ମ୍ୟାନ୍‌ମାରରେ ଅନିଶ୍ଚିତତା

ନାପିତାଉ, ୩।୨(ଆଇଏଏନ୍‌ଏସ୍‌): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍‌ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଥିଲା। ୫ ଦଶନ୍ଧିର ସାମରିକ ଶାସନ ପରେ ଗଣତନ୍ତ୍ର ହାସଲ କରିଥିବା ଏହି ଦେଶ ପୁଣିଥରେ ସେନା କବଳକୁ ଚାଲିଯାଇଛି ଓ ଦେଶରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି ହୋଇଛି। ସାମରିକ ଶାସନ ବିରୋଧରେ ଆନ୍ଦୋଳନ ପାଇଁ ସୁ ଚୀ ଓ ଦଳର ଅନ୍ୟ ନେତାମାନେ ଆହ୍ବାନ ଦେଇଛନ୍ତି। ସାମରିକ ବିଦ୍ରୋହକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ତୁରନ୍ତ କ୍ଷମତା ହସ୍ତାନ୍ତର ପାଇଁ ମ୍ୟାନ୍‌ମାର ସୈନ୍ୟବାହିନୀ ଉପରେ ଅନ୍ତର୍ଜାତୀୟ ସମୁଦାୟ ଚାପ ପକାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆହ୍ବାନ ଦେବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। ସାମରିକ ବିଦ୍ରୋହ ମ୍ୟାନ୍‌ମାରରେ ଗଣତାନ୍ତ୍ରିକ ସଂସ୍କାର ପ୍ରତି ଶକ୍ତ ଧକ୍କା ବୋଲି ଜାତିସଂଘ ମହାସଚିବ ଆଣ୍ଟେନିଓ ଗୁଟେରେସ୍‌ କହିଛନ୍ତି।
ଦେଶର ଶାସନକୁ ନିୟନ୍ତ୍ରଣ କରିବା ପରେ ମ୍ୟାନ୍‌ମାର ସୈନ୍ୟବାହିନୀ ଗିରଫ କରିଥିବା ଅଧିକାଂଶ ଆଞ୍ଚଳିକ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଙ୍ଗଳବାର ମୁକ୍ତ କରିଦେଇଛି। ତେବେ ଷ୍ଟେଟ୍‌ କାଉନସେଲର ଅଙ୍ଗ୍‌ ସାନ୍‌ ସୁ ଚୀ ଏବଂ ରାଷ୍ଟ୍ରପତି ୟୁ ଓ୍ବିନ୍‌ ମିଣ୍ଟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇପାରେ ବୋଲି ସାମରିକ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେହିପରି ସୁ ଚୀଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି)ର କେତେଜଣ ଏମ୍‌ପିଙ୍କୁ ମଧ୍ୟ ମୁକ୍ତ କରିଦିଆଯାଇଛି।
ବିଦ୍ରୋହର କିଛି ସମୟ ପରେ ସୈନ୍ୟବାହିନୀ ପକ୍ଷରୁ କ୍ୟାବିନେଟରେ ଅଦଳବଦଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ୧୧ ଜଣଙ୍କୁ ନୂଆ ମନ୍ତ୍ରୀ କରାଯାଇଥିବାବେଳେ ୨୪ ଜଣ ଉପମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି, ଆଞ୍ଚଳିକ ଓ ରାଜ୍ୟ ହାଇକୋର୍ଟଗୁଡ଼ିକର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି। ସେହିପରି ଦୁର୍ନୀତି ନିରୋଧୀ କମିଶନର ସଦସ୍ୟ, ମ୍ୟାନ୍‌ମାର ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନେ ପୂର୍ବଭଳି ନିଜ ନିଜ ପଦବୀରେ ରହିବେ। ଅନ୍ୟପକ୍ଷରେ ନାପିତାଉ କାଉନସିଲ୍‌ ଏବଂ ୟୁନିୟନ ସିଭିଲ୍‌ ସର୍ଭିସ ବୋର୍ଡର ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦଙ୍କୁ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତ କରାଯିବ ବୋଲି ସୈନ୍ୟବାହିନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
କେନ୍ଦ୍ରୀୟ ନିର୍ବାଚନ କମିଶନ (ୟୁଇସି)ରେ ସଂସ୍କାର ଅଣାଯିବା ସହ ପୂର୍ବରୁ ହୋଇଥିବା ବିବାଦୀୟ ନିର୍ବାଚନ ଫଳାଫଳଗୁଡ଼ିକର ସମୀକ୍ଷା ପାଇଁ ସାମରିକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ କେତେକ ଅନିୟମିତତା ହୋଇଥିବା ଦର୍ଶାଯାଇଥିଲା। ଫଳାଫଳ ସମୀକ୍ଷା ପରେ ଜରୁରୀ ସ୍ଥିତିର ବ୍ୟବସ୍ଥା ଅନୁଯାୟୀ ମୁକ୍ତ ଓ ଅବାଧ ସାଧାରଣ ନିର୍ବାଚନ କରାଯିବ ଓ ଗଣତନ୍ତ୍ରର ନିୟମ ଓ ମାନ ପୂରଣ କରୁଥିବା ବିଜୟୀ ଦଳକୁ କ୍ଷମତା ହସ୍ତାନ୍ତର ହେବ ବୋଲି ସୈନ୍ୟବାହିନୀ କହିଛି। ସୋମବାରଠାରୁ ବନ୍ଦ ଥିବା ରାଷ୍ଟ୍ରାୟତ୍ତ ପ୍ରସାରଣ ଚ୍ୟାନେଲ ଓ ଟେଲିଫୋନ ଓ ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଛି। ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ସମସ୍ତ ବ୍ୟାଙ୍କକୁ ଖୋଲିଦିଆଯାଇଥିବା ମିଲିଟାରି ଟ୍ରୁ ନ୍ୟୁଜ୍‌ ଇନ୍‌ଫର୍ମେଶନ ଟିମ୍‌ ଘୋଷଣା କରିଛି।
ଗତ ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ ଏନ୍‌ଏଲ୍‌ଡି ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ଜିତିଥିଲେ ମଧ୍ୟ ଭୋଟଦାନ ପ୍ରକ୍ରିୟାରେ ଜାଲିଆତି ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ ହୋଇଥିବା ଦାବିକୁ ନିର୍ବାଚନ କମିଶନ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri