ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି। ଫଳରେ ଏହା କାମ କରିବା ବନ୍ଦ କରିଦେଇଛି। ଏହା ସତ୍ତ୍ୱେ ଯେଉଁମାନଙ୍କ ମୋବାଇଲରେ ଏହି ଆପ୍‌ ଡାଉନ୍‌ଲୋଡ୍‌ ହୋଇ ରହିଛି, ସେମାନେ କିଛି ସମୟ ପାଇଁ ଏହାକୁ ବ୍ୟବହାର କରିପାରିବେ। ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚାଇନା ଚିନ୍ତାବ୍ୟକ୍ତ କରିଛି।
ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକ୍‌ଟକ୍‌ ଓ ଅନ୍ୟ ୫୮ ଚାଇନା ଆପ୍‌କୁ ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟାନ୍‌ କରିଛି। ଏନେଇ ମଙ୍ଗଳବାର ଟିକ୍‌ଟକ୍‌ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଆମକୁ ସ୍ପଷ୍ଟୀକରଣ ମଗାଯାଇଛି। ଭାରତରେ ଏହି ଆପ୍‌କୁ ସୁରକ୍ଷିତ ଭାବେ ଚଳାଇବା ପାଇଁ ଆମେ ସମସ୍ତ ଦିଗ ଉପରେ ଧ୍ୟାନ ଦେଉଛୁ। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ଭାରତ ସରକାରଙ୍କ ନୋଟିସ ମିଳିଛି। ଆମେ ସ୍ଥିତି ଯାଞ୍ଚ କରୁଛୁ। ଚାଇନା ସରକାର ସବୁବେଳେ ନିଜ ଦେଶର କମ୍ପାନୀଗୁଡ଼ିକୁ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଆଇନ ତଥା ଅନ୍ୟ ନିୟମଗୁଡ଼ିକୁ ବିଦେଶରେ ମାନିବାକୁ ପରାମର୍ଶ ଦେଇଥାଏ। ଚାଇନା ସମେତ ବିଦେଶୀ ପୁଞ୍ଜିନିବେଶକାରୀଙ୍କ ବୈଧ ଓ ଆଇନଗତ ଅଧିକାର ବଜାୟ ରଖିବା ଭାରତ ସରକାରଙ୍କ ଉତ୍ତରଦାୟିତ୍ୱ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ ବିବାଦ ବଢୁଛି, ୩୦୦୦ ସୈନ୍ୟ ପଠାଇବାକୁ ଆମେରିକାର ଘୋଷଣା

ଓ୍ବାଶିଂଟନ,୩ା୨: ରୁଷିଆ ସହିତ ୟୁକ୍ରେନ ସୀମାରେ ଯୁଦ୍ଧ ତିକ୍ତତା ବଢ଼ି ଚାଲିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବ ୟୁରୋପକୁ ୩୦୦୦ ଅତିରିକ୍ତ ସୈନ ପଠାଇବାକୁ ଆମେରିକା...

ଉତ୍ତରପ୍ରଦେଶ ନିର୍ବାଚନ ପରେ ଭାଜପାଠାରୁ ଅଲଗା ହୋଇପାରନ୍ତି ନୀତିଶ: ସୂତ୍ର

ପାଟନା,୨୨।୨: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।...

ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ କରାଇବାର ଅଧିକାର କେବଳ ମହାରାଷ୍ଟ୍ରର, ରାଜନୀତି କରୁଛନ୍ତି ନୀତୀଶ: ପ୍ରିୟଙ୍କା

ମୁମ୍ବାଇ, ୪।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଯାହାକୁ ନେଇ ଏବେ...

ଗାଡ଼ିରେ ଲେଖାଥିଲା ପ୍ରେସ୍‌, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…

ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍‌...

ଆମେରିକାରେ ଭାରତୀୟଙ୍କ ଦେବଦୂତ ସାଜିଛନ୍ତି ପ୍ରମିତ

ଓ୍ବାଶିଂଟନ,୨୪।୩: ଆମେରିକାର ଇଣ୍ଡୋୟୁଏସ୍‌ ହେଲ୍‌ଥ ଇନିସିଏଟିଭର କୋ-ଫାଉଣ୍ଡର ଭାରତୀୟ ମୂଳ ବାସିନ୍ଦା ପ୍ରମିତ ମାକୋଡେ ଆମେରିକାର କରୋନା ସହ ଲଢୁଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛନ୍ତି।...

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ...

ଚାଇନା ଟିକା ନେଇଥିବା ଇମ୍ରାନଙ୍କୁ କରୋନା

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ସେ ଚାଇନା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ନେଇଥିବାବେଳେ ସେହିଦିନ...

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ବଳରାମପୁର,୨୩।୪: ଝାଡଖଣ୍ଡ-ଛତିଶଗଡ଼ ସୀମାରେ ଥିବା ବନ୍ଦରଚୁଆ ନିକଟରେ ମଙ୍ଗଳବାର ସକାଳେ ଏକ ଆଇଇଡି ବିସ୍ଫୋରଣ ହୋଇଛି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ କେହି ମୃତାହତ...

Advertisement
Archives

Model This Week