ଭାରତରେ ୪.୫୮ କୋଟି ମହିଳା ନିଖୋଜ

ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍‌ ୪ କୋଟି ୫୮ ଲକ୍ଷ ମହିଳା ଭାରତର ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସଦ୍ୟ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ମଙ୍ଗଳବାର ଦି ଷ୍ଟେଟ୍‌ ଅଫ୍‌ ଓ୍ବାଲର୍‌ଡ ପପୁଲେଶନ ବା ବିଶ୍ୱ ଜନସଂଖ୍ୟାର ସ୍ଥିତି ୨୦୨୦ ରିପୋର୍ଟ ଜାରି କରାଯାଇଛି। ବିଶ୍ୱର ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ସଂସ୍ଥା ୟୁଏନ୍‌ଏଫ୍‌ପିଏ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଗତ ୫୦ ବର୍ଷରେ ନିଖୋଜ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ୧୯୭୦ରେ ସାରା ବିଶ୍ୱରେ ୬ କୋଟି ୧୦ ଲକ୍ଷ ମହିଳା ନିଖୋଜ ଥିବାବେଳେ ୨୦୨୦େରେ ଏହି ସଂଖ୍ୟା ୧୪ କୋଟି ୨୬ ଲକ୍ଷରେ ପହଞ୍ଚତ୍ଛି। ନିଖୋଜ ମହିଳାଙ୍କ ମଧ୍ୟରେ କେବଳ ଭାରତର ୪ କୋଟି ୫୮ ଲକ୍ଷ ଥିବାବେଳେ ଚାଇନାର ୭ କୋଟି ୨୩ ଲକ୍ଷ ଅଛନ୍ତି। ପ୍ରସବ ପୂର୍ବରୁ ଲିଙ୍ଗ ନିରୂପଣ ଓ ପ୍ରସବ ପରବର୍ତ୍ତୀ ପ୍ରଭାବ ଯୋଗୁ ଏକ ନିର୍ଦ୍ଦିଷ୍ଟ ତାରିଖରୁ ଜନସଂଖ୍ୟାରୁ ନିଖୋଜ ହୋଇଥିବା ମହିଳାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଏହି ସଂସ୍ଥା କହିଛି।
୨୦୧୩ରୁ ୨୦୧୭ ମଧ୍ୟରେ ଭାରତରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୬୦ ହଜାର ଶିଶୁକନ୍ୟା ଜନ୍ମ ସମୟରୁ ହିଁ ନିଖୋଜ ହୋଇଛନ୍ତି। ଏକ ବିଶ୍ଳେଷଣ ଅନୁସାରେ ଦେଶରେ ପ୍ରାୟ ଦୁଇ-ତୃତୀୟାଂଶ ଝିଅ ନିଖୋଜ ହେବାର କାରଣ ଲିଙ୍ଗ ନିରୂପଣ ଓ ଲିଙ୍ଗ ଆଧାରରେ ଭେଦଭାବ ସମ୍ପର୍କିତ। ସେହିପରି ଏକ-ତୃତୀୟାଂଶ ଶିଶୁକନ୍ୟା ଜନ୍ମ ପରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଉକ୍ତ ରିପୋର୍ଟରେ ବିଶେଷଜ୍ଞମାନଙ୍କ ପକ୍ଷରୁ ମିଳିଥିବା ପରିସଂଖ୍ୟାନକୁ ଭିତ୍ତିକରି କୁହାଯାଇଛି ଯେ, ଲିଙ୍ଗ ଆଧାରରେ ଭେଦଭାବ କାରଣରୁ (ଜନ୍ମ ପୂର୍ବରୁ) ଲିଙ୍ଗ ନିରୂପଣ ଯୋଗୁ ସାରା ବିଶ୍ୱରେ ନିଖୋଜ ହେଉଥିବା ହାରାହାରି ୧୨ ଲକ୍ଷରୁ ୧୫ ଲକ୍ଷ ଶିଶୁକନ୍ୟାଙ୍କ ମଧ୍ୟରୁ ୯୦ରୁ ୯୫% କେବଳ ଚାଇନା ଓ ଭାରତରେ ହେଉଛି। ପ୍ରତିବର୍ଷ ପିଲା ଜନ୍ମ କ୍ଷେତ୍ରରେ ମଧ୍ୟ ଏହି ଦୁଇ ଦେଶ ସବୁଠୁ ଆଗରେ ଅଛନ୍ତି। ସରକାରମାନେ ଲିଙ୍ଗ ନିରୂପଣ ଏଡ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଓ ଭିଏତ୍‌ନାମରେ ଲୋକଙ୍କ ବିଚାରରେ ପରିବର୍ତ୍ତନ ପାଇଁ ଅଭିଯାନ ଆରମ୍ଭ କରାଯାଇଛି।
ବିଶ୍ଳେଷଣ ଅନୁସାରେ ଭାରତରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ସର୍ବାଧିକ। ପ୍ରତି ୧,୦୦୦ ଶିଶୁକନ୍ୟା ଜନ୍ମ ହେବା ପରେ ୧୩.୫%ଙ୍କ ମୃତ୍ୟୁ ଘଟୁଛି। ୫ ବର୍ଷ ବୟସରୁ କମ୍‌ ପ୍ରତି ୯ ଜଣ କନ୍ୟାଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଉଛି। ଝିଅଙ୍କ ପରିବର୍ତ୍ତେ ପୁଅଙ୍କୁ ପ୍ରାଥମିକତା ଦେବା କାରଣରୁ କିଛି ଦେଶରେ ମହିଳା ଓ ପୁରୁଷଙ୍କ ଅନୁପାତରେ ବଡ଼ ବ୍ୟବଧାନ ଦେଖିବାକୁ ମିଳିଛି। ଜନସଂଖ୍ୟାରେ ଏହି ଅସନ୍ତୁଳନ ଯୋଗୁ ବିବାହ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ସ୍କୁଲ ଉପସ୍ଥାନ ପାଇଁ ନଗଦ ରାଶି ହସ୍ତାନ୍ତର କିମ୍ବା ସ୍କୁଲ ଫିଜ୍‌ ଛାଡ଼ ଓ ବହି, ୟୁନିଫର୍ମ ଆଦି ପ୍ରଦାନ ଭଳି ସୁବିଧା ସହ ସଫଳ ଶିକ୍ଷା ପ୍ରଣାଳୀ ଆପଣାଗଲେ ଶିଶୁକନ୍ୟାଙ୍କ ମୃତ୍ୟୁହାରକୁ ରୋକାଯାଇପାରିବ ବୋଲି ଅଧ୍ୟୟନରେ ପ୍ରସ୍ତାବ ଦିଆଯାଇଛି। ଏଥିରେ ‘ଅପନି ବେଟୀ ଅପନା ଧନ’ ଭଳି ଭାରତରେ ନିଆଯାଉଥିବା ସଫଳ ନଗଦ ରାଶି ହସ୍ତାନ୍ତର ଯୋଜନାକୁ ପ୍ରଶଂସା କରାଯାଇଛି। ଜନସଂଖ୍ୟାରେ ଅସନ୍ତୁଳନ ଯୋଗୁ ବିବାହ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହେବ। ଭାରତରେ ସମ୍ଭାବ୍ୟ କନ୍ୟାଙ୍କ ତୁଳନାରେ ସମ୍ଭାବ୍ୟ ବରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୫୫ ମସିହା ବେଳକୁ ଏହି ସ୍ଥିତି ଭାରତରେ ସବୁଠୁ ଖରାପ ହେବ। ୨୦୫୦ ପରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଏକାକୀ ରହୁଥିବା ଅବିବାହିତ ପୁରୁଷଙ୍କ ସଂଖ୍ୟା ୧୦% ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri