ସମୁଦ୍ରକୁ ରେଡିଓଆକ୍ଟିଭ୍‌ ଜଳ ଛାଡ଼ିବ ଜାପାନ

ନୂଆଦିଲ୍ଲୀ, ୧୯।୧୧: ଫୁକୁସିମାରେ ଅକାମୀ ହୋଇପଡ଼ିଥିବା ଆଣବିକ ପ୍ଲାଣ୍ଟର ରେଡିଓଆକ୍ଟିଭ୍‌ ବିଷାକ୍ତ ଜଳକୁ ୨୦୨୨ ସୁଦ୍ଧା ସମୁଦ୍ରକୁ ଛାଡ଼ିଦେବା ଲାଗି ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ସମେତ ଏସୀୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାକୁ ଯାଉଛି। ଏଭଳି ଭୁଲ୍‌ ନିଷ୍ପତ୍ତି ଯୋଗୁ ଜଳଚର ପ୍ରାଣୀଙ୍କ ସମେତ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ କ୍ୟାନ୍‌ସର ସମେତ ବିଭିନ୍ନ ରୋଗରେ ପଡ଼ିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଛଡ଼ାଯିବାକୁ ଥିବା ବିପୁଳ ପରିମାଣର ବିଷାକ୍ତ ଜଳରେ ରେଡିଓଆକ୍ଟିଭ୍‌ ଆଇସୋଟୋପ୍‌ ଯଥା ସେସିୟମ, ଟ୍ରିଟିୟମ, କୋବାଲ୍ଟ ଏବଂ କାର୍ବନ-୧୨ ରହିଛି। ସେଗୁଡ଼ିକ ନଷ୍ଟ ହେବା ଲାଗି ୧୨ରୁ ୩୦ ବର୍ଷ ଲାଗିଯିବ। ଏହି ଜଳ ଯାହା ସଂସ୍ପର୍ଶରେ ଆସିବ ତାକୁ ନଷ୍ଟ କରିବ ଏବଂ ଉପକୂଳ ଦେଶଗୁଡ଼ିକର ମତ୍ସ୍ୟ ଶିଳ୍ପ ସମ୍ବନ୍ଧୀୟ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବ। ପୂର୍ବରୁ କେବେ ଏତେ ପରିମାଣରେ ରେଡିଓଆକ୍ଟିଭ୍‌ ଜଳ ସମୁଦ୍ରକୁ ଛଡ଼ାଯାଇ ନ ଥିଲା। ତେଣୁ ଏହା ଏକ ଭୁଲ୍‌ ପରମ୍ପରା ସୃଷ୍ଟି କରିବ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବା ଲାଗି ପଛାଇବେ ନାହିଁ। ମାନବ ଜାତି ତିଷ୍ଠି ରହିବାକୁ ହେଲେ ପରିବେଶ ଓ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରାଯିବା ଗୁରୁତ୍ୱପୂର୍ଣ୍ଣ। ଏନେଇ ବିଶ୍ୱସ୍ତରରେ ବିତର୍କ ହେବା ଆବଶ୍ୟକ ବୋଲି ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆର୍‌ଡିଓ)ର ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଏ.କେ. ସିଂ କହିଛନ୍ତି।
୨୦୧୧ ମାର୍ଚ୍ଚ ୧୧ରେ ୯.୦ ତୀବ୍ରତାର ଭୂକମ୍ପ ସାଙ୍ଗକୁ ୧୫ ମିଟର ଉଚ୍ଚ ସୁନାମି ଆସି ଜାପାନର ଉତ୍ତର-ପୂର୍ବ ଉପକୂଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା। ଏହି ଭୂକମ୍ପରେ ଫୁକୁସିମାର ୫,୩୦୬ ମେଗାଓ୍ବାଟ ଆଣବିକ ପ୍ଲାଣ୍ଟ ନଷ୍ଟ ହୋଇଯାଇଥିଲା। ଏହା ବିଶ୍ୱର ଦ୍ୱିତୀୟ ବୃହତ୍‌ ଆଣବିକ ବିପର୍ଯ୍ୟୟ ଥିଲା। ପ୍ଲାଣ୍ଟର ରିଆକ୍ଟରଗୁଡ଼ିକରୁ ବାହାରିଥିବା ୧୨ ଲକ୍ଷ ଟନ୍‌ ରେଡିଓଆକ୍ଟିଭ୍‌ ଜଳକୁ ୧୦୦୦ରୁ ଅଧିକ ଟାଙ୍କିରେ ରଖାଯାଇଛି। ସରକାର ଏହାକୁ ସମୁଦ୍ରକୁ ଛାଡ଼ିଦେବା ଲାଗି ନିଷ୍ପତ୍ତି ନେଇଥିବାରୁ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତିି। ଏହାର ପ୍ରଭାବ ସିଧାସଳଖ ମାନବ ଓ ଜଳଜୀବଙ୍କ ଉପରେ ପଡ଼ିବ ବୋଲି ଭାରତ ସରକାରଙ୍କ ଆଣବିକ ସ୍ବାସ୍ଥ୍ୟ ବିଜ୍ଞାନୀମାନେ କହିଛନ୍ତି। ମାନବ ଶରୀରରେ ଟ୍ରିଟିୟମ ପ୍ରବେଶ କରିବା ସମ୍ଭାବନା ଥିବାରୁ ଏହା ବିଭିନ୍ନ ଅଙ୍ଗରେ ଦୀର୍ଘଦିନ ରହିବ। ରେଡିଓଆକ୍ଟିଭ୍‌ ଜଳର ତ୍ୱରିତ୍‌ ପ୍ରଭାବ ମତ୍ସ୍ୟ ଓ ଅନ୍ୟାନ୍ୟ ଉପକୂଳ ଜଳଜୀବ ଏବଂ ପାନୀୟ ଜଳ ଉପରେ ପଡ଼ିବ। ଶିଳାସ୍ତର ଉପରେ ରେଡିଓଆକ୍ଟିଭ୍‌ ଉପାଦାନ ମଧ୍ୟ ଜମାହେବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri