ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା

ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି।  ଆମେରିକା ପପ୍‌ ଷ୍ଟାର ରିହାନା ମଙ୍ଗଳବାର ସନ୍ଧ୍ୟାରେ ଏହାକୁ ଟୁଇଟ କରି ସମର୍ଥନ କରିଥିଲେ। ଏବେ ପରିବେଶକର୍ମୀ ଗ୍ରେଟା ଥନବର୍ଗ ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଚାଷୀଙ୍କ ସହିତ ସେ ଛିଡ଼ା ହୋଇଥିବା ବୁଧବାର ଗ୍ରେଟା ଟୁଇଟ୍‌ କରି କହିଛନ୍ତି। ସେହିପରି ଦିଲ୍ଲୀ ପ୍ରଦୂଷଣ ବିରୋଧରେ ପ୍ରଦର୍ଶନ କରିଥିବା ୯ ବର୍ଷ ବୟସ୍କା ପରିବେଶ କର୍ମୀ ଲିସିପ୍ରିୟା କଙ୍ଗୁଜମ୍‌ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଲୋକମାନେ ଆନ୍ଦୋଳନକୁ ସମର୍ଥନ କରିବା ଲାଗି ସେ ଅନୁରୋଧ କରି ଟୁଇଟ୍‌ କରିଛନ୍ତି। ସେହିପରି ପରିବେଶକର୍ମୀ ଜେମି ମାର୍ଗେଲିନ୍‌ ଏବଂ କାନାଡ଼ାର ୟୁଟ୍ୟୁବର ତଥା ଅଭିନେତ୍ରୀ ଲିଲି ଚାଷୀଙ୍କ ସହିତ ଏକଜୁଟ ହୋଇ ଛିଡ଼ା ହୋଇଥିବା ନେଇ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୃଥିବୀର ନିକଟତର ହେବ ବୃହସ୍ପତି

ଓ୍ବାଶିଂଟନ୍‌, ୨୬ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ପ୍ରାୟ ୬ ଦଶନ୍ଧି ପରେ ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ୧୯୬୩ ପରେ ଏହି...

୨ ଲକ୍ଷ ମୁସଲମାନ ହଜ୍‌ ଯାଇପାରିବେ

ଓସାକା,୨୯ା୬(ପି.ଟି.): ସୌଦି ଆରବର ମକ୍କାକୁ ଏଣିକି ଭାରତରୁ ୨ ଲକ୍ଷ ମୁସ୍‌ଲିମ୍‌ ହଜ୍‌ ଯାତ୍ରା କରିପାରିବେ। ପୂର୍ବରୁ ଏହି ସଂଖ୍ୟା ୧୭୦,୦୦୦ ଥିବାବେଳେ ଶୁକ୍ର୍ରବାର ସୌଦି...

ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ...

ଲଶ୍କର-ଜୈଶ୍‌ ସହିତ କୌଣସି ସମ୍ପର୍କ ନ ଥିବା କହିଲା ତାଲିବାନ…

କାବୁଲ୍‌,୧୮।୭: ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ସହିତ ତାଲିବାନର କୌଣସି ସମ୍ପର୍କ ନାହିଁ। ଏସମ୍ପର୍କରେ ତାଲିବାନ ପ୍ରବକ୍ତା ସୁହୈଲ ଶାହିନ୍‌...

ଚାଇନାରେ ବଢି ଚାଲିଛି କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା, ଅନ୍ତେଷ୍ଟିକ୍ରିୟା ପାଇଁ କରିବାକୁ ପଡୁଛି ଅପେକ୍ଷା

ବେଜିଂ,୨୦ ।୧୨: ଚାଇନାରେ ଜିରୋ କୋଭିଡ ପଲିସି କୋହଳ କରିବା ପରେ ଏବେ ସେଠାରେ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେବା...

୬୮ ଲକ୍ଷ ଟଙ୍କାର ବ୍ୟାଗ୍‌ ଧରି ଛୁ’

ଇସଲାମାବାଦ୍‌,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ପୌଡେଲ ହେବେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ,୨୬।୨(ପି.ଟି.): ନେପାଳୀ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ୍‌ ନେପାଳର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ସିପିଏନ୍‌-ମାଓଇଷ୍ଟ ସେଣ୍ଟର...

ବ୍ରିଟେନରେ ମିଳୁନି ପେଟ୍ରୋଲ

ଲଣ୍ଡନ,୨୭ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରରେ ପ୍ରାୟ...

Advertisement
Archives

Model This Week