟାଭିଷେକ କରାଯିବ।
ଆର୍ଚବିଶପ୍‌ ଚାଲର୍‌ସଙ୍କୁ ଶପଥ ପାଠ କରାଇବେ। ଏହି ଅବସରରେ ସେ ରାଜାଙ୍କୁ କିଛି ପ୍ରଶ୍ନ କରିବେ, ଯାହାର ଉତ୍ତର ଚାଲର୍‌ସ ପବିତ୍ର ବାଇବେଲ୍‌ ଉପରେ ହାତ ରଖି ଦେବେ। ରାଜ୍ୟାଭିଷେକରେ ବ୍ୟବହାର ହେବାକୁ ଥିବା ଅଭିମନ୍ତ୍ରିତ ପବିତ୍ର ତେଲକୁ ଏକ ସୁନା ଆମ୍ପୁଲା (ପବିତ୍ର କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ପାତ୍ର) ଜରିଆରେ ଚାଲର୍‌ସଙ୍କ ଶରୀରରେ ଲଗାଯିବ। ଏହି ନୀତିକୁ କୌଣସି ବାହାରର ବ୍ୟକ୍ତି ଦେଖିପାରିବେ ନାହିଁ। ତେବେ ଦ୍ୱାଦଶ ଶତାବ୍ଦୀ ପୁରୁଣା ରୁପା ଚାମଚ ମଧ୍ୟ ଏଥିରେ ବ୍ୟବହାର କରାଯିବ। କିଙ୍ଗ୍‌ ଚାଲର୍‌ସଙ୍କୁ ପବିତ୍ର କରାଯିବା ପରେ ତାଙ୍କୁ ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିବା ରାଜ୍ୟାଭିଷେକ ସିଂହାସନରେ ବସାଇ ସୁନାରେ ତିଆରି ମାଣିକ ଓ ମୂଲ୍ୟବାନ୍‌ ରତ୍ନପଥର ଖଚିତ ରାଜମୁକୁଟକୁ ଚାଲର୍‌ସଙ୍କୁ ପିନ୍ଧାଯିବ। ଏହାପରେ କାମିଲାଙ୍କୁ ଅନ୍ୟ ଏକ ଆସନରେ ବସାଇ ମୁକୁଟ ପିନ୍ଧାଯିବ। ଏହାପରେ ବିରାଟ ସମାରୋହ ଜରିଆରେ ବ୍ରିଟେନ୍‌ ରାଜା ଓ ରାଣୀ ଗୋଲ୍ଡ ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି) ରେ ବସି ବକିଂହାମ ରାଜପ୍ରାସାଦକୁ ଫେରିବେ। ଏହି ଘୋଡ଼ାଗାଡ଼ିକୁ ୧୭୬୨ ରେ ନିର୍ମାଣ କରାଯାଇଥିଲା, ଯାହାର ଓଜନ ୪ ଟନ୍‌ ରହିଛି। ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ରେ ରାଜପ୍ରାସାଦ ବାଲ୍‌କୋନିରେ ବସି ରାଜା ଚାଲର୍‌ସ ଓ ରାଣୀ କାମିଲା ରୟାଲ୍‌ ଏୟାର ଫୋର୍ସର ଫ୍ଲାଏପାଷ୍ଟ ଦେଖିବେ।
ଖର୍ଚ୍ଚ ହେଉଥିବା ଅର୍ଥ ବାବଦରେ ରାଜପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରିପୋର୍ଟ ମୁତାବକ ସମାରୋହରେ ବ୍ରିଟେନ୍‌ ସରକାର, ବକିଂହାମ ପ୍ୟାଲେସ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଏହି ବିଶାଳ ସମାରୋହରେ ପାଖାପାଖି ୨,୩୦୦ ଭିଆଇପି ଅତିଥି ସାମିଲ ହେବେ। ଉପରାଷ୍ଟ୍ରପତି ଜଗଦୀପ ଧନକର କରୋନେଶନ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶୁକ୍ରବାର ୨ ଦିନିଆ ଲଣ୍ଡନ ଗସ୍ତରେ ବାହାରିଛନ୍ତି। ଧନକରଙ୍କ ସହ ତାଙ୍କ ସ୍ତ୍ରୀ ସୁଦେଶ ଧନକର ମଧ୍ୟ ଯାଇଛନ୍ତି। ବହୁ ଭାରତୀୟ ବଂଶୋଦ୍ଭବ ସମାରୋହରେ ଯୋଗଦେବାକୁ ଥିବାବେଳେ ଏମାନଙ୍କ ମଧ୍ୟରେ ସେଫ୍‌ ମଞ୍ଜୁ ମଲ୍‌ହି ରହିଛନ୍ତି। ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବ୍ରିଟିଶ୍‌ ଏମ୍ପାୟାର ମେଡାଲ (ବିଇଏମ୍‌) ବିଜେତା ମଞ୍ଜୁ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।
ଏବଂ ଚାଲର୍‌ସଙ୍କ ପରିବାରର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରିନ୍ସ ଓ୍ବିଲିୟମ୍‌, କାଥେରିନ୍‌ଙ୍କ ସହ ପ୍ରିନ୍ସ ହ୍ୟାରି ମଧ୍ୟ ରାଜ୍ୟାଭିଷେକ ସମାରୋହରେ ସାମିଲ ହେବେ। କିନ୍ତୁ ହ୍ୟାରିଙ୍କ ସ୍ତ୍ରୀ ମେଘାନ ଏଥିରେ ଯୋଗ ଦେବେ ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଆମେରିକା ଫାଷ୍ଟ ଲେଡି ଜିଲ ବାଇଡେନ୍‌, ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ ଡୁଡା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେଜ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ସାମିଲ ହେବେ। ଅନ୍ୟପକ୍ଷେ ରୁଷିଆ, ବେଲାରୁଷ, ମ୍ୟାନ୍‌ମାର, ଇରାନ୍‌ ଓ ଆଫଗାନିସ୍ତାନ ଆଦି ଦେଶ ଏଥିରେ ସାମିଲ ହେବେନାହିଁ। ରାଜ୍ୟାଭିଷେକ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ରାଜ୍ୟାଭିଷେକ ପରେ ରବିବାର ଦିନ ବ୍ରିଟେନ୍‌ରେ ଷ୍ଟ୍ରିଟ୍‌ ପାର୍ଟି ଜରିଆରେ କରୋନେଶନ୍‌ ଲଞ୍ଚର ଆୟୋଜନ କରାଯାଇଛି। ରାଜପରିବାର ପକ୍ଷରୁ ସୋମବାର ସାରା ଦେଶରେ ଛୁଟି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?