କରୋନା, ଇବୋଲା ପରେ ଆଉ ଏକ ମାରାତ୍ମକ ରୋଗ ଚିହ୍ନଟ, ଲୋକଙ୍କଠାରେ ପ୍ରକାଶ ପାଇବ ଏସବୁ ଲକ୍ଷଣ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଏକ ବିରଳ ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏହି ଭୂତାଣୁ ଠିକ୍‌ ଇବୋଲା ପରି ଜ୍ୱର ବ୍ୟାପିଥାଏ। ୨୦୧୯ରେ ବୈଜ୍ଞାନିକମାନେ କହିଛନ୍ତି ଯେ, ବୋଲିଭିୟାର ରାଜଧାନୀ ଲେ ପେଜ୍‌ରେ ଦୁଇଜଣ ରୋଗୀ ୩ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଜଣେ ରୋଗୀ ଏବଂ ୨ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଥିଲା।

୨୦୦୪ ମସିହାରେ ଏହି ଭାଇରସ ସାମ୍ନାକୁ ଆସିଥିଲା। ଯାହା ଲା ପେଜ୍‌ଠାରୁ ୩୭୦ କିଲୋମିଟର ଦୂରରେ ଥିଲା। କ୍ୟାଟଲିନ କୋସାବ୍ଲୋମ ନାମକ ଜଣେ ମହାମାରୀ ବିଶେଷଜ୍ଞ କହିଛନ୍ତି ଯେ, ଆମର ଗବେଷଣା ପ୍ରମାଣିତ କରିଛି, ତିନି ଜଣ ମେଡିକାଲ କର୍ମଚାରୀ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କଠାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଆମେ ବିଶ୍ୱାସ କରୁ ଯେ, ବର୍ତ୍ତମାନ ଅନେକ ଲୋକ ଶରୀରର ତରଳ ପଦାର୍ଥ ସାହାଯ୍ୟରେ ଏହି ଭୂତାଣୁ ବହନ କରୁଛନ୍ତି।

କୁହାଯାଉଛି, ମୂଷାମାନେ ଏହି ଭୂତାଣୁର ବାହକ ଅଟନ୍ତି। ଏହା ଭୂତାଣୁ ଶରୀରରେ ପ୍ରବେଶ କଲେ ଶ୍ୱାସକ୍ରିୟାରେ କଷ୍ଟ ହେବା ସହ ଜ୍ୱର, ପେଟଯନ୍ତ୍ରଣା, ବାନ୍ତି, ରକ୍ତସ୍ରାବ, ଚର୍ମଦାଗ ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ।  କରୋନା, ଇବୋଲା ପରି ଏହା ଆଉ ଏକ ରୋଗ। ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରିନାହିଁ। ରୋଗୀମାନଙ୍କୁ କେବଳ ତରଳ ଚିକିତ୍ସା କରାଯାଇଥାଏ। ତେବେ ଡବ୍ଲ୍ୟୁଏଚ୍‌ଓ କହିଛି, ଏହି ଭୂତାଣୁ ଚିହ୍ନଟ ପାଇଁ ଆହୁରି ଅଧିକ ଗବେଷଣା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

ମହାକାଶକୁ ଯାତ୍ରା କରିବେ ନାହିଁ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୭।୫: ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ଇସ୍ରାଏଲ୍‌ ସେନା ଘାଟି ଉପରେ ହେଜବୁଲ୍ଲାର ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୭ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ...

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର...

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri