ଗର୍ଭାଶୟରେ ଶିଶୁର ବ୍ରେନ୍‌ ସର୍ଜରି

ଓ୍ବାଶିଂଟନ୍‌, ୬।୫: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଶ୍ୱରେ ଜଣେ ଗର୍ଭସ୍ଥ ଶିଶୁର ମସ୍ତିଷ୍କରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି। ଆମେରିକାର ଏକ ଡାକ୍ତରୀ ଟିମ୍‌ ଗର୍ଭାଶୟ ଭିତରେ ଶିଶୁର ବ୍ରେନ୍‌ ସର୍ଜରି କରି ଏବେ ପ୍ରଶଂସା ସାଉଁଟିଛନ୍ତି। ଉକ୍ତ ଗର୍ଭସ୍ଥ ଶିଶୁ ବିରଳ ଭେନସ୍‌ ଅଫ୍‌ ଗାଲେନ୍‌ ମାଲଫର୍ମେଶନ୍‌ ରୋଗରେ ଆକ୍ରାନ୍ତ ଥିବାବେଳେ ଜୀବନ ରକ୍ଷା ପାଇଁ ଅପରେଶନ୍‌ ଜରୁରୀ ଥିଲା। ବ୍ରିଘାମ ଆଣ୍ଡ ଓମେନ୍ସ ହସ୍ପିଟାଲ ଓ ବୋଷ୍ଟୋନ୍‌ ଚିଲ୍‌ଡ୍ରେନ୍ସ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି।
ଗର୍ଭରେ ଥିବା ଶିଶୁର ମସ୍ତିଷ୍କରୁ ରକ୍ତ ଯେଉଁ ଶିରା ଦେଇ ହୃତ୍‌ପିଣ୍ଡକୁ ଯିବା କଥା, ତାହାର ବିକାଶ ଠିକ୍‌ ଭାବେ ନ ହେବାକୁ ଭେନସ୍‌ ଅଫ୍‌ ଗାଲେନ୍‌ ମାଲଫର୍ମେଶନ ବୋଲି କୁହାଯାଏ। ଏହା ଏକ ଜଟିଳ ରୋଗ। ଏଥିରେ ଆକ୍ରାନ୍ତ ଶିଶୁ ଜନ୍ମ ହେବା ପରେ ହୃଦ୍‌ରୋଗରେ ପୀଡ଼ିତ ହେବା ଆଶଙ୍କା ବେଶି। ପ୍ରାୟ କ୍ଷେତ୍ରରେ ଶିଶୁର ବଞ୍ଚିବାର ସମ୍ଭାବନା କ୍ଷୀଣ ବୋଲି ଡାକ୍ତର କହିଛନ୍ତି। ନିୟମିତ ଅଲଟ୍ରାସାଉଣ୍ଟ ଚେକ୍‌ଅପ୍‌ ସମୟରେ ମା’ଙ୍କ ଗର୍ଭାଶୟରେ ଥିବା ଉକ୍ତ ଶିଶୁର ମସ୍ତିଷ୍କ ଶିରା ବିକାଶରେ ସାମାନ୍ୟ ତ୍ରୁଟି ଥିବା ଜଣାପଡ଼ିଥିଲା। ହୃତ୍‌ପିଣ୍ଡକୁ ରକ୍ତ ପ୍ରବାହ ଠିକ୍‌ଭାବେ ହେଉ ନ ଥିବାରୁ ଶିଶୁର ମୃତ୍ୟୁ ନେଇ ଆଶଙ୍କା ବଢ଼ିଯାଇଥିଲା। ଏହାପରେ ଶିଶୁ ଜୀବନ ରକ୍ଷା ପାଇଁ ଅଲ୍‌ଟ୍ରାସାଉଣ୍ଡ ଗାଇଡାନ୍ସ ଜରିଆରେ ବ୍ରେନ୍‌ର ଅସ୍ତ୍ରୋପଚାର ନିଷ୍ପତ୍ତି ନିଆଯାଇଥିଲା। ମାସେ ତଳେ ସୁରକ୍ଷିତ ଭାବେ ଶିଶୁଟି ଜନ୍ମ ନେଇଥିଲା।
ତେବେ ଉକ୍ତ ଆସ୍ତ୍ରୋପଚାର ସମୟରେ ଶିଶୁର ବ୍ରେନ୍‌ରେ ଆଘାତ ଏବଂ ହୃତ୍‌ପିଣ୍ଡ ଅକାମୀ ହୋଇଯିବାର ବଡ଼ ଆଶଙ୍କା ଥିବା ବୋଷ୍ଟୋନ୍‌ ଚିଲ୍‌ଡ୍ରେନ୍‌ସ ହସ୍ପିଟାଲର ରେଡିଓଲୋଜିଷ୍ଟ ଡା. ଡାରେନ୍‌ ଓର୍ବାଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri