ଅନ୍ତର୍ଜାତୀୟ

୩୯ ଆଫଗାନୀଙ୍କୁ ହତ୍ୟା କରିଥିଲେ ଅଷ୍ଟ୍ରେଲିଆ ସୈନ୍ୟ

କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍‌ବେଲ୍‌ ସୂଚନା ଦେଇଛନ୍ତି। ୨୦୦୫ରୁ ୨୦୧୬ ମଧ୍ୟରେ ଅଷ୍ଟ୍ରେଲିଆ ସୈନ୍ୟ ଏଭଳି କରିଥିବା ସେ କହିଛନ୍ତି।…

ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ ଚୀନ୍‌ରେ ଚାଇନା ସୈନ୍ୟ ବାହିନୀ ଜମା ହେବାରେ ଲାଗିଛନ୍ତି। ସେଠାରେ ସଡ଼କ ନିର୍ମାଣ କରାଯାଉଛି।…

ପାକିସ୍ତାନ ସମେତ ୧୨ ଦେଶକୁ ୟୁଏଇ ଭିଜା ମନା

ଇସଲାମାବାଦ୍‌,୧୯।୧୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ୟୁଏଇ ପକ୍ଷରୁ ସାମୟିକ ଭାବେ ଏହାର ଭିଜା ଉପରେ କଟକଣା ଲଗାଯାଇଛି। ପାକିସ୍ତାନ ସମେତ ୧୨ ଦେଶକୁ ଭିଜା ମନା କରାଯାଇଛି। ଏନେଇ ପାକିସ୍ତାନର ବିଦେଶ କାର୍ଯ୍ୟାଳୟ ମୁଖପାତ୍ର ଜାହିଦ୍‌ ହାଫିଜ୍‌…

କରୋନା, ଇବୋଲା ପରେ ଆଉ ଏକ ମାରାତ୍ମକ ରୋଗ ଚିହ୍ନଟ, ଲୋକଙ୍କଠାରେ ପ୍ରକାଶ ପାଇବ ଏସବୁ ଲକ୍ଷଣ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏହି ଭୂତାଣୁ ଠିକ୍‌ ଇବୋଲା ପରି ଜ୍ୱର ବ୍ୟାପିଥାଏ। ୨୦୧୯ରେ ବୈଜ୍ଞାନିକମାନେ…

ଜନବସତି ଉପରେ ତାଲିବାନର ମୋର୍ଟାର ମାଡ଼: ୭ ସାଧାରଣ ଲୋକ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜନବସତିକୁ ଟାର୍ଗେଟ୍‌ କରାଯାଇଛି। ତାଲିବାନର ମୋର୍ଟାର ମାଡ଼ରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଏବଂ ଛୋଟ ଶିଶୁଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆପଗାନିସ୍ତାନର ଉତ୍ତର-ପୂର୍ବ…

ବାଇଡେନ୍‌ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା

ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ଦେଶର ଶାସନ ଦାୟିତ୍ୱ ବହନ କରିବେ । ଏଥର କେତେଜଣ ମୂଳ ଭାରତୀୟଙ୍କୁ…

ଫ୍ରାନ୍ସ୍‌ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

ପ୍ୟାରିସ୍‌,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ଙ୍କୁ ଧମକ ଦିଆଯାଇଛି। ମାର୍କନ୍‌ ପରବର୍ତ୍ତୀ ଟାର୍ଗେଟ୍‌ ବୋଲି ଜୈଶ୍‌ ପକ୍ଷରୁ କୁହାଯାଇଛି। ଏହା ସହିତ ମାର୍କନ୍‌ଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଅଲ୍‌ କଲାମ୍‌ ନାମକ ଏକ…

ମୋଦିଙ୍କ ସହ କଥା ହେଲେ ବାଇଡେନ୍‌

ନ୍ୟୁୟର୍କ, ୧୯।୧୧(ଆଇଏଏନ୍‌ଏସ୍‌): ଜାନୁୟାରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜୋ ବାଇଡେନ୍‌ ଫୋନ୍‌ ଯୋଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ସେ ଓ କମଲା ହାରିସ୍‌ ଚାହାନ୍ତି।…

ସମୁଦ୍ରକୁ ରେଡିଓଆକ୍ଟିଭ୍‌ ଜଳ ଛାଡ଼ିବ ଜାପାନ

ନୂଆଦିଲ୍ଲୀ, ୧୯।୧୧: ଫୁକୁସିମାରେ ଅକାମୀ ହୋଇପଡ଼ିଥିବା ଆଣବିକ ପ୍ଲାଣ୍ଟର ରେଡିଓଆକ୍ଟିଭ୍‌ ବିଷାକ୍ତ ଜଳକୁ ୨୦୨୨ ସୁଦ୍ଧା ସମୁଦ୍ରକୁ ଛାଡ଼ିଦେବା ଲାଗି ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ସମେତ ଏସୀୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାକୁ ଯାଉଛି।…

ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍‌ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର ସାଇବର ସୁରକ୍ଷା ଏବଂ ଇନଫ୍ରାଷ୍ଟକଚର ସିକ୍ୟୁରିଟି ଏଜେନ୍ସିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି…

ପୁଟିନ୍‌ଙ୍କ ବିରୋଧରେ ଆଜୀବନ ହେବନି କୌଣସି ମାମଲା ଦାଏର

ମସ୍କୋ,୧୮।୧୧: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ବିରୋଧରେ ଆଜୀବନ କୌଣସି ମାମଲା ଦାଏର କରାଯାଇ ପାରିବ ନାହିଁ। ଏନେଇ ରୁଷ୍‌ ସଂସଦରେ ଏକ ବିଲ୍‌ ଅନୁମୋଦିତ ହୋଇଛି। ନିମ୍ନ ସଦନ ଡୁମାରେ ଏହି ବିଲ୍‌ ପାସ୍‌ ହୋଇଛି। ବିଲ୍‌ ଅନୁସାରେ ରାଷ୍ଟ୍ରପତି…

ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରି ଫଶିଲେ ଧର୍ମଗୁରୁ ପୋପ ଫ୍ରାନ୍ସିସ

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ବ୍ରାଜିଲର ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍‌ କରିଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ଦ୍ୱାରା ଏପରି ଫଟୋକୁ ପସନ୍ଦ କରିବା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?