ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ

ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା ଦେବାର ପ୍ରତିଶୃତି ଦେଇଛି। ଫଳରେ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ କରୋନା ଟୀକାକରଣର ରାସ୍ତା ସ୍ପଷ୍ଟ ହେବାରେ ଲାଗିଛି। ଗୋଟିଏ ପଟେ ପାକିସ୍ତାନ ଏହି ଟିକା ପାଇ ଖୁସି ହୋଇଛି କିନ୍ତୁ ଅନ୍ୟ ପଟେ ଇମ୍ରାନ ଖାନ ସରକାରଙ୍କ ମନରେ ଏକ ଭୟ ଜାତ ହୋଇଛି। ଦେଶର ଆତଙ୍କବାଦୀମାନେ କାଳେ ଏହି ଟିକା ଲୁଟ୍‌ କରିନେବେ ସେନେଇ ସରକାର ଚିନ୍ତିତ ଅଛନ୍ତି। ଫଳରେ କରୋନା ଟିକା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଟିକାକୁ ଜଗିବା ପାଇଁ ସେନା ନିୟୋଜନ, ସିସିଟିଭିରୁ ତଦାରଖ ଭଳି ବ୍ୟବସ୍ଥା କରାଯାଉଛି। ଏହା ସହିତ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର (ଏନଓସିସି) କରୋନା ଟିକାକୁ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଜାଲିଆତି, ଚୋରି ଏବଂ ବେଆଇନ ବିଜ୍ଞାପନ ସମ୍ପର୍କରେ ଇଣ୍ଟରପୋଲ ଏକ ସତର୍କ ସୂଚନା ଜାରି କରିଛି। ଆତଙ୍କବାଦୀ ଆକ୍ରମଣ ଭଳି କରୋନା ଟିକାକୁ ନକଲି ଟିକା ସହିତ ବଦଳାଇବା ଭଳି କୌଣସି ଅଘଟଣକୁ ରୋକିବା ପାଇଁ ଟିକା ପରିବହନ, ସଂରକ୍ଷଣ ଏବଂ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେବାର ୪ ମାସ ପରେ ପୁଣି ହେଲେ କରୋନାରେ ଆକ୍ରାନ୍ତ

ହଂକଂ, ୨୫।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଜାରି ରହିଛି। କରୋନା ସଂକ୍ରମଣର ଶେଷ କେବେ ହେବ ସେ ନେଇ ନାନା କଳ୍ପନା...

ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ

କେପ୍‌ ଟାଉନ୍‌,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍‌ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି...

ସୁଏଜ୍‌ କେନାଲ ଉପରୁ ସଙ୍କଟ ହଟିଲା

କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍‌ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା।...

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ‘ୟୁକ୍ରେନରୁ ବାହାରୁ ରୁଷିଆ’ ମିଳିତ ଜାତିସଂଘରେ ଯୁଦ୍ଧ ବିରୋଧରେ ପ୍ରସ୍ତାବ ପାସ, ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୨୪ ।୨: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ କରାଯାଇଥିବା ଆକ୍ରମଣ ମଧ୍ୟରେ ଭାରତୀୟ ସମୟ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନଜିଏ)ରେ...

ଗାଡ଼ିରେ ଲେଖାଥିଲା ପ୍ରେସ୍‌, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…

ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍‌...

ବ୍ଲଡ୍‌ ଗ୍ରୁପ୍‌ ଜଣାଇବ ହୃଦ୍‌ଘାତ ଆଶଙ୍କା

ଓ୍ବାଶିଂଟନ,୩।୯: ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍‌ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍‌ ସ୍କୁଲ ଅଫ୍‌ ମେଡିସିନ୍‌...

ପୁଣି ଭାଙ୍ଗିଲେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନ୍ୟୁୟର୍କ,୧୯ା୮: ନ୍ୟୁୟର୍କର ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ମାସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହା...

ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ...

Advertisement
Archives

Model This Week