ଅନ୍ତର୍ଜାତୀୟ

ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କଲା ଇରାନ

ଇସଲାମାବାଦ,୫।୨: ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସନ କରିଥିଲା ବୋଲି କୁହାଯାଇଛି। ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ବାଲୋଚ ଆତଙ୍କବାଦୀଙ୍କ କଳବରେ ଥିବା ନିଜ…

୧୨ ବର୍ଷ ଧରି ବଳାତ୍କାର କରି ଆସୁଥିବା ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ଆଙ୍କରା,୪।୨: ତୁର୍କୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ଗତ ୧୦ ବର୍ଷରୁ ଅଧିକ ହେବ ସେ ମାନସିକ,ଶାରୀରିକ ଏବଂ ବଳାତ୍କାର ପରି ନିର୍ଯାତନାର ଶିକାର ହୋଇଆସୁଛନ୍ତି। ଏପରିକି ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବା…

୧୫ ତାଲିବାନ ଆତଙ୍କବାଦୀ ନିହତ

କନ୍ଧାହାର, ୪।୨: ଆଫଗାନିସ୍ତାନରେ ସୈନ୍ୟବାହିନୀଙ୍କ ପାଲଟା ଆକ୍ରମଣରେ ୧୫ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। କନ୍ଧାହାରର ଦକ୍ଷିଣ ଅଞ୍ଚଳରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଆତଙ୍କବାଦୀଙ୍କ ଶିବିର ଥିବା ଅଞ୍ଚଳରେ…

ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା

ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଭାରତୀୟ ପ୍ରସଙ୍ଗ ଉପରେ ସିଧାସଳଖ…

ଭାରତ ସହ ୨୦ ଦେଶକୁ ବିମାନ ବାତିଲ କଲା ସାଉଦି

ରିୟାଦ୍‌, ୪ା୨: ସାଉଦି ଆରବରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାଉଦିି ପକ୍ଷରୁ ବୁଧବାରଠାରୁ ଭାରତ, ଆମେରିକା ସମେତ ମୋଟ ୨୦ ଦେଶକୁ ବିମାନ ଚଳାଚଳ ବାତିଲ କରାଯାଇଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ, ବ୍ରାଜିଲ, ଜାପାନ,…

ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ ଏହା ସ୍ପଷ୍ଟ ବାରିହୋଇପଡିଛି। ଏଥର ସେ ଭାରତ ଉପରେ ଆକ୍ରମଣ କରିବା ପରିବର୍ତ୍ତେ ଦୁଇ…

ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ

ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା ଦେବାର ପ୍ରତିଶୃତି ଦେଇଛି। ଫଳରେ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ କରୋନା ଟୀକାକରଣର…

ଘୋଡ଼ାକୁ ବେହୋସ୍‌ କରୁଥିବା ଇଞ୍ଜେକସନ୍‌ ନେଉଛନ୍ତି ଆମେରିକା ଯୁବବର୍ଗ

ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍‌ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍‌ ନେଉଛନ୍ତି। ଏହାଦ୍ୱାରା ଅଧିକ ସମୟ ସେମାନଙ୍କର ନିଶାରେ ବିତୁଛି। ସମ୍ପ୍ରତି ଫିଲଡାଲଫିଆରେ ହୋଇଥିବା ଏକ…

ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା

ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି। ଆମେରିକା ପପ୍‌ ଷ୍ଟାର ରିହାନା ମଙ୍ଗଳବାର ସନ୍ଧ୍ୟାରେ ଏହାକୁ ଟୁଇଟ କରି ସମର୍ଥନ କରିଥିଲେ। ଏବେ ପରିବେଶକର୍ମୀ ଗ୍ରେଟା ଥନବର୍ଗ…

ଭବ୍ୟା ନାସା କାର୍ଯ୍ୟକାରୀ ମୁଖ୍ୟ

ଓ୍ବାଶିଂଟନ୍‌, ୩ା୨: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲଙ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ନିଯୁକ୍ତ କରାଯାଇଛି। ସେ ଏବେ ନାସାରେ ପରିବର୍ତ୍ତନ ସମ୍ବନ୍ଧୀୟ ସମୀକ୍ଷା ଟିମ୍‌ର ସଦସ୍ୟ ଅଛନ୍ତି। ଇଞ୍ଜିନିୟରିଂ ଏବଂ ସ୍ପେସ୍‌ ଟେକ୍ନୋଲୋଜିରେ ଭବ୍ୟାଙ୍କର ବ୍ୟାପକ…

ସତର୍କ କରାଇଥିଲେ ସୁ ଚୀ

ୟାଙ୍ଗୁନ, ୩।୨: ମ୍ୟାନ୍‌ମାରରେ ଗଣତାନ୍ତ୍ରିକ ସଂସ୍କାର ସଫଳ ହେବ ଯଦି ଦେଶର ପ୍ରଭାବଶାଳୀ ସୈନ୍ୟବାହିନୀ ପରିବର୍ତ୍ତନକୁ ଗ୍ରହଣ କରିନିଏ। ପାଞ୍ଚ ଦଶନ୍ଧିର ସାମରିକ ଶାସନ ପରେ ୨୦୧୬ରେ ମ୍ୟାନ୍‌ମାର ନେତ୍ରୀ ହୋଇଥିବା ଆଙ୍ଗ୍‌ ସାନ୍‌ ସୁ ଚୀ ଅନେକ ଥର ଏଭଳି…

ମ୍ୟାନ୍‌ମାରରେ ଅନିଶ୍ଚିତତା

ନାପିତାଉ, ୩।୨(ଆଇଏଏନ୍‌ଏସ୍‌): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍‌ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଥିଲା। ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?